ବାଲେଶ୍ଵରକୁ ନେଇ ମାଲିକାରେ ବଡ ଭବିଷ୍ୟବାଣୀ, ଘଟିବ ଏମିତି ସବୁ ରହସ୍ୟମୟୀ ଘଟଣା

ବନ୍ଧୁଗଣ ପୁଣି ଥରେ ଆଜି ଆମେ ଆପଣଙ୍କ ନିକଟରେ ୬୦୦ ବର୍ଷ ତଳେ ମହାପୁରୁଷଙ୍କ ଦ୍ଵାରା ରଚିତ ମାଲିକାରେ କୁହାଯାଇଥିବା କିଛି ଭବିଷ୍ୟବାଣୀ ବିଷୟରେ କହିବାକୁ ଯାଉଛୁ । ଯାହାକି ଦିନେ ନା ଦିନେ ସତ ହେବ । କିନ୍ତୁ ଏହା କେବେ ସତ ହେବ ଏହା ବିଷୟରେ ଆମ ନିକଟରେ କିଛି ବି ସୂଚନା ନାହିଁ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଓଡିଶା ରାଜ୍ୟର ବାଲେଶ୍ଵର ଜିଲ୍ଲା ବିଷୟରେ ମହାପୁରୁଷମାନେ କଣ ଭବିଷ୍ୟବାଣୀ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ମହାପୁରୁଷ କହିଲେ କି

ପଞ୍ଚଲିଙ୍ଗେଶ୍ଵର ମହିମା ଅପାର ଶୁଣ ରାମ ମନ ଦେଇ ।

ଦର୍ଶନ କରିଲେ କୋଟି ପାପ କ୍ଷୟ ତା ପୂଣ୍ୟ କେହୁବା କହି ॥

କହିବାକୁ ଗଲେ ବାଲେଶ୍ଵର ମାଟିର ପଞ୍ଚଲିଙ୍ଗେଶ୍ଵର ମନ୍ଦିର ବିଷୟରେ ଆପଣମାନେ ଜାଣିଛନ୍ତି । ଦେବ ଦେବ ମହାଦେବ ପଞ୍ଚଲିଙ୍ଗେଶ୍ଵର ରୂପରେ ସେଠି ପାହାଡ ମଝିରେ ବିରଜାମାନ ଅଛନ୍ତି । ଏମିତିରେ ଯେତେ କଷ୍ଟ କିମ୍ବା ବାଧା ଆସୁ କିନ୍ତୁ ଆପଣ ଯଦି ଏହି ସ୍ଥାନକୁ ଦର୍ଶନ କରୁଛନ୍ତି ତେବେ ଆପଣଙ୍କର କୋଟି କୋଟି ପାପରୁ ଆପଣଙ୍କୁ ମୁକ୍ତି ମିଳିଯିବ । ଏହା ସହିତ ମହାପୁରୁଷ ବାଲେଶ୍ଵରରେ ଆଗକୁ ଘଟିବାକୁ ଯାଉଥିବା ଘଟଣା ବିଷୟରେ ବି କହିଲେ । ମହାପୁରୁଷ କହିଲେ କି

ବହୁବାର ସେଠି ବତାସ ବହିବ ଘୁର୍ନିଝଡ ପୁଣି ହେବ ।

ସମୁଦ୍ର ଆସିଣ ଉଗ୍ର ରୂପ ଧରି ଗାଁ ଗଣ୍ଡା ଧୋଇଦେବ ॥

ମହାପୁରୁଷ ଆଗକୁ କହିଲେ କି ଦିନେ ନା ଦିନେ ଏମିତି ଏକ ସମୟ ଆସିବ ଯେତେବେଳେ ବାଲେଶ୍ଵରରେ ପ୍ରବଳ ମାତ୍ରାରେ ପବନ ବହିବା ସହିତ ବର୍ଷା ବନ୍ୟା ଓ ବାତ୍ୟା ଦେଖାଯିବ । ଏହା ସହିତ ସମୁଦ୍ର ପାଣି ବି ମାଡି ଆସିବ । ଯାହାକି ଅଚାନକ ହେବ । ଏହା ବିଷୟରେ ଆଗରୁ କେହି ବି କିଛି ଜାଣି ପାରିବେ ନାହିଁ । କିନ୍ତୁ ଏହି ସମୟରେ ଭଗବାନ ଆମର ରକ୍ଷା କରିବେ, ଯାହା ବିଷୟରେ ବର୍ଣନା କରି ମହାପୁରୁଷ କହିଲେ କି,

ଚନ୍ଦନେଶ୍ଵର ରୂପରେ ହର ଓ ଡାକିଲେ ଶୁଣନ୍ତି କୃପା ଅପାର ।

ଅର୍ଥାତ ଚନ୍ଦନେଶ୍ଵରରେ ମହାଦେବ ରହିବେ, ଯାହାଙ୍କୁ ଡାକିଲେ ସେ ଆପଣଙ୍କୁ ଏହି ବିପତ୍ତିରୁ ରକ୍ଷା କରିବେ । ଏହା ପରେ କହିଲେ

କିଛି ଭକ୍ତ ଆସି ଗୁପତେ ରହି ପ୍ରଭୁଙ୍କୁ କରିବେ ସ୍ଥାପନା ସେହି ।

ବାଲେଶ୍ଵର ମାଟିରେ ବହୁତ ଭକ୍ତ ଗୁପତ ରୂପରେ ଆସି ରହିବେ ଓ ପ୍ରଭୁଙ୍କୁ ଏହିଷ ଥାନାରେ ସ୍ଥାପନା ବି କରିବେ ।

ନୀଳଗିରି ଠାରେ ଲୀଳାମାନ ହେବ ପଞ୍ଚସଖାଙ୍କର ହେବ ଭେଟ ।

ମଣି ନାଗେଶ୍ଵରୀ ମହା ନିତ୍ୟ ସ୍ଥଳେ ପାତଳକୁ ଅଛି ବାଟ ॥

ମହାପୁରୁଷ କହିଲେ କି ନୀଳଗିରିରେ ଲୀଳା ହେବ । ନୀଳଗିଇ ଠାରେ ଯେଉଁଠି ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଅଛି ସେଠି ପଞ୍ଚସଖା ଭେଟ କରିବେ । ଏହା ସହିତ କୁହାଯାଇଛି ସେଠି ମହାଦେବ ମଣି ନାଗେଶ୍ଵରୀ ରୂପରେ ରହିଥିବେ ଓ ସେଠୁ ପାତଳକୁ ବାଟ ବି ଫିଟିଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।