ଏହି ବ୍ୟକ୍ତି ହେବାକୁ ଯାଉଛନ୍ତି ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ? ରାଷ୍ଟ୍ରପତି ପଦ ପାଇଁ ଏହି ସବୁ ଦଳ ମଧ୍ୟରେ ଲାଗିଛି ରେସ୍, BJP ର ସ୍ଥାନ କେଉଁଠି ?

ଭାରତର ମହାମହିମ ରାଷ୍ଟ୍ରପତି କିଏ ହେବେ ସେନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି । ଏନଡ଼ିଏ ଗଣିତ କଣ ରହିଛି ? ବିଜେପି ଏଥିପାଇଁ କାହାକୁ ବାଛିବ ? କାହାକୁ ସପୋର୍ଟ କରିବେ ବିରୋଧୀ ? ଏସବୁ ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ସରକାରୀ ଏବଂ ବିରୋଧୀ ଦଳଗୁଡିକ ଏନେଇ ପତ୍ତା ଖୋଲି ନଥିଲେ ବି କାହାକୁ ପ୍ରାର୍ଥୀ କଲେ ଜିତିବାର ସମ୍ଭାବନା ଅଧିକ ସେନେଇ କିନ୍ତୁ ଭିତରେ ଭିତରେ ଅଙ୍କ କଷିବା ଆରମଭ କରି ଦେଇଛନ୍ତି ।

ଭୋଟ ମୂଲ୍ୟ ଦୃଷ୍ଟିରୁ ଏନଡ଼ିଏ ୟୁପିଏ ଠାରୁ ପଛରେ ଅଛି । ସେପଟେ ବିଜେଡି ଓ ୱାଇଏସଆର ଭଳି କେତେକ ଦଳର ସମର୍ଥନ ନେଇ ନିଜ ପ୍ରାର୍ଥୀଙ୍କୁ ଜିତେଇବା ଲକ୍ଷ୍ୟରେ ରହିଛି ବିଜେପି । ଚର୍ଚ୍ଚା ଅନୁସାରେ ତେଲେଙ୍ଗାନା ରାଜ୍ଯପାଳ ତାମିଲସାଇ ସୁନ୍ଦରରାଜନ ଏନଡ଼ିଏ ପ୍ରାର୍ଥୀଭାବେ ଏହି ଦୌଡରେ ଆଗରେ ଅଛନ୍ତି । ଗତଥର ଉତ୍ତର ଭାରତରୁ ରାମନାଥ କୋବିନ୍ଦକୁ ରାଷ୍ଟ୍ରପତି କରା ଯାଇଥିବାରୁ ଏଥର ବିଜେପି ଦକ୍ଷିଣ ଭାରତରୁ କାହାକୁ ବାଛିପରେ ବୋଲି ଆଲୋଚନା ଜୋର ଧରିଛି ।

ସେହିପରି କେରଳ ରାଜ୍ୟପାଳ ଆର. ଏଫ. ମହମ୍ମଦ ଖାନଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି । ଦକ୍ଷିଣ କନେକ୍ସନ ସହ ସଂଖ୍ୟାଲଘୁ ସମ୍ପ୍ରଦାୟରେ ସେ ଆସୁଛନ୍ତି । ସେହିପରି ଏଥର ବିଜେପିର ନୂଆ ମୁସଲମାନ ଚେହେରା ମୁକତାର ନବାସ ନଗବୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବିଜେପି ନଗବୀଙ୍କୁ ରାଜ୍ୟସଭା ପଠାଇନାହିଁ, ସେ ଏବେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ତେଣୁ ତାଙ୍କ ନାଁ ମଧ୍ୟ ଉପରାଷ୍ଟ୍ରପତି କିମ୍ବା ରାଷ୍ଟ୍ରପତି ପଦବୀ ପାଇଁ ଆଲୋଚନା ହେଉଛି ।

କେହି କେହି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦଙ୍କୁ ନେଇ ମଧ୍ୟ ହିସାବ ନିକାଶ ଜାରି ରଖିଛନ୍ତି । କେନ୍ଦ୍ର ସରକାର ନିକଟରେ ଗୁଲାମ ନବିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିଲେ । ସେବେଠୁ ବିଜେପି ସହ ନବିଙ୍କର ଭଲ ସମ୍ପର୍କ ଥିବା ନେଇ ଆଲୋଚନା ଚାଲିଛି । ତେବେ ଏହି ସବୁ ଆଶା ଆଶଙ୍କା ମଧ୍ୟରେ କିଏ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ତାହା ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ ।

ପଶିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନା, ଆମଆଦାମୀ ପାର୍ଟି ଏବଂ ଡ଼ିଏମକେ ମଧ୍ୟ ରାଷ୍ଟ୍ରପତି ପଦ ନେଇ ନିଜ ନିଜ ଢଙ୍ଗରେ ଗୋଟି ଚାଳନା କରୁଛନ୍ତି । ତେବେ ଦେଖାଯାଉ ବିଜେପି କାହାକୁ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରୁଛନ୍ତି ଏବଂ ଭାରତର ନୂତନ ରାଷ୍ଟ୍ରପତି କିଏ ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।