ବଲିଉଡ ମୁହଁରେ ଶକ୍ତ ଚଟକଣା ମାରିଲେ ସାଉଥ ସୁପରଷ୍ଟାର Mahesh Babu, ଇଣ୍ଟରର୍ଭ୍ଯୁ ବେଳେ କହିଦେଲେ କିଛି ଏମିତି ଏବେ ସବୁଆଡେ ହେଉଛି ଚର୍ଚ୍ଚା

ଫିଲ୍ମି ଅନ୍ଦାଜରେ ବଲିଉଡକୁ ନାଁ କରି ଦେଇଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁ । କହିଲେ ବଲିଉଡ ତାଙ୍କୁ ଟଙ୍କା ଦେଇପାରିବ ନାହିଁ । ହିନ୍ଦୀ ଫିଲ୍ମରେ କାମ କରି ସେ ସମୟ ନଷ୍ଟ କରିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି କି, ସାଉଥରୁ ମିଳିଥିବା ଷ୍ଟାରଡମ ଓ ଭଲ ପାଇବା ତାଙ୍କ ପାଇଁ ଯଥେଷ୍ଟ ଅଟେ । ସାଉଥ ଓ ବଲିଉଡ ଫିଲ୍ମରେ କାମ କରିବାକୁ ନେଇ ଉଠିଥିବା ବିବାଦ ଧୀରେ ଧୀରେ ନୂଆ ରୂପରେ ସାମ୍ନାକୁ ଆସିବାରେ ଲାଗିଛି ।

ବଲିଉଡ ବନାମ ସାଉଥ ଓ ହିନ୍ଦୀ ବନାମ ସାଉଥ ଭାଷା ଉପରେ ବିବାଦ ଭିତରେ ଏବେ ବଲିଉଡ ଫିଲ୍ମରେ କାମ କରିବାକୁ ସିଧା ସିଧା ମନା କରି ଦେଇଛନ୍ତି ଲୋକପ୍ରିୟ ଅଭିନେତା ମହେଶ ବାବୁ । ଏକ ଫିଲ୍ମ ପ୍ରମୋଶନ କରିବା ସମୟରେ ମହେଶ ବାବୁ ମନ୍ତବ୍ୟ ଦେଇଥିଲେ କି, ବଲିଉଡ ଫିଲ୍ମ ତାଙ୍କୁ ଆଫୋର୍ଡ କରିପାରିବ ନାହିଁ । ଅର୍ଥାତ ହିନ୍ଦୀ ଫିଲ୍ମରେ କାମ କଲେ ବଲିଉଡ ତାଙ୍କୁ ଯଥେଷ୍ଟ ଟଙ୍କା ଦେଇପାରିବ ନାହିଁ ।

ତେଣୁ ଯିଏ ତାଙ୍କୁ ଟଙ୍କା ବି ଦେଇପାରିବ ନାହିଁ ସେଠି କାହିଁକି ସେ ସମୟ ନଷ୍ଟ କରିବାକୁ ଯିବେ ବୋଲି ମେହେଶ ବାବୁ କହିଛନ୍ତି । ଏହି ସାକ୍ଷାତକାର ସମୟରେ ମହେଶ ବାବୁ କହିଛନ୍ତି କି, ପୂର୍ବରୁ ତାଙ୍କୁ ବହୁତ ହିନ୍ଦୀ ଫିଲ୍ମରେ କାମ କରିବା ପାଇଁ ସୁଯୋଗ ଆସିଛି ହେଲେ ସେ ଏଥିପାଇଁ ମୁହେଁ ମୁହେଁ ମନା କରି ଦେଇଛନ୍ତି ।

ତାଙ୍କ କହିବାର ଉଦ୍ଦେଶ୍ୟ ହେଉଛି, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କୁ ଷ୍ଟାରଡମ ଦେଇଛି ଓ ଯଥେଷ୍ଟ ଭଲ ପାଇବା ମଧ୍ୟ ଦେଇଛି । ତେଣୁ ସେ ନିଜ ଇଣ୍ଡଷ୍ଟ୍ରି ଛାଡି କାହିଁକି ଅନ୍ୟ ଏକ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଯିବେ ବୋଲି ସେ କହିଛନ୍ତି । ତେବେ ମହେଶ ବାବୁଙ୍କ ଏଭଳି ଦମ୍ଭୋକ୍ତି ବଲିଉଡର ଗର୍ବକୁ ଭାଙ୍ଗି ଦେଇଛି ବୋଲି ଅନେକ ଲୋକ ଚର୍ଚ୍ଚା କରୁଛନ୍ତି । କାରଣ ବଲିଉଡ ଫିଲ୍ମ ବଡ ଓ ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ବଡ ବୋଲି ସବୁବେଳେ ପ୍ରଚାର କରି ଆସୁଥିବା କିଛି ଲୋକଙ୍କ ମୁହଁରେ ଏହା ସିଧା ଚଟକଣା ବୋଲି କୁହାଯାଉଛି ।

ତେବେ ଅନେକ ସାଉଥ ଷ୍ଟାର ବଲିଉଡରେ କାମ କରି ସାରିଥିବା ବେଳେ ମହେଶ ବାବୁ କିନ୍ତୁ ଏପରି କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ତେବେ ଆପଣ ମହେଶ ବାବୁଙ୍କୁ ବଲିଉଡ ଫିଲ୍ମରେ ଦେଖିବାକୁ ଚାହାନ୍ତି କି ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।