ଘରେ ରଖିଛନ୍ତି କି ଶଙ୍ଖ ! ଜାଣନ୍ତୁ ଠାକୁର ଘରେ ଶଙ୍ଖ ରଖିବାର ନିୟମ ! ଏପରି ଶଙ୍ଖ ରଖିଥିଲେ ହୋଇଯାଆନ୍ତୁ ସାବଧାନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶଙ୍ଖ ହେଉଛି ଏକ ପବିତ୍ର ବସ୍ତୁ । ଠାକୁର ପୂଜା ସମୟରେ ଶଙ୍ଖ ବଜାଇବା ଅତ୍ୟନ୍ତ ହିଁ ଶୁଭ ହୋଇଥାଏ । ଘରେ ଶଙ୍ଖ ବଜାଇବା ଦ୍ଵାରା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହେବ ସହ ଘରେ ସକାରାତ୍ମକ ଊର୍ଜାର ବୃଦ୍ଧି ହୋଇଥାଏ । ତେବେ ଘରେ ଶଙ୍ଖ ରଖିବା ସହିତ ଶଙ୍ଖ ସହ ଜଡିତ କିଛି ନିୟମ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ । ଘରେ ଯେଉଁ ସମୟରେ ଆପଣ ଶଙ୍ଖ ବଜାଉଛନ୍ତି । ସେତେବେଳେ ଆପଣ ୩ ଥର ଓ ଅଧା ବା ଶାଢେ ୩ ଥର ଶଙ୍ଖ ବଜାଇବେ ।

ଏହା ଦ୍ଵାରା ଘର ପାଇଁ ବହୁତ ଶୁଭ ହୋଇଥାଏ । ଶଙ୍ଖ ସଠିକ ଭାବରେ ବଜାଇବା ଜାଣିନଥିଲେ, ଶଙ୍ଖ ବଜାଇବା ମଧ୍ୟ ଅନୁଚିତ ହୋଇଥାଏ । କାରଣ ଅଧ ପନ୍ତରା ଶଙ୍ଖ ବଜାଇବା ଅନୁଚିତ । ଯଦି ସନ୍ଧ୍ଯା ସମୟରେ ଘରେ ଅଧ ପନ୍ତରା ଶଙ୍ଖ ବାଯାନ୍ତି । ତେବେ ଏହା ଦ୍ଵାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଠ ହୋଇଥାନ୍ତି । ଯାହା ଦ୍ଵାରା ଘରେ ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।

ଶଙ୍ଖକୁ ସ୍ନାନ କରିବା ପରେ ହିଁ ଶୁଦ୍ଧପୁତ୍ତ ଅବସ୍ଥାରେ ଧରିବା ଉଚିତ । ଅଶୁଦ୍ଧ ଅବସ୍ଥାରେ ଶଙ୍ଖକୁ ସ୍ପର୍ଶ ମଧ୍ୟ କରନ୍ତୁ ନାହିଁ । ଶଙ୍ଖକୁ ସର୍ବଦା ଉଚ ସ୍ଥାନରେ ରଖିବା ଉଚିତ । କାରଣ ଶଙ୍ଖ ହେଉଛି ପବିତ୍ରତାର ପ୍ରତୀକ । ଯେଉଁ ମାନେ ହାର୍ଟ କିମ୍ବା ପେଟ ରୋଗ ଜନିତ ସମସ୍ଯାରେ ପୀଡିତ ଥାଆନ୍ତି । ସେମାନେ ନିହାତି ଭାବରେ ଶଙ୍ଖ ଦିନକୁ କିଛି ସମୟ ବଜାଇବା ଉଚିତ । ଯାହା ଦ୍ଵାରା ତାଙ୍କର ହାର୍ଟ ସୁସ୍ଥ ରହିବା ସହ ପେଟ ଜନିତ ସମସ୍ତା ସମସ୍ଯା ଗାଏବ ହୋଇଥାଏ ।

ଘରେ ୨ ଟି ଶଙ୍ଖ ରଖିବା ଦ୍ଵାରା ଘରର ଅତ୍ୟନ୍ତ ମଙ୍ଗଳ ହୋଇଥାଏ । ଯଦି ଘରେ ଗୋଟିଏ ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖିବେ । ତେବେ ସେହି ଘରେ ଉପରେ ସଦା ସର୍ବଦା ମା’ ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ବଜାୟ ରହିଥାଏ । ଠାକୁର ପୂଜା କରିସାରିବା ପରେ ଶଙ୍ଖ ମଧ୍ୟରେ କିଛି ପାଣି ରଖି ସେହି ପାଣିକୁ ପୂଜା କରିବା ପରେ ପାଦୁକା ଭାବରେ ପାନ କରିବା ଦ୍ଵାରା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଏହା ଶରୀରର ଅନେକ ରୋଗକୁ ଶରୀର ମଧ୍ୟରେ ମୂଳରୁ ହିଁ ନାଶ କରିଦେଇଥାଏ । ଘରେ ଯଦି ଶଙ୍ଖ କିଣିକି ରଖିଥାନ୍ତି । ତେବେ ଏହାକୁ ଖାଲି ଘରେ ସାଇତିକି ନରଖି ଏହାକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ବଜାଇବା ଉଚିତ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