ଦେଶର ସବୁଠୁ ଭଲ ସହର ହେଉଛି ବେଙ୍ଗାଲୁରୁ, ଟପ 10 ନଗର ନିଗମ ମଧ୍ୟରେ ଇନ୍ଦୋର ରହିଛି ଶୀର୍ଷରେ, ଦେଖନ୍ତୁ ଭୁବନେଶ୍ବର ର ସ୍ଥାନ କେଉଁଠି ?

ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଇଜି ଅଫ ଲିଭିଙ୍ଗ୍ ଇଣ୍ଡେକ୍ସ ଓ ମ୍ୟୁନିସିପାଲ ବିଭାଗର ପରଫମାନ୍ସ ଇଣ୍ଡେକ୍ସ-୨୦୨୦କୁ ଭର୍ତ୍ତି କରି ସବୁଠୁ ଉନ୍ନତ ମାନର ସହରର ଏକ ଲିସ୍ଟ ଜାରି କରାଯାଇଛି । ଏହି ଲିସ୍ଟରେ ବେଙ୍ଗାଲୁରୁ ପ୍ରଥମ ସ୍ଥାନ ହାସଲ କରିଛି ଓ ଜନସଂଖ୍ୟା ବାଲା ସହରର ତାଲିକାରେ ସିମଲା ପ୍ରଥମ ସ୍ଥାନ ହାସଲ କରିଛି । ଏହି ଲିସ୍ଟରେ ରାଜଧାନୀ ଦିଲ୍ଲୀ ୧୩ତମ ସ୍ଥାନରେ ରହିଛି । ଟପ ୧୦ରେ ରହିଥିବା ସହର ଗୁଡିକ ହେଲା ବେଙ୍ଗାଲୁରୁ, ପୁଣେ, ଅହମ୍ମଦାବାଦ, ଚେନ୍ନାଇ, ସୁରାଟ, ନବି ମୁମ୍ବାଇ, କୋୟମ୍ବଟୂର, ଭଦୋଦରା, ଇନ୍ଦୋର, ଗ୍ରେଟର ମୁମ୍ବାଇ ।

ସବୁଠୁ ଠାରୁ ଦୁଃଖର କଥା ଏହା ଅଟେ କି ଟପ ୨୦ରେ ଭୁବନେଶ୍ଵରର ନାଁ ବି ସାମିଲ ନାହିଁ । କହିଦେଉଛୁ କି ଇଜି ଅଫ ଲିଭିଙ୍ଗ୍ ଇଣ୍ଡେକ୍ସରେ ୧୧୧ଟି ସହରକୁ ସର୍ଭେରେ ସାମିଲ କରାଯାଇଥିଲା ।

ଯେଉଁଥିରେ ୪୯ଟି ସହରର ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ ରହିଥିବା ବେଳେ ୬୨ଟି ସହରର ଜନସଂଖ୍ୟା ୧୦ ଲକ୍ଷରୁ କମ ରହିଛି । ନଗର ନିଗମ ପ୍ରଦର୍ଶନ ଅର୍ଥାତ ମ୍ୟୁନିସିପାଲର କାର୍ଯ୍ୟକ୍ରମ ଆଧାରରେ ଇନ୍ଦୋରକୁ ଦେଶର ନମ୍ବର ୧ ସହର ବୋଲି ଘୋଷଣା କରାଯାଇଛି । ଏହି ଇଣ୍ଡେକ୍ସକୁ ୧୧୪ ସହରର ୨୦ଟି ସେକ୍ଟର ଓ ୧୦୦ଟି ଇଣ୍ଡିକେଟ ଆଧାରରେ ତିଆରି କରାଯାଇଛି । ମିଲିୟନ ପ୍ଲସ ସହରରେ ଇନ୍ଦୋର, ସୁରାଟ ଓ ଭୋପାଳ ଶୀର୍ଷ ୩ରେ ରହିଛି ।

