କାଲି କ୍ୟାମେରା ଆଗରେ କାନ୍ଦି କାନ୍ଦି କହୁଥିଲେ କିଛି ଜାଣିନୁ ହେଲେ ଆଜି କେମିତି ମୁହଁ ଲୁଚେଇ ଚାଲୁଛନ୍ତି ମୃତ Sangeeta ଙ୍କ ଶାଶୁ, ଦେଖନ୍ତୁ video

ବୋହୂ ସୁଶ୍ରୀ ସଙ୍ଗୀତା ଆତ୍ମହତ୍ୟା କରିବା ଦିନ କ୍ୟାମେରା ଆଗରେ କାନ୍ଦି କାନ୍ଦି ଶାଶୁ କହୁଥିଲେ, ଆମର କିଛି ଦୋଷ ନାହିଁ । ଆମେ କିଛି ଜାଣିନୁ । ସେ ଟିକେ ଟିକେ କଥାରେ ରୁଷିଯାଏ, ଆଉ ମଜାରେ ମଜାରେ ଘର ଭିତରେ ପଶି କବାଟ ଦେଇ ଆତ୍ମହତ୍ୟା କରିଛି । କିନ୍ତୁ ସତ ସାମ୍ନାକୁ ଆସିବା ପରେ ବୋହୂକୁ ହତ୍ୟା କରିବା ମାମଲାରେ ଶାଶୁ ସାବିତ୍ରୀ ନାୟକଙ୍କୁ ଚଲେଇ ଚଲେଇ କୋର୍ଟ ନେଇଛି ପୋଲିସ । ତାହା ପୁଣି ସର୍ବ ସାଧାରଣଙ୍କ ସାମ୍ନାରେ , ଆଉ କ୍ୟାମେରା ଦେଖି ମୁହଁକୁ ଓଢଣାରେ ଢାଙ୍କି ଦେଉଛନ୍ତି ଶାଶୁ ।

ରାଜଧାନୀ ଉପକଣ୍ଠ କଳିଙ୍ଗ ବିହାରରୁ ଦୀପାବଳି ଦିନ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଆଉ ଗତକାଲି ତାଙ୍କ ଶାଶୁ ସାବିତ୍ରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ହେଲେ ଅନ୍ୟପଟେ ବୋହୂ ଜୀବନ ହାରିବା ପରେ ଶ୍ଵଶୁର ଓ ସ୍ଵାମୀ ପ୍ରବୀଣ ଫେରାର ଅଛନ୍ତି । ତେଣୁ ସର୍ବ ସାଧାରଣରେ ପ୍ରଶ୍ନ ଉଠୁଛି ଯଦି ବୋହୂ ସୁଶ୍ରୀ ସଙ୍ଗୀତାଙ୍କ ମୃତ୍ୟୁରେ ପରିବାରର କୌଣସି ସମ୍ପୃକ୍ତି ନାହିଁ ତେବେ ପୋଲିସ ଭୟରେ ସେମାନେ କାହିଁକି ଫେରାର ହେଲେ ?

ସଙ୍ଗୀତାଙ୍କ ବାପଘର ଲୋକ କିନ୍ତୁ ଝିଅର ମୃତ୍ୟୁ ପାଇଁ ରୋକଠୋକ ଶାଶୁଘର ଲୋକଙ୍କୁ ଦାୟୀ କରିଛନ୍ତି । ଇଏ ହେଉଛନ୍ତି ନିଆଳି ଅଞ୍ଚଳର ଝିଅ ୨୮ ବର୍ଷିୟା ସୁଶ୍ରୀ ସଙ୍ଗୀତା ବସ୍ତିଆ । ସେ ୨୦ ଜାନୁୟାରୀ ୨୦୨୧ରେ କଟକ ଗୋବିନ୍ଦପୁର ଥାନା ନୂଆଗାଁର ପ୍ରବୀଣଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ । ଦୀପାବଳି ଦିନ କୌଣସି କାରଣରୁ ତାଙ୍କ ଶାଶୁଘରେ ପାରିବାରିକ ବିବାଦ ଉପୁଜିଥିଲା ।

ଏହାପରେ ସୁଶ୍ରୀ ସଙ୍ଗୀତାଙ୍କ ବାପଘରକୁ ପ୍ରବୀଣଙ୍କ ଘରଲୋକ କଲ୍ କରିଥିଲେ । ସୁଶ୍ରୀଙ୍କ ଭାଇ ଫୋନ୍ ଉଠାଇବା ପରେ ତାଙ୍କୁ କୁହା ଯାଇଥିଲା କି, ତୁମ ଭଉଣୀର ଦେହ ଭଲ ନାହିଁ, ସେ ଘର କବାଟ ବନ୍ଦ କରିଥିଲା । ତା’ର ସେନ୍ସ ଆସୁନି ଆମେ ତାକୁ ମେଡିକାଲ ନେଉଛୁ ତୁମେ ଶୀଘ୍ର ଆସ । ବାପଘର ଲୋକେ ଆସି ପହଞ୍ଚିବା ବେଳକୁ ଝିଅର ମୃତ୍ୟୁ ହୋଇ ଯାଇଥିବା ଏବଂ ମୃତଦେହ AIIMS ହସ୍ପିଟାଲରେ ଥିବା ଶାଶୁଘର ଲୋକେ ଜଣାଇଥିଲେ ।

ଝିଅକୁ ମାରି ସବୁ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ କରିଥିଲେ ସଙ୍ଗୀତାଙ୍କ ପରିବାର ଲୋକେ । ସ୍ଵାମୀ ଓ ଶ୍ଵଶୁର ଫେରାର ଥିବାବେଳେ ସଙ୍ଗୀତାଙ୍କ ପରିବାର ଏକ ମାମଲା ରୁଜୁ କରିବା ପରେ ପୋଲିସ ଶାଶୁ ସାବିତ୍ରୀ ନାୟକଙ୍କୁ ଗିରଫ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।