ବାରବାଟୀରେ ବୋତଲ ମାଡ ଘଟଣା, ସେଦିନ ପ୍ରକୃତରେ କଣ ହୋଇଥିଲା ? ସାମ୍ନାକୁ ଆସିଲା ପ୍ରକୃତ ସତ

ବାରବାଟୀ ଷ୍ଟାଡିୟମ ମଥାରୁ ବୋତଲ ମାଡର ଦାଗ ଏଯାଏଁ ଲିଭିନି । ବାରବାଟୀରେ ମ୍ଯାଚ କଥା ଉଠିଲେ ବୋତଲ ମାଡ ଘଟଣା ମନେ ପଡିଯାଏ । ତେବେ ସେଦିନ କଣ ହୋଇଥିଲା ଓ ଦର୍ଶକ କାହିଁକି ଉତକ୍ଷିପ୍ତ ହୋଇଥିଲେ ? ସବୁଥର ଭଳି ସେଦିନ ମଧ୍ୟ ମ୍ଯାଚକୁ ନେଇ ଦର୍ଶକ ଖୁବ ଉତ୍ସାହିତ ଥିଲେ । ଟସ୍ ପଡିବା ପରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା । କିନ୍ତୁ ଦେଖୁ ଦେଖୁ ଗୋଟିଏ ପରେ ଗୋଟିଏ ୱିକେଟ ପଡି ଚାଲିଲା ।

କେତେ ଆଶା ନେଇ ଦର୍ଶକ ବାରବାଟୀକୁ ମ୍ଯାଚ ଦେଖିବାକୁ ଆସିଥିଲେ ଦର୍ଶକ । କିନ୍ତୁ କୌଣସି ଖେଳାଳି ମଧ୍ୟ ଦକ୍ଷିଣ ଆଫ୍ରିକାର ବୋଲରଙ୍କ ଆଗରେ ତିଷ୍ଠି ପାରି ନଥିଲେ । କେବଳ ରୋହିତ ଶର୍ମା ଓ ସୁରେଶ ରାଇନା ହିଁ ୨୨ ରନ୍ ଲେଖାଏଁ କରିବାରେ ସମର୍ଥ ହୋଇଥିଲେ । ଆଉ ମାତ୍ର ୯୨ ରନ୍ ରେ ଭୁଷୁଡି ପଡିଥିଲା ଭାରତୀୟ ଦଳ । ଏହାପରେ ଦର୍ଶକମାନେ ଧୈର୍ଯ୍ୟର ସହ ମ୍ଯାଚ ଦେଖୁଥିଲେ । କିନ୍ତୁ ଯେତେବେଳେ ଦକ୍ଷିଣ ଆଫ୍ରିକା ମ୍ଯାଚ ଜିତିଗଲା ନିଜ ଭାବ ପ୍ରବଣତାକୁ ଆଉ ସମ୍ଭାଳି ପାରିଲେନି ଦର୍ଶକ ।

ଉତକ୍ଷିପ୍ତ ଦର୍ଶକ ହଠାତ ପଡିଆ ଭିତରକୁ ପାଣି ବୋତଲ ସବୁ ଫୋଫାଡିବାରେ ଲାଗିଥିଲେ । ସେତେବେଳେ ଏହି ଘଟଣା ସାରା କ୍ରିକେଟ ଜଗତରେ ବାରବାଟୀକୁ ବଦନାମ କରି ଦେଇଥିଲା । ଓସିଏ କୁ ମଧ୍ୟ ଏଥିପାଇଁ ଉତ୍ତର ଦେବାକୁ ପଡିଥିଲା । ବାରବାଟୀ ଷ୍ଟାଡିୟମରେ ପ୍ରଥମ ଟି-୨୦ ଇଣ୍ଟରନ୍ୟାସନାଲ ମ୍ଯାଚ ଏଭଳି ବିବାଦୀୟ ଭାବେ ଆରମ୍ଭ ହୋଇଥିଲା । ବାରବାଟୀରେ ଯେତେବେଳେ ବି ମ୍ଯାଚ ହୁଏ ନ ଚାହିଁଲେ ବି ଏହି ଘଟଣା ମନକୁ ଚାଲିଆସେ ।

୨୦୧୫ ମସିହାର ଏହି ଘଟଣାକୁ ସାତ ବର୍ଷ ପୁରି ଯାଇଥିଲେ ମଧ୍ୟ ଆଜିବି ସମସ୍ତଙ୍କ ମନରେ ଏହା ତାଜା ହୋଇ ରହିଛି । ଅବଶ୍ୟ ବର୍ତ୍ତମାନ ସେହିଭଳି କିଛି ପରିସ୍ଥିତି ଦେଖା ଦେବନାହିଁ । କାରଣ ଶ୍ରୁଙ୍ଖଳିତ ମ୍ଯାଚ ଆୟୋଜନ ପାଇଁ ଓସିଏ ବହୁତ ସୁନ୍ଦର ପଦକ୍ଷେପ ସବୁ ନେଇଛି । ତେବେ ମ୍ଯାଚ ପାଇଁ ଗତକାଲି ଦୁଇ ଦଳର ଖେଳାଳି ଭୁବନେଶ୍ବରର ମେଫେୟାର ଠାରେ ପହଞ୍ଚି ଯାଇଛନ୍ତି ଓ ଆଜି ମ୍ଯାଚ ଅଭ୍ଯାସ ପାଇଁ ବାରବାଟୀକୁ ମଧ୍ୟ ଆସିବେ ।

ଦକ୍ଷିଣ ଆଫ୍ରିକା ସହ ଏହି ସିରିଜର ପ୍ରଥମ ମ୍ଯାଚ ଭାରତ ହାରି ଯାଇଥିବା ବେଳେ ବାରବାଟୀରେ ଉଭୟ ଦଳ ମଧ୍ୟରେ କଡା ମୁକାବିଲା ହେବ ବୋଲି ଆଶା କରୁଛନ୍ତି କ୍ରିକେଟ ପ୍ରେମୀମାନେ । ତେବେ ଆପଣଙ୍କୁ କଣ ଲାଗୁଛି କେଉଁ ଦଳ ଏହି ମ୍ଯାଚ ଜିତିବାର ସମ୍ଭାବନା ଅଧିକ ରହିଛି ଓ କାହିଁକି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।