ଝାଡୁ ସହିତ ଜଡିତ ଏହି ଖାସ ଉପାୟ କରିଲେ ଦୂର ହେଇଯିବ ଆର୍ଥିକ ସମସ୍ୟା, ବନି ରହିବ ମା ଲକ୍ଷ୍ମୀଙ୍କ କୃପା, କେବଳ କରିବାକୁ ହେବ ଏହି ଗୋଟେ କାମ

ସମସ୍ତେ ଧନୀ ହେବା ପାଇଁ ସ୍ଵପ୍ନ ଦେଖିଥାନ୍ତି । ଧନୀ ହେବା ପାଇଁ ବହୁତ ଚେଷ୍ଟା ବି କରନ୍ତି । କିନ୍ତୁ ପରିଶ୍ରମ କରିବା ସତ୍ବେ ବି କେତେକ ଲୋକମାନେ ଟଙ୍କା ଆୟ କରିବାରେ ଅସଫଳ ହୁଅନ୍ତି । ଏହା ଛଡା କେତେକେ ଲୋକମାନଙ୍କ ପାଖରେ ଟଙ୍କା ଆସିଥାଏ କିନ୍ତୁ ତାଙ୍କ ହାତରେ ଟଙ୍କା ରୁହେ ନାହିଁ । ଯଦି ଆପଣଙ୍କ ସହିତ ବି ଏମିତି କିଛି ହେଉଛି ତେବେ ତଳେ ଦିଆ ଯାଇଥିବା ଉପାୟକୁ କରନ୍ତୁ ।

ଝାଡୁ ଦ୍ଵାରା ଏହି ଖାସ ଉପାୟକୁ କରିବା ଦ୍ଵାରା ଦୂର ହୋଇଯାଇଥାଏ ଆର୍ଥିକ ସମସ୍ୟା –

ସଠିକ ଦିନ କ୍ରୟ କରନ୍ତୁ ଝାଡୁ –

ଝାଡୁକୁ ମାତା ଲକ୍ଷ୍ମୀଙ୍କ ସହ ଯୋଡା ଯାଇଥାଏ । ଏମିତି କୁହାଯାଏ କି ଯଦି ଆପଣ ସଠିକ ଦିନ ଏବଂ ସଠିକ ସମୟରେ ଝାଡୁ କ୍ରୟ କରୁଛନ୍ତି, ତେବେ ମାତା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ବିରାଜମାନ ରହିବେ ।

କେବେ କିଣିବେ ଝାଡୁ –

ଝାଡୁ କ୍ରୟ କରିବା ପାଇଁ ମଙ୍ଗଳବାର, ଶନିବାର ଏବଂ ରବିବାର ଦିନ ସବୁଠୁ ଉତ୍ତମ ଅଟେ । କିନ୍ତୁ ଯଦି ଆପଣଙ୍କ ଉପରେ ଶନିଦେବଙ୍କର ସାଢେସାତୀର ପ୍ରୋକପ ଅଛି ତେବେ ଶନିବାର ଦିନ ଝାଡୁ କ୍ରୟ କରନ୍ତୁ ନାହିଁ ।

ଏହି ଦିନ ଘରୁ ବାହାର କରି ଦିଅନ୍ତୁ ପୁରୁଣା ଝାଡୁକୁ –

ନୂଆ ଝାଡୁ କିଣିବା ପରେ ଘରୁ ପୁରୁଣା ଝାଡୁକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ଉଚିତ ନୁହେଁ । ପୁରୁଣା ଝାଡୁକୁ ତୁରନ୍ତ ହିଁ ବାହାର କରି ଦିଅନ୍ତୁ । ଧ୍ୟାନ ରଖିବେ କି ପୁରୁଣା ଝାଡୁକୁ କେବେ ବି ଶୁକ୍ରବାର ଦିନ ଘରୁ ବାହାର କରିବେ ନାହିଁ । କାରଣ ଏହି ଦିନକୁ ମାତା ଲକ୍ଷ୍ମୀଙ୍କର ଦିନ ବୋଲି କୁହାଯାଏ ।

ଝାଡୁକୁ ଫୋପାଡି ପାଇଁ ସବୁଠୁ ସଠିକ ଦିନ ହେଉଛି ଶନିବାର । ଏମିତି କୁହାଯାଏ କି ଏହି ଦିନରେ ଘରୁ ଝାଡୁ ବାହାର କରିବା ଦ୍ଵାରା ଦରିଦ୍ରତା ଦୂର ହୋଇଯାଇଥାଏ ।

ନୂଆ ଝାଡୁ ଆଣିବା ପାଇଁ କରନ୍ତୁ ଏହି କାମ –

ଯେତେବେଳ ଆପଣ ନୂଆ ଝାଡୁ ଆଣୁଛନ୍ତି ତେବେ ସର୍ବେ ପ୍ରଥମେ ଝାଡୁ ଉପରେ ଏକ ଧଳା ସୂତା ବାନ୍ଧି ଦିଅନ୍ତୁ । ଏହା କରିବା ଦ୍ଵାରା ଘରୁ ମାତା ଲକ୍ଷ୍ମୀ କେବେ ବି ବାହାରକୁ ଯାଆନ୍ତି ନାହିଁ । ସର୍ବଦା ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ଥାଏ ।

ଶନିବାର ଦିନ କରନ୍ତୁ ବ୍ୟବହାର –

ନୂଆ ଝାଡୁ କିଣିବା ପରେ ଆପଣ ତାହାର ବ୍ୟବହାର ସର୍ବେ ପ୍ରଥମେ ଶନିବାର ଦିନ ହିଁ କରନ୍ତୁ । ଏହା ଛଡା ଆପଣ ନିଜ ଝାଡୁକୁ ଘରର ବାହାରେ ରଖନ୍ତୁ ନାହିଁ । ଏହାକୁ ଏମିତି ଜାଗାରେ ରଖନ୍ତୁ ଯେଉଁଠି କାହାର ବି ନଜର ପଡିବ ନାହିଁ ।