BCCI ଜାରି କଲା 2022-23 ଗ୍ରେଡ୍ ଲିଷ୍ଟ, ଦେଖନ୍ତୁ କେଉଁ ଖେଳାଳିଙ୍କର ପ୍ରମୋଶନ ହେଲେ ଆଉ କାହାର ଡିମୋଶନ ହେଲା !

2022-23 ସିଜିନ ପାଇଁ ଟିମ୍ ଇଣ୍ଡିଆ ପ୍ଲେୟାରଙ୍କ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଖେଳାଳିଙ୍କ ନୂଆ ଗ୍ରେଡ ଲିଷ୍ଟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଲିଷ୍ଟ ଅନୁଯାୟୀ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପ୍ରମୋଶନ ହୋଇଥିବା ବେଳେ ଖରାପ ଫର୍ମରେ ଥିବା କେ.ଏଲ ରାହୁଲ ଡିମୋଶନ ହୋଇଛନ୍ତି । ବିସିସିଆଇ ର ଏହି କଣ୍ଟ୍ରାକ୍ଟ ଲିଷ୍ଟରେ 26 ଜଣ ଖେଳାଳି ଥିବାବେଳେ ସମସ୍ତ ଖେଳାଳିଙ୍କୁ ମୋଟ ଚାରି ଭାଗରେ ବିଭକ୍ତ କରାଯାଇଛି ।

ପ୍ରତିବର୍ଷ ଖେଳାଳି ମାନଙ୍କର ଏମିତି ଏକ ଲିଷ୍ଟ ଜାରି କରିଥାଏ ବିସିସିଆଇ । ସେହି ଲିଷ୍ଟ ଅନୁସାରେ ଖେଳାଳି ମାନଙ୍କୁ ବିସିସିଆଇ ତରଫରୁ ବାର୍ଷିକ ଟଙ୍କା ମିଳିଥାଏ । ସେହି ଅନୁସାରେ କେଉଁ ଖେଳାଳି କେତେ ଟଙ୍କା ପାଇବେ ତାହା ସେଥିରେ ଧାର୍ଯ୍ୟ ହୋଇଥାଏ । ତେବେ ଚଳିତ ବର୍ଷ A+ ଗ୍ରେଡରେ କ୍ଯାପଟେନ ରୋହିତ ଶର୍ମାଙ୍କ ସହ ପୂର୍ବତନ କ୍ଯାପଟେନ ବିରାଟ କୋହଲି, ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଏବଂ ନୂଆ ଭାବେ ରବୀନ୍ଦ୍ର ଜାଡେଜା ଏହି ଗ୍ରେଡ ଲିଷ୍ଟରେ ସାମିଲ ହୋଇଛନ୍ତି ।

ଏହି ସମସ୍ତ ଖେଳାଳିଙ୍କୁ ବାର୍ଷିକ 7 କୋଟି ଲେଖାଏଁ ଦରମା ଦେବ ବିସିସିଆଇ । ଅନ୍ୟପଟେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଆର. ଅଶ୍ଵିନ, ମହମ୍ମଦ ଶାମୀ, ରିଷଭ ପନ୍ତ ଓ ଅକ୍ସର ପଟେଲଙ୍କୁ ଗ୍ରେଡ-A ରେ ରଖାଯାଇଛି । ଏ ସମସ୍ତଙ୍କୁ ବାର୍ଷିକ 5 କୋଟି ଲେଖାଏଁ ଦେବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ପୂର୍ବରୁ ଅକ୍ସର ପଟେଲ ଗ୍ରେଡ-B ଏବଂ ପାଣ୍ଡ୍ୟା ଗ୍ରେଡ-C ରେ ଥିଲେ । ତେଣୁ ଏହି ଦୁଇ ଖେଳାଳିଙ୍କ ଗ୍ରେଡରେ ପ୍ରମୋଶନ ହେବାସହ ସେମାନେ ଗ୍ରେଡ-A କୁ ପ୍ରମୋଶନ ହୋଇଛନ୍ତି ।

ସେହିପରି ଗ୍ରେଡ-B ରେ ଚେତେଶ୍ଵର ପୂଜାରା, କେ.ଏଲ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମାନ ଗିଲ୍ ରହିଛନ୍ତି । ଏମାନେ ବିସିସିଆଇ ଠାରୁ ବାର୍ଷିକ 3 କୋଟି ଲେଖାଏଁ ଟଙ୍କା ପାଇବେ । ଶୁଭମାନ ଗିଲ୍ ଙ୍କ ଚମତ୍କାର ଫର୍ମ ଯୋଗୁଁ ତାଙ୍କୁ ଗ୍ରେଡ-B ରେ ବିସିସିଆଇ ସ୍ଥାନ ଦେଇଛି । ସେହିପରି ଗ୍ରେଡ-C ରେ ଉମେଶ ଯାଦବ ଓ ଶିଖର ଧାବନଙ୍କ ସମେତ ମୋଟ 11 ଜଣ ଖେଳାଳି ରହିଛନ୍ତି । ଏହି ଖେଳାଳିଙ୍କୁ ବିସିସିଆଇ ବାର୍ଷିକ 1 କୋଟି ଲେଖାଏଁ ଟଙ୍କା ଦେବ ।

ଏହି ଲିଷ୍ଟରେ ସାରଦୁଲ ଠାକୁରଙ୍କ ସମେତ ଇଶାନ କିଶାନ, ଦୀପକ ହୁଡା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଙ୍ଗଟନ ସୁନ୍ଦର ଓ ସାଞ୍ଜୁ ସାମସନଙ୍କ ଭଳି ଖେଳାଳି ସାମିଲ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।