ବାଟରେ ଜଗିଥିଲେ ସୁପାରି କିଲର୍, Archana କୁ ଗୁଳି ମାରିବା ପାଇଁ ହୋଇଥିଲା ଷଡଯନ୍ତ୍ର, ହେଲେ ପୋଲିସ ଯାହା କଲା ନା… ଦେଖନ୍ତୁ video

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜୀବନକୁ ସୁପାରି କିଲରଙ୍କ ଭୟ ଥିଲା । ଗାଡି ଭିତରେ ହିଁ ସେମାନେ ଅର୍ଚ୍ଚନାକୁ ମାରିଦେବା ପାଇଁ ଚାହୁଁଥିଲେ । ଯେଉଁଥି ପାଇଁ ଭ୍ୟାନରେ କଳା କପଡା ଘୋଡାଇ ଅର୍ଚ୍ଚନାକୁ କୋର୍ଟ ଆଣିଥିଲା ପୋଲିସ । ଏହାଦ୍ବାରା ଅର୍ଚ୍ଚନା ଭ୍ୟାନର କେଉଁ ଜାଗାରେ ବସିଛି ସୁପାରି କିଲର ଜାଣିପାରିବେନି କି ବାହାରୁ ଟାର୍ଗେଟ କରି ଗୁଳି ମାରି ପାରିବେନି । ଶୁଣିବାକୁ ମିଳୁଛି କି, ଅର୍ଚ୍ଚନାଙ୍କ ସହ ରାତି ବିତାଇଥିବା ବ୍ୟକ୍ତିବିଶେଷମାନେ ଅର୍ଚ୍ଚନାକୁ ମାରିବା ପାଇଁ ସୁପାରି କିଲର ଆଣିଛନ୍ତି ।

କାରଣ ସେମାନଙ୍କର ସବୁ ଗୁପ୍ତକଥା ଅର୍ଚ୍ଚନାଙ୍କ ପାଖେ ରହିଛି । ଆଉ ଅର୍ଚ୍ଚନା ଯଦି ଏନେଇ କାହା ଆଗରେ ମୁହଁ ଖୋଲି ଦିଅନ୍ତି ତେବେ ତାଙ୍କର ଇଜ୍ଜତ ଚାଲିଯିବ । ସେଥିପାଇଁ ଅର୍ଚ୍ଚନାକୁ ଜୀବନରେ ମାରିବା ପାଇଁ ସୁପାରି କିଲରଙ୍କୁ ଟଙ୍କା ଦିଆଯାଇଛି । ଆଉ ରାଜଧାନୀରେ ଯେଉଁଭଳି ଅପରାଧ ହେଉଛି ଅର୍ଚ୍ଚନାଙ୍କୁ ଯେକେହି ମାରି ନଦେବେ ଏଥିରେ କୌଣସି ସନ୍ଦେହ ନାହିଁ । କାହିଁକି ନା ଏବେ ଅନେକଙ୍କ ଜୀବନ ପାଇଁ ବିପଦ ସାଜିଛନ୍ତି ଅର୍ଚ୍ଚନା ।

ଅନେକ ରାଜନେତା, ବିଲଡର, ସୁନାରୀ ଓ ବଡ ବଡ ପ୍ରଯୋଜକ ସମସ୍ତଙ୍କ କଳା ରାଜ୍ ଜାଣିଛନ୍ତି ଅର୍ଚ୍ଚନା । ତେଣୁ ଏସବୁ ଲିକ୍ ହେବାର ଭୟ ଅନେକଙ୍କୁ ଘାରିଛି । ଆଉ ଗତକାଲି ପ୍ରଥମ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା । ଏହି ସମୟରେ ସେ ଗଣମାଧ୍ୟମ କହିଥିଲେ ଯେ, କୌଣସି ତଥ୍ୟ ପ୍ରମାଣ ନପାଇ ତାଙ୍କ ନାଁରେ ମିଛ ଖବର ପ୍ରସାରିତ କରନ୍ତୁ ନାହିଁ ।

ସମୟ ଆସିଲେ ସେ ନିଶ୍ଚିତ ସବୁକଥା କହିବେ ବୋଲି ମଧ୍ୟ ଗଣମାଧ୍ୟମକୁ ଜଣାଇଛନ୍ତି । ଅର୍ଚ୍ଚନାଙ୍କ ଜୀବନକୁ ବିପଦ ଥିବା ନେଇ ମଧ୍ୟ ପୋଲିସର ସନ୍ଦେହ ବଢିବାରେ ଲାଗିଛି । ଆଉ ଏହାକୁ ଏଡାଇ ଦିଆ ଯାଇପାରିବ ନାହିଁ । ସେଥିପାଇଁ ତ ଅର୍ଚ୍ଚନାଙ୍କୁ ନିର୍ବୁଜ ଭ୍ୟାନ ଭିତରେ କୋର୍ଟ ଅଣାଯିବା ସହ ମାଳ ମାଳ ପୋଲିସକର୍ମୀଙ୍କ ସୁରକ୍ଷା ବଳୟ ଭିତରେ କୋର୍ଟ ଅଣାଗଲା । ଅର୍ଚ୍ଚନାଙ୍କ ଜୀବନକୁ ସୁପାରି କିଲରଙ୍କ ଭୟ ରହିଛି ଯଦି ତେବେ ଏହା ଜେଲ ଭିତରେ ମଧ୍ୟ ସାଂଘାତିକ ହୋଇପାରେ ।

ଅର୍ଚ୍ଚନାଙ୍କୁ ମାରିବା ପାଇଁ ଅନେକ ବଡବଡିଆ ଯୋଜନା କରୁଥିବା ନେଇ କୌଣସି ସନ୍ଦେହ ନାହିଁ । କାରଣ ଗତକାଲି ଯେଉଁ ପ୍ରକାର ପୋଲିସ ଯେଉଁ ପ୍ରକାର ଅର୍ଚ୍ଚନାକୁ କୋର୍ଟକୁ ଆଣିଥିଲା ତାହା ହିଁ ଏସବୁ ବୟାନ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।