ସମୁଦ୍ର କୂଳରେ ଭାସି ଆସି ଲାଗିଲା ସୁନାର ରଥ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ, ଦେଖନ୍ତୁ Video

ସମୁଦ୍ର କୂଳକୁ ଭାସି ଆସିଛି ଏକ ସୁନାର ରଥ । ଏହି ରଥଟି ସୁନା ରଙ୍ଗର ତଥା ସୁନା ଛାଉଣି ହୋଇଥିବା ଭଳି ଦିଶୁଛି । ବର୍ତ୍ତମାନ ବାତ୍ୟା ଅସାନି ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ସୁନା ରଥ ଭଳି ଦିଶୁଥିବା ଏହି ଡଙ୍ଗାଟି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ସନ୍ଥ ବମାଲି କୂଳରେ ଆସି ଲାଗିଛି । ଏହି ଡଙ୍ଗାରେ ଥାଇ କିମ୍ବା ମାଲେସିଆ ଭାଷାରେ କିଛି ଉଲ୍ଲେଖ ରହିଥିବା ବେଳେ ଡଙ୍ଗାଟି ଥାଇଲାଣ୍ଡରୁ ଭାସି ଆସିଥିବା ଅନୁମାନ କରାଯାଉଛି । ଶ୍ରୀକାକୁଲମ କୋଷ୍ଟ ଗାର୍ଡ ନିକଟରୁ ସୁନ୍ଦର ରଥ ସଦୃଶ ଏହି ଡଙ୍ଗାକୁ ସ୍ଥାନୀୟ ପ୍ରଶାସନ ଜବତ କରିଛି ।

ତେବେ ଏହି ଦଙ୍ଗାରେ ପ୍ରକୃତରେ ସୁନା ଲାଗିଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । କିନ୍ତୁ ସୁନ୍ଦର ରଥଟିକୁ ଉଦ୍ଧାର କରାଯାଇ କୂଳକୁ ଅଣାଯାଇଛି । ରଥ ନିର୍ମାଣର ଆକୃତି ତଥା ଡିଜାଇନରୁ ଏହା ଥାଇଲାଣ୍ଡରୁ ଭାସି ଆସିଛି ବୋଲି ଅନୁମାନ କରାଯାଉଛି । ଏହି ଦଙ୍ଗାରେ ବୁଦ୍ଧଙ୍କର ଏକ ସୁନ୍ଦର ପ୍ରତିମା ମଧ୍ୟ ଥିବା କୁହାଯାଉଛି । ଅସାନି ପାଇଁ ସମୁଦ୍ର ଅଶାନ୍ତ ରହିଥିବାରୁ ଅନେକ ଛୋଟ ବଡ ଜିନିଷ ଆସି ସମୁଦ୍ର କୂଳରେ ଲାଗୁଛି । ଶ୍ରୀକାକୁଲମର ସନ୍ଥ ବମାଲି କୂଳରେ କିନ୍ତୁ ଏହି ସୁନେଲି ରଥଟି ଆସି ଲାଗିଛି ।

ଏହି ସୁନେଲି ରଥକୁ ଦେଖି ଜାଣିପାରୁ ଥିବେ କି ଥାଇଲାଣ୍ଡର ମନ୍ଦିର ଗୁଡିକ ଯେପରି ରହିଥାଏ ଏହି ରଥଟିର ଆକୃତି ଠିକ ସେହିପରି ଲାଗୁଛି । ସେଠାରେ କୌଣସି ପରମ୍ପରାକୁ ଆଧାର କରି ହୁଏତ କୌଣସି ଡଙ୍ଗା ଭସା ଯାଇ ପାରିଥାଏ ବୋଲି ମଧ୍ୟ ଅନେକ ଲୋକ ଅନୁମାନ କରୁଛନ୍ତି । ଏହି ରଥଋ କୂଳରେ ଲାଗିବା ପରେ ଏହାକୁ ଦେଖିବା ପାଇଁ ସନ୍ଥ ବମାଲି କୂଳରେ ଲୋକଙ୍କ ଭିଡ ଜମିଛି ।

କୋଷ୍ଟ ଗାର୍ଡ ମାନେ ଡଙ୍ଗାଟିକୁ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛନ୍ତି । କେଉଁ ପରିସ୍ଥିତିରେ ଡଙ୍ଗାଟି ଭାସି ଆସିଛି, ଏହା ଥାଇଲାଣ୍ଡରୁ ନାଁ ଅନ୍ୟ କୌଣସି ଦେଶରୁ ଦେଶରୁ ଭାସି ଆସିଛି ସେନେଇ ବିଶେଷ ତଦନ୍ତ ଆରମ୍ଭ ହୋଇଛି । ଦଙ୍ଗାରେ ଅନ୍ୟ କୌଣସି ଦ୍ରବ୍ଯ ଯେପରିକି କୌଣସି ବିସ୍ଫୋରକ ଦ୍ରବ୍ଯ ତଥା ମାଦକ ଦ୍ରବ୍ଯ ଥାଇପାରେ ତେଣୁ କୋଷ୍ଟ ଗାର୍ଡ ଏହାକୁ ତନତନ କରି ଯାଞ୍ଚ କରୁଛନ୍ତି ।

ସମୁଦ୍ର ପଥ ଦେଇ ବିଭିନ୍ନ ପ୍ରକାର ସାମଗ୍ରୀ ଦେଶକୁ ଆମଦାନୀ ହୋଇଥାଏ, ତେଣୁ ସେପରି କିଛି ଏଥିରେ ରହିଛି କି ନାହିଁ ଓ ଡଙ୍ଗାଟି କୌଣସି ମୂଲ୍ଯବାନ ସାମଗ୍ରୀରେ ତିଆରି ହୋଇଛି କି ନାହିଁ ଏହାର ତଦନ୍ତ ଚଳେଇଛି କୋଷ୍ଟ ଗାର୍ଡ । ଯାଞ୍ଚ ହେବା ପରେ ଏହାକୁ କେଉଁଠି ରଖାଯିବ ବା କାହାକୁ ହସ୍ତାନ୍ତର କରାଯିବ ସେନେଇ ନିଷ୍ପତ୍ତି ନିଆଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।