ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଘରେ ଲଗାନ୍ତୁଏହି ୫ଟି ଗଛ, କେବେ ମଧ୍ୟ ହେବ ନାହିଁ ମଶାଙ୍କ ଜନିତ ରୋଗ

ମଶା ହେବା ସମସ୍ୟା ପ୍ରାୟତଃ ସାଧାରଣ ହୋଇଥାଏ । ପ୍ରାୟତଃ ସମସ୍ତଙ୍କ ଘରେ ମଶା ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଇ ଥାନ୍ତି। ପ୍ରାୟତଃ ସବୁ ଲୋକ ମଶା ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବିଭନ୍ନ ପ୍ରକାରର ମଶା ଧୂପ ବା ଲିକୁଇଡ ର ବ୍ୟବହାର କରିଥାନ୍ତି । ଏହା ଦ୍ଵାରା ମଶା ତ ଚାଲି ଯାଇଥାନ୍ତି କିନ୍ତୁ ଏହାର ଧୂଆଁ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରକୃତିକ ଉପାୟ କହିବୁ ଯାହା ଦ୍ଵାରା ଆପଣ ମଶା ମାନଙ୍କ ଠାରୁ ରକ୍ଷା ପାଇ ପାରିବେ । ପ୍ରକୃତରେ ଏମିତି କିଛି ଗଛ ଅଛି ଯାହାକୁ ଲଗାଇବା ଦ୍ଵାରା ମଶାମାନେ ଘରକୁ ପ୍ରବେଶ ମଧ୍ୟ କରନ୍ତି ନାହିଁ , ତେବେ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ ।

ତୁଳସୀ ଗଛ –

ହିନ୍ଦୁ ଧର୍ମରେ ତୁଳସୀ ଗଛ ଲଗାଇବା ଏକ ବିଧି ଅଛି ଓ ଏହାକୁ ପୂଜା ମଧ୍ୟ କରାଯାଏ । ଏହି ପତ୍ର ଭଗବାନଙ୍କୁ ମଧ୍ୟ ଚଢାଯାଏ । ପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ଏହା ଅତି ପ୍ରିୟ ଅଟେ । ଏହି ପତ୍ରରେ ଭୋଗ ଲଗାଇଲେ ଭଗବାନ ବହୁତ ପ୍ରସନ୍ନ ହୁଅନ୍ତି । ତୁଳସୀ ଗଛର ପତ୍ରରେ ଔଷଧୀୟ ଗୁଣ ଭରପୁର ରହିଛି, ତେଣୁ ଏହି ପତ୍ରକୁ ଔଷଧ ରୂପରେ ବ୍ୟବହାର କରାଯାଏ । ତୁଳସୀ ଗଛ ଲଗାଇଲେ ବାତାବରଣ ଶୁଦ୍ଧ ହୁଏ । ଏହି ଗଛ ଆମକୁ ଅଧିକ ଅମ୍ଳଜାନ ଯୋଗାଇ ଥାଏ । ତେଣୁ ଏହି ଗଛକୁ ଅଧିକ ମାତ୍ରାରେ ଲଗାଇବା ଉଚିତ୍ । ଏହି ଗଛକୁ ଘରର ଦ୍ବାର ପାଖରେ ଲଗାଯାଇ ପୂଜା କରାଯାଏ । କୁହାଯାଏ କି ଘରୁ ବାହରିବା ସମୟରେ ଏହି ଗଛକୁ ଚାହିଁ ଗଲେ ସବୁ କାର୍ଯ୍ୟ ସଫଳ ହୁଏ । ଏହି ଗଛକୁ ଝରକା ପାଖରେ ମଧ୍ୟ ଲଗାଇ ପାରିବେ । କାରଣ ଏହି ତୁଳସୀ ଗଛର ପତ୍ରର ବାସ୍ନାରେ ମଶାମାନେ ଦୂରେଇ ଯାଆନ୍ତି ।

Leman Baam ଗଛ-

ଏହି ଗଛ ମଶାମାନଙ୍କୁ ଦୂରେଇବାରେ ସାହାଯ୍ୟ କରିଥାଏ । ଏହି ଗଛକୁ ଲୋକମାନେ ଘରେ ସଜାଇଥାନ୍ତି । ଏହି ଗଛର ଫୁଲ ବହୁତ ବାସ୍ନା ହୁଏ । ଏହି ବାସ୍ନା ଦ୍ଵାରା ମଶାମାନେ ଦୂରେଇ ଯାଆନ୍ତି । ଏହି ଗଛକୁ ଖରାରେ ରଖିବ ନାହିଁ ।

ଗେଣ୍ଡୁ ଗଛ –

ଏହି ଗଛ ମଧ୍ୟ ମଶାମାନଙ୍କୁ ଦୂରେଇବାରେ ସହାୟକ ହୋଇଥାଏ । କୁହାଯାଏ କି ଏହି ଗଛର ଫୁଲ ଓ ପତ୍ରର ବାସ୍ନା ମଶାମାନଙ୍କୁ ଭଲ ଲାଗେ ନାହିଁ । ଘରେ ଏହି ଗଛ ଲଗାଇଲେ ମଶା ଦେଖାଯାନ୍ତି ନାହିଁ ।

ଚଣା ଗଛ –

ଏହି ଗଛ ଲଗାଇଲେ ମଶାମାନେ ବୁଲନ୍ତି ନାହିଁ । ଏହି ଗଛରୁ କୌମାରିନ ନାମକ ଏକ ବାସ୍ନା ହୁଏ ଓ ଏହି ବାସ୍ନା ଏତେ ଭୟଙ୍କର ହୋଇଥାଏ ଯେ ମଶାମାନେ ବାହାରି ପଳାନ୍ତି । କୌମାରିନର ବ୍ୟବହାର କମର୍ଶୀୟଲ ମାସ୍କିଟୋ ରିପ୍ଲିୟଣ୍ଟ ଓ ପର୍ଫ୍ୟୁମ ଇଣ୍ଡଷ୍ଟ୍ରିରେ ହୋଇଥାଏ ।

Citronella ଗଛ –

ମଶାମାନଙ୍କୁ ଦୂର କରିବା ପାଇଁ ଏହି ଗଛ ବହୁତ ସହାୟକ ହୋଇଥାଏ । ଏହି ଗଛର ବାସ୍ନାରେ ମଶାମାନେ ଦୂରେଇ ରୁହନ୍ତି । ମସ୍କିଟୋ ରିପ୍ଲିୟଣ୍ଟ କ୍ରିମରେ ଏହି ଗଛର ବ୍ୟବହାର କରାଯାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।