ବେଦି ଉପରେ ସ୍ତ୍ରୀ ମଥାରେ ସିନ୍ଦୁର ଦେଇ ସେଇଠି ଟଳିପଡିଲା ବର, ଆଉ ଦେଖୁ ଦେଖୁ ବିଧବା ହେଲା ବୋହୁ

ନମସ୍କାର ବନ୍ଧୁଗଣ । ଦୁନିଆରେ ଅନେକ ଲୋକ ପ୍ରତିଦିନ ମୃତ୍ୟୁବରଣ କରିଥାନ୍ତି । କେହି ବୟସ ହେବା ଆଗରୁ ତ ଆଉ କେହି ବୟସ ହେବା ପରେ ଦୁନିଆ ଛାଡି ଚାଲିଯାଏ । କିନ୍ତୁ ଏମିତି ଏକ କାହାଣୀ ଶୁଣିଲେ କାହାର ବି ଆଖି ରୁ ଲୁହ ଆସିଯିବ । ସେଦିନ ବରଯାତ୍ରୀଙ୍କୁ ସହ ନଚାଇ କନ୍ୟା ଘରେ ପହଞ୍ଚିଥିଲା ବର । ଫୁଲମାଳା ପାଳଙ୍କି ରେ ବାହାରି ସିଧା ଯାଇ ବେଦି ରେ ବସିଲ ବର ।

ଆଉ ନୂଆ ବୋହୂ ହୋଇ ସଜ ହୋଇ କନ୍ୟା ଆସି ବେଦି ଉପରେ ବସିଲା । ବର ପାଖରେ କନ୍ୟା ବସିବା ପରେ ବାଜି ଉଠିଲା ଶୁଭ ଶଙ୍ଖ ଓ ସାହାନାଇ । ହାତ ଗଣ୍ଠି ପଡିବା ସମୟରେ ନୂଆ ବୋହୂ ଓଢଣା ପକାଇ ନୂଆ ଜୀବନର ଆରମ୍ଭ କରିବାକୁ ସ୍ଵପ୍ନ ଦେଖୁଥିଲା । ବେଦି ରେ ବସି ସ୍ବାମୀଙ୍କ ସହ ସୁଖର ସଂସାର ଗଢିବାକୁ ସ୍ଵପ୍ନ ଦେଖୁଥିଲା ନୂଆ ବୋହୂ । ଏମିତି ଅନେକ ଭାବନା ମନରେ ଉଙ୍କି ମାରୁଥାଏ ।

ଠିକ ସେମିତି ପାଖରେ ବସିଥିବା ଭାବି ସ୍ଵାମୀ ଙ୍କ ମନରେ ମଧ୍ୟ ଅନେକ ସ୍ଵପ୍ନ ଉଙ୍କି ମାରୁଥାଏ । ବାହାଘର ର ସବୁ ବିଧି ବିଧାନ ସଋ ଯାଇଥିଲା । ଖାଲି ସିନ୍ଦୁର ପିନ୍ଧିବା ବାକି ଥିଲା । ସିନ୍ଦୁର ପିନ୍ଧାଇ ଥିଲେ ଉଭୟ ସ୍ଵାମୀ ସ୍ତ୍ରୀ ହୋଇ ଯାଇଥାନ୍ତେ । ଉଭୟ ସାତ ଜନ୍ମ ପାଇଁ ଜୀବନ ସାଥି ହୋଇଥାନ୍ତେ । ପୂଜକ ମହାଶୟ ମନ୍ତ୍ର ଉଚ୍ଚାରଣ କରି ସାରିଲେ । ଏହା ପରେ ଦଶ ଦିଗପାଳ କୁ ସାକ୍ଷୀ ରଖି କନ୍ୟା ମଥାରେ ସିନ୍ଦୁର ଭରିଲା ବର ।

ଆଉ ବର ହାତ ରୁ ସିନ୍ଦୁର ପିନ୍ଧି ପାଦ ତଳେ ମୁଣ୍ଡିଆ ମାରିବା ବେଳେ ତଳେ ହଠାତ ଖସି ପଡିଲା ବର ଜଣକ । କେହି କିଛି ବୁଝିବା ଆଗରୁ ବର ଜଣକ ତଳେ ପଡି ଅଚେତ ହୋଇଗଲେ । ନିଜ ସ୍ବାମୀଙ୍କୁ ପ୍ରଥମ ଥର ପାଇଁ ମୁଣ୍ଡିଆ ବି ମାରିପାରିଲା ନାହିଁ ନୂଆ ବୋହୂ ଜଣକ । ଅତିଥି ପରିଜନ ମାନେ ଯେତେ ଡାକିଲେ ବି କାହା କଥା ଶୁଣିଲା ନାହିଁ । ଆଉ ଦେଖିଲା ବେଳକୁ ବର ଆଉ ଏ ଦୁନିଆରେ ନାହିଁ ।

ହଠାତ ସମସ୍ତେ ସ୍ତବ୍ଧ ହୋଇଗଲେ । ନୂଆ ବୋହୂ ମଧ୍ୟ ସ୍ତବ୍ଧ ହୋଇଗଲା । ହସ ଖୁସି ରେ ଫାଟି ପଡୁଥିବା ପରିବେଶ ହଠାତ କାଣ୍ଡ ବୋବାଳି ରେ ବଦଳିଗଲା । ପାଲିଙ୍କି ରେ ଆସିଥିବା ବର କୋକେଇ ରେ ଶବ ହୋଇ ମସାଣି ଗଲା । ଗୋଟେ ଦିନରେ ଝିଅ ରୁ ନୂଆ ବୋହୂ ଆଉ ବୋହୂ ରୁ ବିଧବା ହେଲା ସେ କନ୍ୟା ଜଣକ । ଆଉ ବାହାଘରକୁ ଆସି ମସାଣିକୁ ଗଲେ ବରଯାତ୍ରୀ ।

ଏଭଳି ହୃଦୟବିଦାରକ ଦୃଶ୍ୟ ନ୍ଦେଖିବାକୁ ମିଳିଛି ବିହାର ଭ୍ୟାଗଲଗପୁର ରେ । କନ୍ୟା ମଥାରେ ସିନ୍ଦୁର ଦେବା ପରେ ଛାତିରେ ଯନ୍ତ୍ରଣା ହୋଇଥିଲା ବର ର ଆଉ ଦେଖୁ ଦେଖୁ ସେଠାରେ ହିଁ ଟଳି ପଡିଥିଲା ଅବର । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।