ସକାଳୁ ଖାଲି ପେଟରେ ଏହି ଗଛର ପତ୍ରକୁ ସେବନ କରବା ପୁରୁଷମାନଙ୍କ ପାଇଁ ବରଦାନ, ମିଳୁଥିବା ଫାଇଦା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଆପଣମାନେ ସମସ୍ତେ ତୁଳସୀ ଗଛ ବିଷୟରେ ଜାଣିଥିବେ । ଏହ ବହୁତ ଛୋଟ ଅଟେ । ତାର ପତ୍ର ଗୁଡିକ ସାମାନ୍ୟ ଗୋଲାକାର ହୋଇଥାଏ । ଏହି ଗଛର ମଞ୍ଜି ପିତ୍ତବର୍ଣ୍ଣର ଛୋଟ ଅଣ୍ଡାକାର ସଦୃଶ ହୋଇଥାଏ । ଏହା ବର୍ଷା ଋତୁରେ ହୁଏ । ଏହି ଗଛ ୨ ବା ୩ ବର୍ଷରେ ମରିଯାଏ । ଏହି ତୁଳସୀ ଗଛର ପତ୍ରରେ ଔଷଧୀୟ ଗୁଣ ଭରପୁର ଥାଏ । ତେଣୁ ଏହି ପତ୍ରକୁ ଔଷଧ ରୂପେ ବ୍ୟବହାର କରାଯାଏ । ଏହି ପତ୍ର ସେବନ ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହୁଏ ।

ଏହି ପତ୍ରକୁ ଖାଇଲେ ଥଣ୍ଡା, କାଶ, ଜ୍ଵର ଓ ପେଟ ରୋଗ ମଧ୍ୟ ଭଲ ହୋଇଯାଏ । ପିଲାଠାରୁ ବୃଦ୍ଧମାନେ ସମସ୍ତେ ଏହି ପତ୍ରକୁ ଔଷଧ ରୂପେ ବ୍ୟବହାର କରନ୍ତି । ବିଶେଷ କରି ପୁରୁଷମାନେ ଏହି ପତ୍ରକୁ ବ୍ୟବହାର କଲେ ବହୁତ ଲାଭପ୍ରଦ ହୁଏ । ଆସନ୍ତୁ ଜାଣିବା ପୁରୁଷମାନଙ୍କ ପାଇଁ ଏହା କଣ ଲାଭ ହୁଏ ।

ଶାରୀରିକ ଦୁର୍ବଳତା ଦୂର କରେ-

ଯେଉଁ ପୁରୁଷମାନେ ଶାରୀରିକ ଦୁର୍ବଳତା ଅନୁଭବ କରୁଛନ୍ତି ଓ କାମରେ ମନ ଲାଗୁ ନାହିଁ, ସେମାନେ ପ୍ରତିଦିନ ସକାଳୁ ଖାଲି ପେଟରେ ତୁଳସୀ ପତ୍ର ସେବନ କରିଲେ ଶାରୀରିକ ଦୁର୍ବଳତା ଦୂର ହେବ । ହାଲିଆ ଲାଗିବ ନାହିଁ । କାମରେ ମନ ଲାଗିବ ।

ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଏ –

ଯେଉଁ ବ୍ୟକ୍ତିମାନେ ପ୍ରତିଦିନ ସକାଳୁ ଖାଲି ପେଟରେ ତୁଳସୀ ପତ୍ର ଖାଉଛନ୍ତି ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ । ଏଥି ସହିତ ପେଟ ରୋଗ, ଆଣ୍ଠୁ, ଗଣ୍ଠି ବ୍ୟଥା ସମସ୍ୟାରୁ ଉପଶମ ମିଳେ । ଗଣ୍ଠି ବ୍ୟଥା ପାଇଁ ଏହା ଭଲ ଔଷଧ ଅଟେ ।

ଧଳା ବାଳରୁ ରକ୍ଷା –

ଯେଉଁ ପୁରୁଷମାନଙ୍କର କମ ବୟସରୁ ବାଳ ଧଳା ହେଉଛି, ସେମାନେ ବାଳକୁ କଲର୍ କରୁଛନ୍ତି । କଲର୍ କରିବା ଦ୍ଵାରା ମୁଣ୍ଡରେ ବିଭିନ୍ନ ଚର୍ମ ରୋଗ ମଧ୍ୟ ଭୋଗ କରୁଛନ୍ତି । କିନ୍ତୁ ତୁଳସୀ ପତ୍ର ଧଳା ବାଳକୁ ପ୍ରାକୃତିକ କଳା କରିଥାଏ । ସେଥିପାଇଁ ଆପଣଙ୍କୁ ପ୍ରତିଦିନ ସକାଳୁ ଖାଲି ପେଟରେ ତୁଳସୀ ପତ୍ର ସେବନ କରିବାକୁ ହେବ । କିଛି ଦିନ ମଧ୍ୟରେ ଧଳା ବାଳ କଳା ହୋଇଯିବ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ନିଶ୍ଚୟ ପସନ୍ଦ ଆସଥିବ । ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆମ ସହିତ ରହବା ପାଇଁ ପେଜକୁ ଲାଇକ କରନ୍ତୁ ।