ସମସ୍ତ ରାଜ୍ୟକୁ କରାଗଲା ୩ଟି ଜୋନରେ ବିଭକ୍ତ, ଓଡିଶାର ୩ଟି ଜିଲ୍ଲା ରହିଛି ରେଡ ଜୋନରେ, ୬ଟି ଅରେଞ୍ଜ ଜୋନରେ

କରୋନା ସଂକ୍ରମଣକୁ ଅଟକାଇବା ପାଇଁ ସାରା ଦେଶରେ ବର୍ତ୍ତମାନ ଲକଡାଉନ ୩ ମେ ପର୍ଯ୍ୟନ୍ତ ଲାଗୁ ଅଛି । କିନ୍ତୁ ଏଥି ମଧ୍ୟରେ ସରକାର ସାରା ଦେଶକୁ ୩ ଟି ଜୋନ ରେ ବିଭକ୍ତ କରିଛନ୍ତି । କେନ୍ଦ୍ର ସରକାର ଦେଶର କରୋନା ଆକ୍ରାନ୍ତଙ୍କ ମାମଲାକୁ ନଜରରେ ରଖି ଏହିପରି ନିଷ୍ପତ୍ତି ନେଇଛନ୍ତି । ସାରା ଦେଶରେ ସବୁ ରାଜ୍ୟର ଜିଲ୍ଲା ଗୁଡିକୁ ୩ ଟି ଜୋନ ରେ ବିଭକ୍ତ କରି ୧୩୦ ଟି ଜିଲ୍ଲାକୁ ରେଡ ଜୋନ ରେ ସାମିଲ କରିଛନ୍ତି ଓ ୨୮୪ ଟି ଜିଲ୍ଲାକୁ ଅରେଞ୍ଜ ଜୋନରେ ସାମିଲ କରିଛନ୍ତି । ଅନ୍ୟପଟେ ଦେଶର ୩୧୯ ଟି ଜିଲ୍ଲା ଗ୍ରୀନ ଜୋନରେ ସାମିଲ ଅଛନ୍ତି ।

ଦେଶରେ ସମୁଦାୟ ୧୩୦ ଜିଲ୍ଲା ରେଡ ଜୋନରେ ଥିବାବେଳେ ଓଡିଶାର ୩ ଟି ଜିଲ୍ଲା ରେଡ ଜୋନରେ ସାମିଲ ହୋଇଛନ୍ତି । ଏହା ସହିତ ରାଜ୍ୟର ୬ ଟି ଜିଲ୍ଲାକୁ ଅରେଞ୍ଜ ଜୋନରେ ରଖାଯାଇଥିବା ବେଳେ ୨୧ ଟି ଜିଲ୍ଲାକୁ ଗ୍ରୀମ ଜୋନ ରେ ରଖାଯାଇଛି । ଏହା ବିଷୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ତାଲିକା ଜାରି କରାଯାଇଛି । ଯେଉଁଥିରୁ କେଉଁ ଜିଲ୍ଲାକୁ କେଉଁ ଜୋନରେ ବିଭକ୍ତ କରାଯାଇଛି ତାହାର ସମସ୍ତ ସୁଚନା ଦିଆଯାଇଛି ।

ରାଜ୍ୟର ୩ ଟି ଜିଲ୍ଲା ଯାଜପୁର, ବାଲେଶ୍ଵର ଓ ଭଦ୍ରକକୁ ରେଡ ଜୋନ ରେ ସାମିଲ କରାଯାଇଥିବା ବେଳେ ପୂର୍ବରୁ ରେଡ ଜୋନ ରେ ସାମିଲ ଥିବା ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ ଜୋନ ରେ ତାଲିକାଭୁକ୍ତ କରାଯାଇଛି ।

ଅନ୍ୟପଟରେ ରାଜ୍ୟର ୬ ଟି ଜିଲ୍ଲାକୁ ଅରେଞ୍ଜ ଜୋନରେ ସାମିଲ କରାଯାଇଛି । ସେଗୁଡିକ ହେଲା କେନ୍ଦ୍ରାପଡା, ସୁନ୍ଦରଗଡ, ଖୋର୍ଦ୍ଧା, କୋରାପୁଟ, କଳାହାଣ୍ଡି, ପୁରୀ ଓ ଢେଙ୍କାନାଳ ଏଥିରେ ସାମିଲ ଅଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି କି ପ୍ରତି ସପ୍ତାହରେ କରୋନା ସଂକ୍ରମଣ ମାମଲାକୁ ନଜରରେ ରଖି ଏହି ତାଲିକା ରେ ଚେଞ୍ଜେସ କରାଯିବ । ତେବେ ଏଥିରେ ଆପଣଙ୍କ ମତାମତ କଣ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ ଓ ଦେଶର ସମସ୍ତ ଖବର ର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।