ମୁହଁ ଯେତିକି ସୁନ୍ଦର କଥା ସେତିକି ବିଷ ! ସୁନ୍ଦରୀଙ୍କ ପ୍ରେମରେ ପଡି ଚାଲିଯାଉଛି ଜୀବନ, ଶୁଣିବା ଲୋକର ଛାତି ଫାଟିଯିବ…

ପ୍ରେମ, ପ୍ରତାରଣା ଓ ଆ-ତ୍ମ-ହ-ତ୍ୟା ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଗତ ଦୁଇ ବର୍ଷ ମଧ୍ୟରେ ପ୍ରେମକୁ ନେଇ ଅନେକ ଆ-ତ୍ମ-ହ-ତ୍ୟା ସାମ୍ନାକୁ ଆସିଛି । ଏଇ ଯେମିତି ଡିଜେ ଆଜେକ୍ସଙ୍କ ଆ-ତ୍ମ-ହ-ତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପ୍ରେମିକାଙ୍କ ପ୍ରତାରଣା ସହି ନପାରି ଶେଷରେ ଆ-ତ୍ମ-ହ-ତ୍ୟା ଭଳି ଚରମ ନିଷ୍ପତ୍ତି ନେଇଗଲେ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣା । କ୍ଯାରିୟରର ଶୀର୍ଷରେ ଥାଇ ମଧ୍ୟ ସେ ଜୀବନ ହାରିବାକୁ ପଛେଇଲେ ନାହିଁ ।

ଠିକ ସେମିତି ଗତ ବର୍ଷ ଜାନୁୟାରୀ 30 ତାରିଖରେ ଆ-ତ୍ମ-ହ-ତ୍ୟା କରିଥିଲେ ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ଯା ରଞ୍ଜନ ପାଣିଗ୍ରାହୀ । ଭୁବନେଶ୍ବରର ନନ୍ଦନବିହାର ସ୍ଥିତ ଘରୁ ସୌମ୍ଯଙ୍କ ମୃ-ତ-ଦେ-ହ ଉଦ୍ଧାର କରା ଯାଇଥିଲା । ଏହାପରେ ସାମ୍ନାକୁ ଆସିଲା ପ୍ରେମ ମାମଲା । ଓଡିଆ କଣ୍ଠଶିଳ୍ପୀ ସୋନାଲି ନନ୍ଦଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ସୌମ୍ଯା । ହେଲେ ସୋନାଲି ଧୀରେ ଧୀରେ ତାଙ୍କ ଠାରୁ ଦୂରେଇବାକୁ ଲାଗିଥିଲେ ଏବଂ ଅନ୍ୟ ଜଣେ ବନ୍ଧୁଙ୍କ ସହ ତାଙ୍କର ଘନିଷ୍ଠତା ବଢିବାକୁ ଲାଗିଥିଲା ।

ଯାହାକୁ ସହି ପାରି ନଥିଲେ ସୋମ୍ୟ । ସେ ଅନେକ ଚେଷ୍ଟା କରିଥିଲେ ସୋନାଲିଙ୍କୁ ତାଙ୍କୁ ପାଖକୁ ଫେରାଇ ଆଣିବାକୁ । ହେଲେ ସୋନାଲି ଆଉ ଫେରି ନଥିଲେ ବରଂ ତାଙ୍କୁ କଟୁ କଥା କହି ବାରମ୍ବାର ତାଙ୍କ ହୃଦୟକୁ ଆଘାତ ଦେଉଥିଲେ । ଡିଜେ ଆଜେକ୍ସଙ୍କ ପ୍ରେମିକା ଜିଜ୍ଞାସା ମଧ୍ୟ ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସହ ଘନିଷ୍ଠତା ବଢାଇଥିଲେ । ଯାହା ଅକ୍ଷୟଙ୍କୁ ବିଲକୁଲ ପସନ୍ଦ ନଥିଲା ଓ ଜିଜ୍ଞାସାଙ୍କୁ ଫେରାଇ ଆଣିବା ସହ ସମ୍ପର୍କ ଠିକ କରିବାକୁ ଚାହିଁଥିଲେ ।

ଜିଜ୍ଞାସାଙ୍କ ରୁମ୍ ବାହାରେ ଯାଇ ରାତି ରାତି ଠିଆ ହୋଇ ରହିଥିଲେ । ହେଲେ ସକାଳୁ ଜିଜ୍ଞାସା ଆସି ତାଙ୍କୁ ଚାପୁଡା ମା-ରି-ଥି-ଲେ ଓ ଅନେକ କଟୁ କଥା ଶୁଣାଇଥିଲେ । ଶେଷରେ ଡିଜେ ଆଜେକ୍ସ ନିଜ ଘରେ ଝୁ-ଲି ପଡିଥିଲେ । କେବଳ ସୌମ୍ଯ ଏବଂ ଆଜେକ୍ସ ନୁହନ୍ତି ବରଂ ଏଭଳି ଆହୁରି ଅନେକ ଉଦାହରଣ ବିଗତ ଦିନ ମାନଙ୍କରେ ସାମ୍ନାକୁ ଆସୁଛି । ଏଭଳି ମାମଲାରେ ସମସ୍ତେ ପ୍ରେମିକ/ପ୍ରେମିକା ମାନଙ୍କୁ ଦୋଷାରୋପ କରୁଥିବା ବେଳେ ଏତେ ସୁନ୍ଦର ଚେହେରା ସହ କେତେ କଳୁଷିତ ହୃଦୟ ଏମାନଙ୍କର ତାହା ସ୍ପଷ୍ଟ ହେଉଛି ।

ତେଣୁ ସମୟ ଥାଉ ଥାଉ ଯୁବପିଢି ବୁଝିଯିବା ଉଚିତ କି, କେବଳ ସୁନ୍ଦର ଚେହେରା ପଛରେ ଗୋଡାନ୍ତୁ ନାହିଁ ବରଂ ସୁନ୍ଦର ମନ ଦେଖି ଭଲ ପାଆନ୍ତୁ । ଆଉ ପ୍ରେମରେ ଯଦି ଧୋକା ମିଳୁଛି ତେବେ ନିଜ ପରିବାର ଓ ଆତ୍ମୀୟଙ୍କ କଥା ଟିକେ ଚିନ୍ତା କରନ୍ତୁ । ଟିକେ କଷ୍ଟ ସହିଗଲେ ଆପଣଙ୍କ ଜୀବନ ଆହୁରି ସୁନ୍ଦର ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।