Krishna Vani: ବିପଦ ବେଳେ କେବେବି ଭୁଲନ୍ତୁ ନାହିଁ ଭଗବାନ ଶ୍ରୀକୃଷ୍ଣ କହିଥିବା ଏହି 3 ଗୋଟି ମହତ୍ବପୂର୍ଣ୍ଣ କଥା, ଜୀବନ ବଦଳିଯିବ !

ବନ୍ଧୁଗଣ ବିପଦ ନାଁ ଶୁଣିଲେ କାହାକୁ ବ ଭୟ ନ ଲାଗେ । ଦୁନିଆରେ ଏମିତି କୌଣସି ପ୍ରାଣୀ ନାହି ଯିଏ ବିପଦର ସମାନ କରି ନ ଥିବ କିମ୍ବା ଯାହା ଆଗରେ ବିପଦ ଆସିବ ନ ଥିବ । କିନ୍ତୁ କିଛି ଲୋକ ବିପଦର ସାମନା କରି ବିଜୟ ପ୍ରାପ୍ତ କରିଥାନ୍ତି ଆଉ କିଛି ଲୋକ କିଛି କରିପାରନ୍ତି ନାହି । କିନ୍ତୁ ଅଧିକାଂଶ ଲୋକ ଯେବେ ବିପଦ ସମୟ ଚାଲିଯାଏ ତେବେ ବିପଦକୁ ଭୁଲି ଯାଇଥାନ୍ତି । ଏହା ମାନବ ଜୀବନର ବଡ ଭୁଲ ଅଟେ । କୌଣସି ବ୍ୟକ୍ତି ବିପଦର ସାମନା କରି ବି ହାରି ଯାଇଥାଏ ଆଉ କିଛି ବିପଦ ର ସାମନା କରି ଜିତି ଯାଇଥାନ୍ତି

କିନ୍ତୁ ସବୁବେଳେ ବିପଦର ସମାନ କରିବା ଉଚିତ । କାହିଁକି ଯଦି ଆମେ ବିପଦର ସାମନା ନ କରି ହାରିଯିବା ତେବେ ଆମେ ଆମ ଜୀବନରେ ହାରିଯିବା ଯାହା ଆମର ସବୁଠାରୁ ବଡ ଦୁର୍ବଳତା ସାବ୍ଯସ୍ତ ହେବ । ଆଜି ଆମେ ଆପଣଙ୍କୁ ସଙ୍କଟ ସମୟରେ କେଉଁ ୩ ଟି କଥା ସର୍ବଦା ମନେ ରଖିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧ – ଯିଏ ଆପଣଙ୍କୁ ଧୋକା ଦେଇଛନ୍ତି, ବିପଦରେ ପକାଇଛନ୍ତି ସେଭଳି ମଣିଷ କୁ କେବେ ବି ଭୁଲିବେ ନାହି । ଆଉ ଆଗାମୀ ସମୟରେ ଏଭଳି ବ୍ୟକ୍ତି ଙ୍କ ଠାରୁ ସର୍ବଦା ସଚେତନ ରହିବା ଉଚିତ । ବିପଦ ସମୟରେ ଯେଉଁ ବ୍ୟକ୍ତି ଆପଣଙ୍କୁ ଛାଡି ନିଜ ସ୍ଵାର୍ଥ ଦେଖିଲା ଆପଣଙ୍କୁ ବିପଦରେ ପକାଇ ନିଜେ ଖସିଗଲା ସେଭଳି ମଣିଷ କୁ କେବେ ବି ଭୁଲିବେ ନାହି । ଆଉ ଧ୍ୟାନ ରଖିବେ ଆଗକୁ ଏଭଳି ମଣିଷ ଠାରୁ ସର୍ବଦା ନିଜେ ଦୂରେଇ ରହିବାକୁ ।

୨- ଯେଉଁ ଲୋକ ମାନେ ଆପଣଙ୍କର ଖରାପ ସମୟରେ ସାଥ ଛାଡି ଦେଇଥିବେ କିମ୍ବା ଯିଏ ଆପଣଙ୍କର ସାହାରା ହେଲେ ନାହି ସେ ଆପଣଙ୍କର କେବେ ବି ବନ୍ଧୁ ହୋଇ ପାରିବେ ନାହି । ଆଉ ଆଗକୁ ଭବିଷ୍ୟତରେ ଏବଳି ମଣିଷ ପକ୍ଷରୁ କୌଣସି ଆଶା ରଖିବେ ନାହି । ଏଭଳି ମଣିଷ ପାଖରୁ ଆଉ କେବେ ବି ଭରସା ରଖିବେ ନାହି କି ସେ ଆପଣଙ୍କର ସାଥ ଦେବେ ।

୩- ଯେଉଁ ଲୋକ ମାନେ ଖରାପ ସମୟରେ ବା ବିପଦ ସ୍ଥିତି ରେ ଆପଣଙ୍କର ସାଥ ଦେଇଛନ୍ତି, ଆପଣଙ୍କ ଭିତରେ ସାହସ ଯୁଟାଇଛନ୍ତି କିମ୍ବା ଆପଣଙ୍କୁ ସାହାରା ଦେଇଛନ୍ତି ତାଙ୍କୁ କେବେ ବି ନିଜ ଠାରୁ ଦୂରେଇ ଦେବେ ନାହି । କାରଣ ସେହି ମଣିଷ ଆପଣଙ୍କର ସଚ୍ଚା ବନ୍ଧୁ ଅଟନ୍ତି ।

ତେବେ ବିପଦ ସମୟରେ ଏହି ୩ଟି କଥା ମନେ ରଖିଲେ ବିପଦ ଆପଣଙ୍କ ଜୀବନ ରୁ ବହୁତ ଦୂରକୁ ଚାଲିଯିବ । ତେଣୁ ଆପଣ ମାନେ ମଧ୍ୟ ବିପଦ ବା ସଙ୍କଟ ସମୟରେ ଏହି ୩ଟି କଥା ପ୍ରତି ନିଶ୍ଚୟ ଧ୍ୟାନ ଦେବେ ଆଉ ମାନେ ରଖିବେ । ଦେଖିବେ ନିଶ୍ଚୟ ଜୀବନରେ ସଫଳତା ପାଇବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।