ନମସ୍କାର ବନ୍ଧୁଗଣ । ବାହନଗା ଟ୍ରେନ ଟ୍ରାଜେଡି ଜଣେ ହତଭାଗା ବାପା ର ଅସ୍ତିତ୍ଵ କୁ ଦୋହଲାଇ ଦେଇଛି । କାହାକୁ ସେ ଦୋଷ ଦେବେ ? ଭାଗ୍ୟକୁ ନା ରେଳ ବିଭାଗକୁ, ସରକାର ଙ୍କୁ ନା ସମୟକୁ କିମ୍ବା ନିଜକୁ । ସେଦିନ ପୁଅକୁ ଟ୍ରେନରେ ଯିବାକୁ ଅନୁମତି ନ ଦେଇଥିଲେ ବୋଧ ହୁଏ ସେ ବଞ୍ଚି ଯାଇଥାନ୍ତା । ଆଖି ରୁ ଝଋ ଯାଉଛି ଅସହାୟତା ର ଲୁହ ।
ଖିନ ଭିନ୍ନ ହୋଇ ଯାଇଛି ବାପାର ପୁଅ । ମାଟ୍ରିକ ପାସ ପରେ ପୁଅ ଯୁକ୍ତ 2 ପଢିଥାନ୍ତା । 2 ମାସ ପାଇଁ ରୋଜଗାରର ଆଶା ନେଇ 4 ଜଣ ସାଙ୍ଗଙ୍କ ସହ ମିଶି ଚେନ୍ନାଇ ଯାଉଥିଲା । ପ୍ରଥମ ଥର ପାଇଁ ଟ୍ରେନରେ ଯାତ୍ରା କରିବା ପାଇଁ ପୁଅର ପାଦ ତଳେ ଲାଗୁ ନ ଥିଲା । ହେଲେ କପାଳ ରେ ଅକାଳ ମୃତ୍ୟୁ ଲେଖା ଅଛି ବୋଲି କିଏ ଯାଇଥିଲା ।
ଶୁକ୍ରବାର ଟ୍ରେନ ଦୁର୍ଘଟଣା ଖବର ପାଇବା ପରେ ପୁଅ ବଞ୍ଚିଥାଉ ବୋଲି ଆଶା ନେଇ ବିହାର ରୁ ଧାଇଁ ଆସିଥିଲେ । ହେଲେ ଏଠାରେ ଯାହା ପାଇଲେ ତାଙ୍କ ପାଦ ତଳୁ ମାଟି ଖସିଗଲା । ଅନେକ ଖୋଜିଲା ପରେ ଆହତ କି ମୃତ ଅବସ୍ଥାରେ ପାଇଲେ ନାହିଁ । ପୁଅ ସହ ଆସିଥିବା ସାଙ୍ଗ ହସ୍ପିଟାଲରେ ଚିକିତ୍ସା ହେଉଥିବାର ଜାଣି ବାପା ତାକୁ ଫୋନ କରିଲା ।
ସେ କହିଲା ମୁଁ ନିଜ ଆଖି ରେ ଦେଖିଛି ବାଥରୁମ ଯାଇଥିବା ବେଳେ ତୁମ ପୁଅ ମରି ଯାଇଛି । ତା ହାତରେ ଗୋଟେ ବଳା ଅଛି । ତୁମେ ତାର ଶବ କୁ ସେଥିରୁ ଚିହ୍ନି ପାରିବ । ଆଖି ସମାନ ରେ ସାଙ୍ଗର ବିଭଶ୍ଚ ମୃତ୍ୟୁ ଦେଖି ଅଚେତ ହୋଇ ପଡିଲା ଅନ୍ୟ ଜଣେ ସାଙ୍ଗ । ଆଖି ଖୋଲିଲା ବେଳକୁ ମେଡିକାଲ ରେ ଥିଲା ସାଙ୍ଗ ।
ଜାଣିବାକୁ ପାଇଲା 4 ସାଙ୍ଗ ଙ୍କ ମଧ୍ୟରୁ ସେ ଜଣେ ହିଁ ବଞ୍ଚିଛି । ଆଉ ଏପଟେ ମୁଣ୍ଡ ଭିନ୍ନ ଥିବା ଶବ ରେ ବଳା ଥିବା ଦେଖି ବାପା ତାର ପୁଅ ର ଶବ କୁ ଚିହ୍ନି ପାରିଲା । ତେବେ ହତଭାଗା ବାପା ତାର ପୁଅ ର ଶବ କୁ ଦେଖି ସ୍ତବ୍ଧ ହୋଇ ପଡିଛି । ଆଉ ଭାବୁଛି କି ଯଦି ସେଦିନ ପୁଅ କୁ ଟ୍ରେନରେ ଯିବାକୁ କହି ନ ଥାନ୍ତା ତା ହେଲେ ହୁଏ ତ ଆଜି ମୋ ପୁଅ ବଞ୍ଚି ଥାନ୍ତା ମୋ ପାଖରେ ଶେଷ ସମୟରେ ସାହା ହୋଇଥାନ୍ତା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।