ପୂଜା ଘରୁ ଯାଇ ଆମ୍ବଗଛରେ ବସି ଆମ୍ବ ଖାଉଛନ୍ତି ଶ୍ରୀକୃଷ୍ଣ, ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ଲାଗିଲା ଲୋକଙ୍କ ଭିଡ, ଦେଖନ୍ତୁ Video

ଘରେ ପୁଅଟିଏ ନାହିଁ ବୋଲି ଶ୍ରଦ୍ଧାରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ପୁଅ ଭାବେ ରଖି ପୂଜା କରନ୍ତି ଏହି ପରିବାର । କିନ୍ତୁ ହଠାତ ଦେଖିଲେ ଭଗବାନ ଶ୍ରୀକୃଷ୍ଣ ଘରେ ନାହାନ୍ତି । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଶ୍ରୀକୃଷ୍ଣ ମିଳିଲେନି । ଶେଷରେ ବାରିପଟେ ଯାଇ ଦେଖିବା ବେଳକୁ ଆମ୍ବ ଗଛରେ ବସି ଆମ୍ବ ଖାଉଛନ୍ତି ଶ୍ରୀକୃଷ୍ଣ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଚାହୁଁ ଚାହୁଁ ସେଠାରେ ଭିଡ ମଧ୍ୟ ଜମିଗଲା । ଏହି ଦୃଶ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି ।

ଏହି ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ବାଉଁଶୁଣି ବସଷ୍ଟାଣ୍ଡ ପାଖରେ ଥିବା ଲଲିତ ଅଗ୍ରୱାଲଙ୍କ ଘରେ । ଲଲିତ ପ୍ରତିଦିନ ଭଳି ନିତ୍ୟକର୍ମ ସାରି ଠାକୁର ପୂଜା କରିବା ପରେ ନିଜ ବ୍ୟବସାୟକୁ ବାହାରିଥିଲେ । ତାଙ୍କ ସ୍ତ୍ରୀ ସଂଗୀତା ପିଲାଙ୍କ କୋଚିଂ ଶେଷ କରିବା ପରେ ସ୍ଵାମୀଙ୍କୁ ଜଳଖିଆ ଖାଇବା ପାଇଁ ଡ଼ାକିଥିଲେ । ଲଲିତ ଆସି ଦେଖିଥିଲେ କି ଘରର ବିଭିନ୍ନ ସ୍ଥାନରେ ତୁଳସୀ ପତ୍ର ପଡିଛି । ଆଉ ଠାକୁର ଘର ଉପରେ ନଜର ପଡିଲା ପରେ ଦେଖନ୍ତି କି ଭଗବାନ ଶ୍ରୀକୃଷ୍ଣ ସେଠାରେ ନାହାନ୍ତି ।

ଶ୍ରୀକୃଷ୍ଣ କୁଆଡେ ଗଲେ ବୋଲି ସମସ୍ତେ ଖୋଜୁଥିବା ବେଳେ ତାଙ୍କ ଝିଅର ନଜର ହଠାତ ଯାଇ ବାରିପଟେ ଥିବା ଆମ୍ବଗଛ ଉପରେ ପଡିଥିଲା । ଦେଖିଲା ବେଳକୁ ଶ୍ରୀକୃଷ୍ଣ ଗଛରେ ବସିଛନ୍ତି, ଆଉ ତାଙ୍କ ହାତରେ ଆମ୍ବଟିଏ ଅଛି । ଏହି ଆଶ୍ଚର୍ଯ୍ୟଜନକ ଘଟଣା ପ୍ରଘଟିତ ହେବା ପରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିବା ପାଇଁ ସେଠାରେ ନାହିଁ ନଥିବା ଭିଡ ଜମିଥିଲା ।

ଆଧୁନିକ ଯୁଗରେ ହୁଏତ କେହି ଏକଥା ବିଶ୍ବାସ କରି ନପାରେ । ହେଲେ ଲଲିତଙ୍କ କହିବା ଅନୁଯାୟୀ ତାଙ୍କର କେବଳ ଦୁଇଟି ଝିଅ, ସେଥିପାଇଁ ସେ ଓ ସ୍ତ୍ରୀ ସଂଗୀତା ଠାକୁର ଘରେ ଶ୍ରୀକୃଷ୍ଣ ଭଗବାନଙ୍କୁ ପୁଅ ଭଳି ସେ ମାନନ୍ତି । ତେବେ ସେମାନେ କହିଛନ୍ତି କି, କେବଳ ଆଜି ନୁହେଁ ବରଂ ଆଗରୁ ମଧ୍ୟ ଅନେକ ଥର କେତେବେଳେ ରୋଷେଇ ଘରେ ତ ଆଉ କେତେବେଳେ ଘରର ବିଭିନ୍ନ ସ୍ଥାନରେ ଦେଖା ଦେଇଛନ୍ତି ଶ୍ରୀକୃଷ୍ଣ । ତାଙ୍କ ପୁଅ ଏଭଳି ଲୀଳା କରୁଥିବା କଥା ସଂଗୀତା କହିଛନ୍ତି ।

ତେବେ ଏହି କଥାଟି ସମସ୍ତଙ୍କ ପାଇଁ ପ୍ରମାଣଯୋଗ୍ୟ ହୋଇ ନପାରେ କିନ୍ତୁ କୁହାଯାଏ କି ବିଶ୍ବାସ ଥିଲେ ଭଗବାନ ଆପେ ଆପେ ଆସନ୍ତି । ଆପଣଙ୍କ ବିଶ୍ବାସରେ କେବେ କିଛି ଏମିତି ଘଟଣା ଘଟିଛି କି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।