ଦିନେ କେବଳ ମ୍ୟାଗୀ ଖାଇ ପେଟ ପୁରାଉଥିଲେ, ଆଉ ଆଜି କୋଟି କୋଟି ଟଙ୍କାର ମାଲିକ, Pandya Brothers ଙ୍କ ପ୍ରକୃତ କାହାଣୀ ଆପଣଙ୍କ ଆଖିରେ ଲୁହ ଆଣିଦେବ 

କ୍ରିକେଟ ଜଗତରେ ଏମିତି ବହୁ ଷ୍ଟାର ଖେଳାଳିଙ୍କ କାହାଣୀ ଆପଣଙ୍କୁ ଜଣାଥିବ । ହେଲେ ପାଣ୍ଡ୍ୟା ବ୍ରଦର୍ସଙ୍କ କାହାଣୀ ପରିଶ୍ରମ ଓ ଭାଗ୍ୟର ଏକ ପ୍ରେରଣାଦାୟୀ ଉଦାହାରଣ । ଦିନେ ମ୍ୟାଗୀ ଖାଇ ମନକୁ ବୁଝାଇ ଦେଉଥିବା ପାଣ୍ଡ୍ୟା ବ୍ରଦର୍ସ ଏବେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଟିମ୍ ଇଣ୍ଡିଆର ହାତକୁ ମଜବୁତ କରୁଥିବା ବେଷ୍ଟ ଅଲରାଉଣ୍ଡର । ଅନେକ ସମୟରେ ଦଳର ସଙ୍କଟ ମୋଚକ ଭାବେ ବେଶ ଜଣାଶୁଣା ହାର୍ଦ୍ଦିକ ।

ଏସିଆ କପ୍ ରେ ପାକିସ୍ତାନ ବିପକ୍ଷ ମ୍ଯାଚ ହେଉ କି ଚଳିତ ଟି-୨୦ ବିଶ୍ଵକପରେ ପାକିସ୍ତାନ ବିପକ୍ଷ ମ୍ଯାଚ ହେଉ, ସବୁଠି ବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେଥିପାଇଁ ଜଣେ ହିରୋ ଭଳି ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ରହିଛନ୍ତି ହାର୍ଦ୍ଦିକ । ବାରମ୍ବାର ଆହତ ହୋଇ ମଧ୍ୟ ଟିମ୍ ଆବଶ୍ୟକତା ବେଳେ ସେ ଦଳକୁ ଫେରିଛନ୍ତି । ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ବେଶ ଜଣାଶୁଣା କ୍ରିକେଟର । ହେଲେ ଦୁଇଭାଇଙ୍କ ପିଲାଦିନ କିନ୍ତୁ ବେଶ କଷ୍ଟରେ ବିତିଥିଲା ।

ହାର୍ଦ୍ଦିକ ଓ କ୍ରୁନାଲ ଏକ ଗରିବ ପରିବାରର ଜନ୍ମଗ୍ରହଣ କରିଥିଲେ । ଦୁହିଁଙ୍କୁ ବଡ ମଣିଷ କରିବା ପାଇଁ ହାର୍ଦ୍ଦିକଙ୍କ ବାପା ହିମାଂଶୁ ପାଣ୍ଡ୍ୟା ଅନେକ କଷ୍ଟ କରିଛନ୍ତି । କ୍ରିକେଟ ପ୍ରତି ହିମାଂଶୁଙ୍କ ପ୍ରେମ କାରଣରୁ ଦୁଇ ପୁଅ କ୍ରିକେଟରେ କ୍ଯାରିୟର ଗଢନ୍ତୁ ବୋଲି ସେ ଚାହୁଁଥିଲେ । ଯେଉଁଥି ପାଇଁ ସେ ନିଜର କାର୍ ଫାଇନାନ୍ସିଂ ବିଜନେସକୁ ବନ୍ଦ କରି ବଦୋଦରା ସିଫ୍ଟ ହୋଇ ଯାଇଥିଲେ । ସେତେବେଳେ ହାର୍ଦ୍ଦିକଙ୍କୁ ମାତ୍ର ୫ ବର୍ଷ ବୟସ ହୋଇଥିଲା ।

ଦୁଇ ପୁଅ ଭଲ କ୍ରିକେଟ ଖେଳନ୍ତୁ ବୋଲି ଇଚ୍ଛା ରଖିଥିବା ହିମାଂଶୁ ପାଣ୍ଡ୍ୟା ସେମାନଙ୍କୁ ବଦୋଦରର କିରଣ ମୋରେ କ୍ରିକେଟ ଏକାଡେମୀରେ ଜଏନ୍ କରାଇଥିଲେ । ଆର୍ଥିକ ସ୍ଥିତି ଠିକ ନଥିବାରୁ ପାଣ୍ଡ୍ୟା ପରିବାର ଏକ ଭଡାଘରେ ରହୁଥିଲେ ଏବଂ ଦିନେ ଦିନେ ପୁରା ପରିବାର କେବଳ ମ୍ୟାଗୀ ଖାଇ ପେଟ ପୁରାଉଥିଲେ । କେବଳ ଏତିକି ନୁହେଁ ବରଂ ଅନ୍ଯଠାରୁ କ୍ରିକେଟ କିଟ୍ ମାଗି ଅଭ୍ଯାସ କରୁଥିଲେ ପାଣ୍ଡ୍ୟା ବ୍ରଦର୍ସ । ଦୁଇ ଭାଇ ୪୦୦-୫୦୦ ଟଙ୍କା ପାଇଁ ଗାଁରେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଥିଲେ ।

ଏତିକିରେ ତାଙ୍କ ଦୁଃଖ ସରି ନଥିଲା । କାରଣ ୨୦୧୦ରେ ହାର୍ଦ୍ଦିକଙ୍କ ବାପାଙ୍କ ଦୁଇ ଦୁଇଥର ହାର୍ଟ ଆଟାକ୍ ଆସିବାରୁ ବାଧ୍ୟ ହୋଇ ତାଙ୍କୁ ଚାକିରି ଛାଡିବାକୁ ପଡିଲା । ଯାହାଫଳରେ ଦିନକୁ ଦିନ ପରିବାର ସ୍ଥିତି ଆହୁରି ବିଗିଡିବାରେ ଲାଗିଲା । ତଥାପି କେବେ ହାର୍ ମାନି ନଥିଲେ ଦୁଇ ଭାଇ ।

ସମୟ ଗଡିବା ସହ ଭାଗ୍ୟ ବି ବଦଳିଲା, ଆଉ ଦୁଇ ଭାଇ କ୍ରିକେଟରେ ନାଁ କମାଇବା ଆରମ୍ଭ କଲେ । ଏହାପରେ ଏହି ଦୁଇ ଭାଇଙ୍କୁ ନୂଆ ପରିଚୟ ଆଣିଦେଲା ଆଇପିଏଲ । ଆଉ ଏବେ ଲକ୍ସରୀ ଲାଇଫ ବଞ୍ଚୁଛନ୍ତି ପାଣ୍ଡ୍ୟା ବ୍ରଦର୍ସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।