କମ ଜନସଂଖ୍ୟା ନଗର ନିଗମ ସୂଚୀ ଅନୁସାରେ ନୂଆଦିଲ୍ଲୀ, ତିରୁପତି ଓ ଗାନ୍ଧୀ ନଗର ଟପ ୩ରେ ଅଛି । କହିଦେଉଛୁ କି ଶିକ୍ଷା ମାମଲାରେ ତିରୁଅନନ୍ତପୁରମ ଦେଶର ସବୁଠୁ ଉନ୍ନତ ସହର ତାଲିକାରେ ଶୀର୍ଷ ସ୍ଥାନରେ ଅଛି ଓ ଦ୍ଵିତୀୟରେ ବେଳଗାଭି ଓ ତୃତୀୟରେ ଚଣ୍ଡୀଗଡ । ଏହା ପରେ କାକିନାଡା, ଇନ୍ଦୋର, ଇମ୍ଫାଲ, ବେଙ୍ଗାଲୁରୁ, ଆଜମେର ଓ ଅମୃତସର ଅଛି । ଏହା ସହିତ ସ୍ୱାସ୍ଥ୍ୟ ସେବା ମାମଲାରେ ଇମ୍ଫଲ ଦେଶର ସବୁଠୁ ଉନ୍ନତ ମାନର ସହର ଅଟେ ।

ସ୍ୱାସ୍ଥ୍ୟ ମାମଲାରେ ଶୀର୍ଷ – ୫ରେ ଭେଲୋର, ପୋର୍ଟ ବ୍ଲେୟାର, ସିଲିଂ ଓ ମେଙ୍ଗାଲୋର ଅଛି । ସେହିଭଲି ଆବାସୀୟ ମାମଲାରେ ତିରୁଅନନ୍ତପୁରମ ଶୀର୍ଷରେ ଅଛି । ଏହା ପରେ ଦିଲ୍ଲୀ, ଦିଲ୍ଲୀ, ପୁଡୁଚେରୀ ଓ ଭୋପାଳ ଅଛି । ପାନୀଯ ଜଳ, ସ୍ଵଚ୍ଛତା ଓ ବର୍ଯ୍ୟବସ୍ତୁ ଗୁଡିକ ମାମଲାରେ ଭେଲୁର ସହର ପ୍ରଥମ ସ୍ଥାନରେ ଅଛି । ଏହା ପରେ ତିରୁପତି, ଅହମ୍ମଦାବାଦ, ଇନ୍ଦୋର ଓ ରାଜକୋଟ୍ ସହର ଗୁଡିକର ନାଁ ସାମିଲ ଅଛି । କିନ୍ତୁ ଅନ୍ୟ ପଟେ ଗମନାଗମନ ଓ ପରିବହନ ଦ୍ରୁଷ୍ଟିରେ ଚେନ୍ନାଇ ସବୁଠୁ ଭଲ ସହର ଅଛି ।

ଏହା ପରେ ଥାଣେ,  ବେଙ୍ଗାଲୁରୁ, ଭୋପାଳ ଓ ଗୌହ୍ଵାଟୀ ଅଛି । ସେହିଭଲି ରିକ୍ରିଏସନ ଦୃଷ୍ଟିରୁ ଦ୍ରୁଷ୍ଟିରେ କୋଏମ୍ବାଟୁର ସବୁଠୁ ଉନ୍ନତମାନର ସହର ଅଟେ । ଏହା ପରେ ଦ୍ଵିତୀୟ ନବି ମୁମ୍ବାଇ ଓ ତୃତୀୟରେ ଗାନ୍ଧିନଗର ନାଁ ସାମିଲ ଅଛି । ଆର୍ଥିକ କ୍ଷମତା ଭିର୍ତ୍ତୀରେ ଦିଲ୍ଲୀ ପ୍ରଥମ ସ୍ଥାନରେ ଅଛି । ଏହା ପରେ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇର ଅଛି । ସେହିଭଲି ପରିବେଶ ଦୃଷ୍ଟିରୁ କେବଳ ତାମିଲନାଡୁର ୬ଟି ସହର ଟପ ୧୦ରେ ଅଛି । ସିଟିଜେନ୍ସ ପରସେପସନ କିମ୍ବା ନାଗରିକ ଧାରଣା ମାମଲାରେ ଭୁବନେଶ୍ଵର ଦେଶର ଶୀର୍ଷ ସ୍ଥାନରେ ଅଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।