12 ହଜାର କୋଟି ଟଙ୍କାର ବ୍ୟବସାୟୀ ନିଜ ନାତି କୁ ମଜୁରି ପାଇଁ ବନବାସ ପଠାଇଲେ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କୁ ଦେଶର ଜଣେ ଖ୍ୟାତିନାମା ବ୍ୟବସାୟୀଙ୍କ ନାତି ଙ୍କ ବିଷୟରେ କହିବାକୁ ଯାଉଛୁ । ଆମେରିକା ରୁ MBA ପଢି ଫେରିଥିବା ନାତି କୁ ଘରୁ ବିଦା କରିଲେ ଜେଜେ ବାପା । ମାସକ ପାଇଁ ନିଜେ ରୋଜଗାର କରି ପେଟ ପୋଷିବାକୁ ନିର୍ଦ୍ଦେଶ ଦେଲେ ଜେଜେବାପା ନାତି କୁ । ଏହି ନିର୍ଦ୍ଦେଶ କୁ ମାନି ନାତି ହାଇଦ୍ରାବାଦ ଚାଲି ଆସିଲେ । ହୀରା ର ସହର ସୁରଟ ରେ ସବୁଠୁ ଆଗୁଆ ବ୍ୟବସାୟୀ ସାହବଜି ଭାଇ ଠୁଲକିୟା କିଏ ବା ନ ଜାଣେ ।

ଦୀପାବଳି ରେ ବୋନସ ଭାବେ ନିଜ କର୍ମଚାରୀୟଙ୍କୁ ଦାମୀ କାର, କୋଠା, ଅଳଙ୍କାର ରେ ଦେବାର ଖ୍ଯାତି ରହିଛି । କିନ୍ତୁ ନିଜ ନାତି କୁ ଦେଲେ ଗୋଟେ ମାସର ବନବାସ ଦଣ୍ଡ । ଆଜିକା ଦିନରେ ସାହବଜି ଭାଇ ଙ୍କ ନେଟ ବୋର୍ଥ 1.5 ବିଲିୟନ ଯାହା ଭାରତୀୟ ମୁଦ୍ରା ରେ 12 ହଜାର କୋଟି ରୁ ଅଧିକ ହେବ । ଆମେରିକାରେ MBA ପଢି ଫେରିଥିବା ନାତି ରୁବିନ ଠୁଲକିୟା ଙ୍କୁ ଏମିତି ଶିକ୍ଷା ଦେଲେ ଯେ ଯାହାକୁ ସାରା ଦେଶ ପ୍ରଶଂସା କରୁଛି ।

ନାତି କୁ ମାତ୍ର 6000 ଟଙ୍କା ଦେଇ ଚେନ୍ନାଇ ପଠାଇ ଦେଲେ । ଉଦ୍ଦେଶ୍ୟ ଥିଲା ଜାକଜକ୍ୟ ଦୁନିଆ ଠାରୁ ବହୁତ ଦୂରରେ ଜଣେ ସାଧାରଣ ବ୍ଯକ୍ତିର ଜୀବନର ସଂଘର୍ଷ କୁ ବୁଝିବା । ଜେଜେଙ୍କ ଆଦେଶକୁ ମାନି ସବୁ ସୁଖ କୁ ତ୍ୟାଗ କରି ଜୁନ 30ରେ ଘରୁ ବାହାରିଥିଲେ ରୁବିନ । ତାଙ୍କ ପାଖରେ ନା କୌଣସି ମୋବାଇଲ ଥିଲା ନା କୌଣସି ସାର୍ଟିଫିକେଟ । ଚେନ୍ନାଇ ରେ ପ୍ରତି ଟି ଦିନ ଥିଲା ରୁବିନ ଙ୍କ ପାଇଁ ଅଗ୍ନି ପରୀକ୍ଷା ।

ପ୍ରଥମ କିଛି ଦିନ ତାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଜଗା ଓ ପେଟ ପୋଷିବାକୁ କାମ ଖୋଜିବାରେ ଚାଲିଗାଳ । ଜେଜେଙ୍କ କଡା ନିର୍ଦ୍ଦେଶ ଥିଲା କି ସେ ଯେମିତି ତାଙ୍କର ପରିଚୟ ନ ଦିଅନ୍ତି । ବିଭିନ୍ନ ସ୍ଥାନରେ ତାଙ୍କୁ 80 ଥର ଋଜେକ୍ଟ ର ସମାନ କରିବାକୁ ପଡିଥିଲା । ଏହା ପରେ ତାଙ୍କୁ ପ୍ରଥମେ ଗାରମେଣ୍ଟ ସୋ ରୁମରେ ସେଲ୍ସ ମ୍ୟାନ ଭାବରେ କାମ ମିଳିଲା ।

ଏଠାରେ 9 ଦିନ କାମ କରିବା ଭିତରେ ଜିନିଷ ବିକ୍ରି ଓ ଗ୍ରାହକଙ୍କ ସହ ବ୍ୟବହାର ଶୈଳୀ ଶିଖିବାକୁ ପାଇଥିଲେ । ଏହାପରେ ସେ ହୋଟେଲରେ କାମ କରି ପ୍ଳେଟ ସଜାଡିବା ଠାରୁ ଆରମ୍ଭ କରି ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାର କଳା ଶିଖିଲେ । ଜଣେ ଗ୍ରାହକ ତାଙ୍କୁ 27 ଟଙ୍କା ଟିପ୍ସ ଦେଇଥିଲେ ଯାହା ତାଙ୍କୁ କୋଟିଏ ଟଙ୍କା ପାଇବା ଭଳି ଲାଗିଥିଲା ।

ତୃତୀୟରେ ଘଣ୍ଟା ସୋ ରୁମରେ କାମ କରି ଘଣ୍ଟା ମରାମତି କାମ ଶିଖିଲେ । ଏହାପରେ ବ୍ୟାଗ ଦୋକାନରେ ତଳେ ବସି 10ରୁ 11 ଘଣ୍ଟା କାମ କରି ଧର୍ଯ୍ୟ କଣ ଶିଖିଥିଲେ । ସବୁଠୁ କଷ୍ଟ କାମ ଥିଲା ହୋଟେଲରେ ଯେବେ 2000 ଟଙ୍କା ପାଇଁ ସେ 6-7 ଘଣ୍ଟା ଠିଆ ହୋଇଥିଲେ । ଜୀବନର ପ୍ରକୃତ ଅର୍ଥ ଶିଖି ସେ ଏବେ ଘରକୁ ଫେରିଛନ୍ତି ।

ତାହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।