ଟ୍ରାଫିକ ନିୟମ ଉଲଂଘନ ପରେ ପୋଲିସକୁ ଧମକ ଦେଇ ହଟହଟା ହେଲେ ବିଧାୟକଙ୍କ ଝିଅ, ପୋଲିସକୁ ଦୁର୍ବ୍ୟବହାର ପଡିଲା ମହଙ୍ଗା, ଦେଖନ୍ତୁ viral video

ବିଧାୟକଙ୍କ ଝିଅ ବୋଲି କହି ପୋଲିସକୁ ଧମକ ଚମକ ଦେଇ ଚାଲିଥିଲେ ଏହି ଯୁବତୀ । କେବଳ ସେତିକି ନୁହେଁ ବରଂ ଏହି ସମୟର ଦୃଶ୍ୟ ଶୁଟିଙ୍ଗ କରୁଥିବା ଜଣେ ଯୁବକଙ୍କୁ ଚାପୁଡା ମାରିବାକୁ ମଧ୍ୟ ସେ ପଛାଇ ନଥିଲେ । ଜାଣିଛ ମୁଁ କିଏ ? କିଏ ବାପା କିଏ ? ମୁଁ ଜଣେ ବିଧାୟକଙ୍କ ଝିଅ, ମୋ ବାପା ଅରବିନ୍ଦ ଲିମ୍ବାଭାଲି ଏକଥା ମନେ ରଖିଥାଅ ।  ଶାସକ ଦଳର ବିଧାୟକ ଅରବିନ୍ଦ ଲିମ୍ବାଭାଲିଙ୍କ ଝିଅ ପୋଲିସ କର୍ମୀ ଓ ଗଣମାଧ୍ୟମକୁ ଏଭଳି ଦୁର୍ବ୍ୟବହାର କରିବା ସହ ନାଲି ଦେଖେଇବା ନେଇ ଏବେ ଦେଶବ୍ୟାପୀ ତାଙ୍କର ଚର୍ଚ୍ଚା ହେଉଛି ।

କର୍ଣ୍ଣାଟକର ବିଧାୟକ ଅରବିନ୍ଦ ଲିମ୍ବାଭାଲିଙ୍କ ଝିଅ ଟ୍ରାଫିକ ନିୟମ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ତାଙ୍କୁ ଧରି ନେଇଥିଲା । ଯାହାପରେ ସେ ବିଧାୟକଙ୍କ ଝିଅ ବୋଲି ନିଜର ପରିଚୟ ଦେଇ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ସହ ଆରମ୍ଭ କରି ଦେଇଥିଲେ । ଯାହାର ଦୃଶ୍ୟ କିଛି ଗଣମାଧ୍ୟମ ପ୍ରତିନିଧି ରେକର୍ଡ କରିବା ବେଳେ ବିଧାୟକ ଅରବିନ୍ଦ ଲିମ୍ବାଭାଲିଙ୍କ ଝିଅ ସେମାନଙ୍କୁ ମଧ୍ୟ ତୋଡ ଦେଖାଇଥିଲେ ।

ଏହି ଦୃଶ୍ୟ ଏବେ ଭାଇରାଲ ହେବା ପରେ ଉକ୍ତ ଯୁବତୀଙ୍କ ବାପା ବିଧାୟକ ଅରବିନ୍ଦ ଲିମ୍ବାଭାଲି ଏବେ ଚାରିଆଡୁ ସମାଲୋଚନାର ଶିକାର ହୋଇଛନ୍ତି । ଝିଅର ଟ୍ରାଫିକ ନିୟମ ଭାଙ୍ଗିବା ସହ ପୋଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାରକୁ କରିବା ନେଇ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭାଲି ଅଡୁଆରେ ପଡି ଯାଇଛନ୍ତି । ଯେଉଁଥି ପାଇଁ ଝିଅର ଭୁଲ ଯୋଗୁଁ ବିଧାୟକ ଅରବିନ୍ଦ ଲିମ୍ବାଭାଲି ପୋଇସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ କ୍ଷମା ମାଗିଛନ୍ତି ।

ଟ୍ରାଫିକ ସିଗନାଲରେ ନିଜ ବିଏମଡବ୍ଲ୍ୟୁ କାର୍ ଅଟକାଇ ନଥିଲେ ଅରବିନ୍ଦଙ୍କ ଝିଅ । ରାସ୍ତାରେ ଯାଉଥିବା ବେଳେ ଟ୍ରାଫିକ ସିଗନାଲ ବନ୍ଦ ଥିଲେ ମଧ୍ୟ ସେ ଆଗକୁ ମାଡି ଯାଇଥିଲେ । ତେଣୁ ଟ୍ରାଫିକ ନିୟମ ଭାଙ୍ଗିବା ତାଙ୍କୁ ମହଙ୍ଗା ପଡିଛି । ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇ ଟ୍ରାଫିକ ନିୟମ ଉଲଂଘନ ବିଷୟରେ କରିବାକୁ ନେଇ ବିଧାୟକଙ୍କ ଝିଅ ଖଫା ହୋଇ ଯାଇଥିଲେ । ଜଣେ ବିଧାୟକଙ୍କ ଗଡିକୁ ଏପରି ଅଟକା ଯାଇପାରିବ ନାହିଁ ବୋଲି ସେ କହିଥିଲେ ।

ପୋଲିସ କିନ୍ତୁ ଟ୍ରାଫିକ ନିୟମ ଉଲଂଘନ ଅଭିଯୋଗରେ ଜୋରିମାନା ଆଦାୟ କରିବାକୁ ଅଡି ବସିଥିଲେ । ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ତାଙ୍କୁ ଦଣ୍ଡ ଗଣିବାକୁ ପଡିଛି ଓ ତାଙ୍କ ବାପାଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା ମାଗିବାକୁ ପଡିଛି । ବିଧାୟକଙ୍କ ଝିଅ ଶେଷରେ ୧୦ ହଜାର ଟଙ୍କା ଫାଇନ ମଧ୍ୟ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।