ବାପା ଝିଅର ବାହାଘରର କାର୍ଡରେ କିଛି ଏମିତି ଲେଖି ଦେଲେ କି ଯିଏ ବି ପଢିଲେ ବାଃ ବାଃ କରିବାକୁ ଲାଗିଲେ

କହିବାକୁ ଗଲେ ବାହାଘରର କାର୍ଡ ବହୁତ ପର୍ଶନାଲ ହୋଇଥାଏ ଏବଂ ଏଥିରେ ଲୋକମାନେ ବର – କନ୍ୟାର ପରିଚୟ ସହିତ ବ୍ୟକ୍ତିଗତ ସୂଚନା ଦେଇଥାନ୍ତି । କିନ୍ତୁ ବର୍ତ୍ତମାନ ହିଁ ୟୁପିରେ ଗୋଟିଏ ବାହାଘରର କାର୍ଡରେ କିଛି ଏମିତି ଲେଖା ଯାଇଅଛି ଯେ ତାହା ଆଜିକାଲି ଚର୍ଚାର ବିଷୟ ପାଲଟି ଯାଇଛି । ଏହି କାର୍ଡରେ ବାହଘର ସମ୍ବନ୍ଧିତ ସୂଚନା ସହିତ ଏକ ସାମାଜିକ ସନ୍ଦେଶ ବି ଲେଖା ଯାଇଛି । ଚାଲନ୍ତୁ ଆପଣଙ୍କୁ କହୁଛୁ କି ଏହି କାର୍ଡରେ କଣ ଲେଖା ହୋଇଛି ।

ୟୁପିର କନ୍ନୋଜ ଜିଲ୍ଲାରେ ଜଣେ ପିତା ନିଜର ଝିଅର ବାହାଘରର କାର୍ଡରେ ବାହାଘରର ସୂଚନା ସହିତ ଏକ ସାମାଜିକ ସନ୍ଦେସ ବି ଲେଖିଛନ୍ତି । କନ୍ନୋଜର ତାଳଗ୍ରାମର ଏହି କୃଷକ ପିତା ନିଜ ଝିଅର ନିମନ୍ତ୍ରଣ ପତ୍ରରେ ଲେଖିଛନ୍ତି କି, ମଦ ପିଇବା ବାରଣ ଅଟେ । ସେଥିପାଇଁ ଚାରିଆଡେ ତାଙ୍କର ପ୍ରଶଂସା ହେଉଛି ।

କନ୍ନୋଜରେ ତାଳଗ୍ରାମରେ ଅବଧେଶ ଚନ୍ଦ୍ରଙ୍କର କହିବା ଅଟେ କି ସେ ନିଜର ଝିଅର ବାହାଘର କାର୍ଡରେ ଏହା ଏଥିପାଇଁ ଲେଖିଛନ୍ତି କି, ଲୋକମାନେ ପ୍ରାୟତଃ ବାହାଘର କାର୍ଯ୍ୟକ୍ରମରେ ନିଜର ମର୍ଯ୍ୟାଦା ଭୁଲିଯାଇ ହଙ୍ଗାମା କରିବାକୁ ଲାଗନ୍ତି । ସେଥିପାଇଁ ଅବଧେଶ ଚନ୍ଦ୍ରଙ୍କ ଝିଅର ବାହାଘରର ନିମନ୍ତ୍ରଣ କାର୍ଡରେ ମଦ ନ ପିଇବା ପାଇଁ କୁହା ଯାଇଛି ।

ଏମିତିରେ ସମସ୍ତେ ଅବଧେଶ ଚନ୍ଦ୍ରଙ୍କର ଏହି କଥା ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି । କୁହାଯାଏ କି ଯଦି ଏମିତି ଅନ୍ୟ ଲୋକମାନେ କରନ୍ତି ତେବେ ନିଶାଦ୍ରବ୍ୟ ଉପରେ ରୋକ ଲଗାଯାଇ ପାରିବ । କିନ୍ତୁ କେତେକ ଲୋକମାନେ ଅଛନ୍ତି କି ସେମାନେ ନିଜେ ହିଁ ବାହାଘରରେ ମଦ ଏବଂ ଅନ୍ୟ ନିଶାଦ୍ରବ୍ୟର ପ୍ରବନ୍ଧ କରିଥାନ୍ତି ।

ପ୍ରାୟତଃ ବାହାଘରର ସମାରୋହରେ କକଟେଲ ପାର୍ଟି ଏବଂ ଅଲଗା ନିଶାଦ୍ରବ୍ୟର ପ୍ରବନ୍ଧ କରା ଯାଇଥାଏ । ଏମିତି କରିବା ମଦ ପିଇବାକୁ ସହଯୋଗ କରିବା ସଙ୍ଗେ ସମାନ ଅଟେ । ଅନ୍ୟ ଆଡେ ଅବଧେଶ ଚନ୍ଦ୍ରଙ୍କର ବାହଘର କାର୍ଡରେ ଏହା ପାଇଁ ଚେତାବନୀ ଲେଖି ଲୋକମାନଙ୍କୁ ଜାଗୃତ କରିବାରେ ଚେଷ୍ଟା କରିଛନ୍ତି ।