ବିନା ପରିଶ୍ରମରେ ପାଇବେ 99 ମାର୍କଦିଆ ସାର୍ଟିଫିକେଟ ! ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ ! ଦେଖନ୍ତୁ video

ସାହିତ୍ୟରେ 99 ମାର୍କ, ଭୂଗୋଳରେ ବି 99 ମାର୍କ ଆଉ ଇଂରାଜୀ ଏବଂ ଗଣିତରେ ମଧ୍ୟ 99 ମାର୍କ । କେଉଁ ବିଷୟରେ କେତେ ମାର୍କ ଆଉ କେଉଁ ଡିଭିଜନ ଦରକାର ଖାଲି ସେତିକି କହିଦେଲେ ମିଳିବ ସାର୍ଟିଫିକେଟ । ଖାଲି ସେତିକି ନୁହେଁ ବରଂ କେତେ ଟଙ୍କିଆ ସାର୍ଟିଫିକେଟ ଦରକାର ତାହା ଆପଣଙ୍କ ଟଙ୍କା ନିର୍ଭର କରେ । ଆପଣଙ୍କ ପିଲା ପଢି ପଢି ହାଲିଆ ହେଲେ ଏଠି ଖାଲି ଟଙ୍କା ଫୋପାଡିଲେ ସବୁ ବିଷୟରେ 99 ମାର୍କ ମିଳୁଛି । ଇଂରାଜୀରେ ଦୁଇପଦ କହିବା କି ଲେଖିବାର ସାମର୍ଥ୍ୟ ନଥିବା ପିଲାର ବି ଇଂରାଜୀରେ 99 ମାର୍କ ରହିଛି ।

ଓଡିଆରେ ଧାଡିଏ ସଳଖି ଲେଖି ପାରୁନି ହେଲେ 99 ମାର୍କ ରଖିଛି । ବଲାଙ୍ଗୀରର ନକଲି ସାର୍ଟିଫିକେଟ ଘଟଣା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଧଜିଆ ଉଡେଇ ଦେଇଛି । ଭଲ ରେଜଲ୍ଟ ପାଇଁ ଛାତ୍ର ଛାତ୍ରୀମାନେ ଦିନରାତି ଏକ କରି ପରିଶ୍ରମ କରୁଥିବା ବେଳେ ଏଠି ଟଙ୍କା ଓଜାଡିଲେ ନକଲି ସାର୍ଟିଫିକେଟ ମିଳୁଛି । ସାଧାରଣତଃ ଓଡିଆ ଏବଂ ଇଂରାଜୀରେ 99 ମାର୍କ ରଖିବା ଛାତ୍ର ଛାତ୍ରୀଙ୍କ ପାଇଁ କଷ୍ଟକର ହୋଇପଡେ ।

ହେଲେ ଯଦି କୌଣସି ପିଲା ବିନା ପାଠ ପଢି ଇଂରାଜୀ ଓ ସାହିତ୍ୟରେ 99 ମାର୍କ ଲେଖାଏଁ ରଖୁଛି ଏହାର ପ୍ରଭାବ ନିଶ୍ଚିତ ଭାବେ ଦିନରାତି ପରିଶ୍ରମ କରୁଥିବା ଛାତ୍ର ଛାତ୍ରୀଙ୍କ ଉପରେ ପଡିବ । ବଲାଙ୍ଗୀର ଜିଲ୍ଲାରେ ନକଲି ସାର୍ଟିଫିକେଟ କାରବାର ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଏବେ ଆଙ୍ଗୁଳି ଉଠାଉଛନ୍ତି ଲୋକେ । ଅନେକ ନିଯୁକ୍ତି ମାର୍କ ଆଧାରରେ ମିଳୁଥିବା ବେଳେ ନକଲି ସାର୍ଟିଫିକେଟ ଧାରୀ ଚୟନ ତାଲିକାରେ ଆଗଧାଡିରେ ରୁହନ୍ତି ।

ତେବେ ଯେଉଁମାନେ କଷ୍ଟ କରି ପାଠ ପଢି ଚାକିରି ଖଣ୍ଡେ ପାଇଁ ଚାହିଁ ବସିଛନ୍ତି ସେମାନଙ୍କ ଭାଗ୍ୟ କଣ ହେବ ଆପଣ ଅନୁମାନ କରି ପାରୁଥିବେ । ବଲାଙ୍ଗୀର ସହରରେ ଏମିତି ଏକ କୋଚିଂ ସେଣ୍ଟର ଅଛି ଯେଉଁଠି ନାମୀଦାମୀ ବିଶ୍ଵ ବିଦ୍ୟାଳୟର ନକଲି ସାର୍ଟିଫିକେଟ ମିଳୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ପ୍ରାର୍ଥୀ ଏହି 99 ମାର୍କଦିଆ ସାର୍ଟିଫିକେଟ ନେଇ ଚାକିରି କରିଛନ୍ତି । ଅନ୍ୟ ପିଲାମାନେ ଦିନରାତି ପରିଶ୍ରମ କରୁଥିବା ବେଳେ ନକରି ସାର୍ଟିଫିକେଟ ଧାରୀ ସିଟ୍ ମାଡି ବସୁଛନ୍ତି ।

କେନ୍ଦ୍ରପଡା ଜିଲ୍ଲା ମୁଖ୍ୟ ଡାକ ବଙ୍ଗଳାରେ ଚାକିରି ପାଇଁ ଆବେଦନ କରିଥିବା ଜଣେ ପ୍ରାର୍ଥିନୀଙ୍କ ଫେକ୍ ସାର୍ଟିଫିକେଟ ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।