ବନ୍ଧୁକୁ ସାହାଯ୍ୟ କରିବା ପାଇଁ ବନ୍ଧୁ ଯାହା କଲା ଜାଣି ଆପଣଙ୍କ ଅକହିରେ ବି ଆସିଯିବ ଲୁହ, ସମସ୍ତେ କହିଲେ ବନ୍ଧୁ ହେବ ତ ଏମିତି !

ଦର୍ଶକ ବନ୍ଧୁ ବନ୍ଧୁତ୍ଵ ଶବ୍ଦ ଅତ୍ୟନ୍ତ ନିବିଡ । ଏଭଳି ବନ୍ଧୁତ୍ଵ ଦେଖିବା ପରେ ଯିଏ ବି ଦେଖିବ କହିବ ବନ୍ଧୁ ହେବ ତ ଏମିତି । ସେ ବନ୍ଧୁର ଅସୁବିଧାର ସମୟରେ ଛିଡା ହେବା ପ୍ରକୃତ ବନ୍ଧୁର ପରିଚୟ । ସାଙ୍ଗର ଜୀବନ ପାଇଁ ଚାଲିଛି ସଂଘର୍ଷ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଗାନ୍ଧୀ ସ୍ମୃତି ଭାବନା ସ୍ଥିତ ପାର୍କରେ ଦେଖିବାକୁ ମିଳିଛି ଏମିତି ଏକ ଭିନ୍ନ ଦୃଶ୍ୟ । ବନ୍ଧୁଙ୍କୁ ବଞ୍ଚାଇବା ଲାଗି ଅଣ୍ଟା ଭିଡିଛନ୍ତି ବନ୍ଧୁ ।

ରୋଗାଗ୍ରସ୍ତ ବନ୍ଧୁ ଯେପରି ମାନସିକ ଅବସାଦ ନ ହାରିବ ସେଥିପାଇଁ ତାଙ୍କ ମନୋରଞ୍ଜନ ପାଇଁ ପାର୍କରେ ବୁଲାଇବା ସହ ଖୁସି ରଖିବାକୁ ପ୍ରୟାସ ଜାରି ରଖିଛନ୍ତି । ପାର୍କରେ ବୁଲାଇବା ସହ ପାର୍କରେ ଆସିଥିବା ପରିଦର୍ଶକଙ୍କୁ ଆର୍ଥିକ ସହଯୋଗ କରିବାକୁ ନିବେଦନ କରିବା ସହ ଅନୁଦାନ ସଂଗ୍ରହ କରୁଛନ୍ତି ଅନ୍ୟ ଜଣେ ବନ୍ଧୁ । ବାଲେଶ୍ଵର ପୌର ପରିଷଦ ୨୫ ନମ୍ବର ୱାର୍ଡର ବାସିନ୍ଦା ଭରତ ଭୂଷଣ ଦାସ । ଭରତଙ୍କର ୨ଟି କିଡନି ନଷ୍ଟ ହୋଇ ଯାଇଛି ।

କିଡନି ପ୍ରତ୍ୟାରୋପଣ ପାଇଁ ଆବଶ୍ୟକ ହେଉଛି ମୋଟା ରକମ । ଭରତ ଏଥିପାଇଁ ନିଜର ସଞ୍ଚିତା ଅର୍ଥ ସରି ଦେଇଛନ୍ତି । କିଡନି ପ୍ରତ୍ୟାରୋପଣ ଲାଗି ଆବଶ୍ୟକ ପଡୁଛି ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କା । କିନ୍ତୁ ତାଙ୍କ ପାଖରେ ଏତେ ସମ୍ବଳ ନ ଥିବା ବେଳେ ଦୁଖ ସମୟରେ ନିଜର ଅତି ପ୍ରିୟ ସାଙ୍ଗକୁ ନୂଆ ଜୀବନ ଦେବାକୁ ଆଗେଇ ଆସିଛନ୍ତି ତାଙ୍କର ପ୍ରିୟ ସାଙ୍ଗ ଜଣଙ୍କ । ସମସ୍ତଙ୍କ ସାହାଜ୍ଯ ସତ୍ବେ କିନ୍ତୁ ଚିକିତ୍ସା ପାଇଁ ଅର୍ଥ ସାଜୁଛି ବାଧକ ।

ଆଉ ଏହି କାରଣରୁ ଭରତ ଙ୍କ ସାଙ୍ଗ ମାନେ ପାର୍କ ରେ ବୁଲି ବିଭିନ୍ନ ଲୋକଙ୍କ ଠାରୁ ଅର୍ଥ ଆଦାନ କରିବାକୁ ନିବେଦନ କରୁଛନ୍ତି । ସେହିପରି ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ସ୍ବାମୀଙ୍କୁ ନୂଆ ଜୀବନ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି । ଭରତ ଙ୍କୁ ନୂଆ ଜୀବନ ଦେବା ପାଇଁ ତାଙ୍କ ସ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ସବୁ ବନ୍ଧୁ ମାନେ ନିବେଦନ କରିବା ସହ ସମସ୍ତଙ୍କୁ ସାମର୍ଥ୍ୟ ଅନୁଯାୟୀ ସାହାଜ୍ଯ କରିବାକୁ ନିବେଦନ କରିଛନ୍ତି ।

ଏ ନେଇ ଭାରତ ଙ୍କ ବନ୍ଧୁ ମତ ଦେଇଛନ୍ତି କି “ମୁ ମୋ ବନ୍ଧୁ ପାଇଁ ହାତ ଯୋଡି ଡୋନେଟ କରିବାକୁ ଅନୁରୋଧ କରୁଛି । ଓଡିଶାର ସାଢେ ୪ କୋଟି ଲୋକ ଅଛନ୍ତି ନିଶ୍ଚିନ୍ତ ଭାବେ ଏହି ଭିଡିଓ ଟି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ । ସମସ୍ତେ ଯଦି ୧ ଟଙ୍କା ଲେଖାଏଁ ଦିଅନ୍ତୁ ତେବେ ଆମ ପାଇଁ ବହୁତ ବଡ କଥା” । ପ୍ରିୟ ବନ୍ଧୁ ଙ୍କୁ ବଞ୍ଚାଇବା ଲାଗି ପ୍ରୟାସ ସଫଳ ହେଉ ଓ ଭରତ ଙ୍କୁ ନୂଆ ଜୀବନ ଦେଉ ଏକା ଆମର କାମନା । ସତରେ ଆଜିର ଦୁନିଆରେ ଏଭଳି ବନ୍ଧୁତ୍ଵ ରହିଛି ଯାହା ସମସ୍ତଙ୍କ ପାଇଁ ଏକ ଉଦାହରଣ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।