ସାରା ବିଶ୍ଵ ଦେଖିଲା ଓଡିଶାର ମାନବିକତା, ଆଉ କୋହ ସମ୍ଭାଳି ନ ପାରି ଶେଷରେ କାନ୍ଦି ପକାଇଛନ୍ତି ରେଳମନ୍ତ୍ରୀ…. ଦେଖନ୍ତୁ Video

ବନ୍ଧୁଗଣ ଗତ ଶୁକ୍ରବାର ର କାଳ ରାତି କାହା ଠାରୁ ସବୁ କିଛି ଛଡାଇ ନେଲା ତ ଆଉ କାହାକୁ ତା ଦୁନିଆ ଫେରାଇ ଦେଲା । କିନ୍ତୁ ସମସ୍ତଙ୍କୁ ଶିକ୍ଷା ଦେଲା ଯେ ମଣିଷପଣିଆ ସବୁଠାରୁ ଶ୍ରେଷ୍ଠ ସମ୍ପଦ ଅଟେ । କାଳ ରାତିରେ ସ୍ଥାନୀୟ ଯୁବକ ମାନେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଧାଇଁ ଆସିଥିଲେ ଏବଂ ଆହତ ମାନଙ୍କୁ ରକ୍ତ ଦେବା ପାଇଁ ଯେମିତି ଭିଡ ଜମାଇଲେ ସାରା ଦେଶ ସେତେବେଳେ ଦେଖୁଥିଲା ଓଡିଆ ମାନଙ୍କର ମାନବିକତା ।

ଆଜି ସେହି ପ୍ରତେକ ଟି ଓଡିଆ ଙ୍କ ପାଇଁ ଓଡିଶା ଗର୍ବିତ ଅନୁଭବ କରୁଛି । ଦିନ ରାତି ଲାଗି ପଡି ଉଧାରକାରୀ ଟିମ ଶବ ଓ ଆହତ ଙ୍କୁ ଉଧାର କରିବାରେ ଲାଗିଥିଲେ । 1000 ରୁ ଅଧିକ ମୃତକ ଙ୍କୁ ଟ୍ରେନ ବଗି ତଳୁ ଉଧାର କରିବା କାଠିକର ପାଠ ଥିଲା । ଭାଇଚାରା, ଧାର୍ଯ୍ୟ ଆଉ ମାନବିକତା ପାଇଁ ଏତେ ବଡ ବିପତ୍ତି କୁ ଏକାଠି ହୋଇ ସମାନ କରିଲେ ସମସ୍ତେ ଓଡିଶା ବାସୀ ।

କି ଦିନ କି ରାତି ପାଦେ ପାଦେ ସଜାଗ ରହି ନିଜର ଉତ୍ତର ଦାୟିତ୍ଵ ତୁଲାଉଥିଲେ ରେଳ ମନ୍ତ୍ରୀ । ରାଜ୍ୟ ସରକାର ଖୋଜିଲା ପ୍ରଶାସନ ନିଜର ଉପସ୍ଥିତି ବୁଦ୍ଧି, ସମ୍ବେଦନା ଓ ମନୋଭାବ ଦେଖାଇଲେ । ଏମିତି କି କେନ୍ଦ୍ର ସରକାର ଧାଇଁ ଆସିଲେ ଘଟଣା ସ୍ଥଳକୁ । ଆହୁରି ଉତ୍କୃଷ୍ଟ ଡାକ୍ତରୀ ଟିମ ଯୋଗାଇ ସ୍ୱାସ୍ଥ୍ୟ ସେବାକୁ ସକ୍ରିୟ କରିଲେ । ଆଉ ସବୁ ପ୍ରକାରର ସହଯୋଗର ହାତ ବଢାଇଲେ କେନ୍ଦ୍ର ସରକାର ।

ରେଳ ବିଭାଗରେ ଲାଗିଥିବା ରକ୍ତ ଛିଟା କାଳ କଳା ଧରି ମନେ ରହିବ ସତ କିନ୍ତୁ ସାରା ବିଶ୍ଵ ମନେ ରଖିବ ରେଳ ମନ୍ତ୍ରୀଙ୍କ କର୍ତ୍ତବ୍ୟ ନିଷ୍ଠା । ବାହାନଗା ଟ୍ରେନ ଦୁର୍ଘଟଣା ପରେ ବିରୋଧୀ, ସମାଲୋଚକ ଆଉ କେତେ ଜଣ ବୁଦ୍ଧିଜୀବୀ ସାନ୍ତ୍ଵନା ଦେବା ପୂର୍ବରୁ ପ୍ରଥମେ ସମାଲୋଚନା କରିବାକୁ ତତ୍ପର ହୋଇ ଉଠିଲେ ।

ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ଇସ୍ତଫା ଦାବି ଆଜି ବି ଥମି ନାହିଁ ସତ କିନ୍ତୁ କେନ୍ଦ୍ର ସରକାରଙ୍କର ଏହି ରେଳ ମନ୍ତ୍ରୀ ଦୁର୍ଘଟଣା ସମୟରେ ନିଜର ଉତରର ଦାୟିତ୍ଵ ଭୁଲି ନ ଥିଲେ । ସବୁବେଳେ ହସ ହସ ମୁହଁ ଆଉ ଖୁସି ରେ କଥା କହୁଥିବା ଚେହେରା ଆଜି ଯାଏଁ ସ୍ଵାଭାଭିକ ହୋଇପାରୁ ନାହିଁ ।

ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଦେଖିବା ପରେ ବଦଳି ଯାଇଥିଲା ଅଶ୍ଵିନୀ ଙ୍କ ଚିରା ଚୈତ୍ୟ ଆଚରଣ ଓ ବ୍ୟବହାର । ପାଦେ ଅପଡେ ଜଗି ତୁଲାଉଥିଲେ ଉଧାର କାର୍ଯ୍ୟ ଠାରୁ ଆରମ୍ଭ କରି ମରାମତି କାର୍ଯ୍ୟ ପର୍ଯ୍ୟନ୍ତ ସବୁ ଦାୟିତ୍ଵ । ତାଙ୍କର ନା ଥିଲା ମୁଣ୍ଡରେ ଦୋଷ ଖସାଇବା ଭଳି ଆଚାର ବ୍ୟବହାର ନା ଥିଲା ରାଜନୀତି ର ଭାଷା ।

କେତେବେଳେ ବସି ତଳେ ବସି ଆଲୋଚନା କରୁଥିଲେ ତ ଆଉ କେବେ ଶ୍ରମିକ ଙ୍କ ପିଠି ଥାପୁଡାଇ ମନ ବଳ ଭିଡୁଥିଲେ । ଶେଷରେ 51 ଘଣ୍ଟା ପରେ ଚାଲିଲା ରେଳ । ସ୍ଵାଭାବିକ ହେଲା ଟ୍ରେନ ଚଳଚଳ । 3 ଦିନର କୋହକୁ ସମ୍ଭାଳି ଶେଷରେ କାନ୍ଦି ପକାଇଲେ ରେଳମନ୍ତ୍ରୀ ଅଶ୍ଵିନୀ । ତାହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟରେ ଜଣାଇବେ, ଧନ୍ୟବାଦ ।