ବାହାନଗା ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁ ମୁହଁ ରୁ ଫେରିଛନ୍ତି ଆହତ ଯାତ୍ରୀ, ଆଉ ଏବେ ସୁସ୍ଥ ହୋଇ ଫେରୁଛନ୍ତି ଘରକୁ… କଣ କହୁଛନ୍ତି ଶୁଣନ୍ତୁ

ନମସ୍କାର ବନ୍ଧୁଗଣ । 2023 ମସିହା ଜୁନ 2 ତାରିଖ । ଯାହାକୁ କେହି ଚାହିଁଲେ ବି ଭୂମି ପାରିବେ ନାହିଁ । ବାହାନଗା ଟ୍ରେନ ଦୁର୍ଘଟଣା ପରେ ମାଡି ଆସିଥିଲା କାଳ । କିଛି ବୁଝିବା ଆଗରୁ ଭାଙ୍ଗି ଦେଲା ସବୁ ସ୍ଵପ୍ନ ଆଉ ଛଡାଇ ନେଲା ପ୍ରାଣ ବାୟୁ । ଶହ ଶହ ଅମୂଲ୍ୟ ଜୀବନ ର ଦୀପ ଲିଭିଗଲା । ଆଉ ମରିଗଲା ହଜାର ସ୍ଵପ୍ନ ଆଉ ସମ୍ପର୍କ ।

ଅସୁମାରି ଆକାଂକ୍ଷା ଶହ ଅକୁହା ରହିଗଲା ଅନେକ କାହାଣୀ । ମେଡିକାଲରେ ଏବେ ବି ଜୀବନ ଶହ ସଂଘର୍ଷ କରୁଛନ୍ତି ଶହ ଶହ ଆହତ । କିନ୍ତୁ ସୁସ୍ଥ ହୋଇ ପୁଣି ଜୀବନ ବଞ୍ଚିବାର ସୁଯୋଗ ପାଇଛନ୍ତି ଏମାନେ । ଟ୍ରେନ ଦୁର୍ଘଟଣା ପରେ ଘରକୁ ଲେଉଟୁଛନ୍ତି । ଟ୍ରେନ ଟ୍ରାଜେଡି ର 51 ଘଣ୍ଟା ପରେ ରେଳ ଲାଇନ ମରାମତି ସରିଲା ଆଉ ପୁଣି ଗଡିଲା ଟ୍ରେନ ।

କିନ୍ତୁ ଟ୍ରେନ ଶବ୍ଦ ଶୁଣିଲେ ଏମାନଙ୍କ ଛାତି ଭୟରେ ଥଋ ଉଠୁଥିବ । ଏମାନେ ହେଉଛନ୍ତି ବାହାନଗା ଟ୍ରେନ ଟ୍ରାଜେଡି ର ପ୍ରତ୍ୟକ୍ଷ ଦର୍ଶୀ । ଭଦ୍ରକ ଜିଲ୍ଲା ମେଡିକାଲ ରେ ଉତ୍ତମ ଚିକିତ୍ସା ପାଇ ପ୍ରାୟ ସୁସ୍ଥ ହେଲେଣି । ଶୁକ୍ରବାର ଦୁର୍ଘଟଣା ପର ଠାରୁ ସମାଜ ସେବି,ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତ ଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରା ଯାଇଛି ।

ଚିକିତ୍ସା, ଖାଦ୍ୟ, ପାନୀୟ ତଥା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ର ଯତ୍ନ ନେଉଛନ୍ତି । ଯାହା ପାଇଁ ଆହତ ଯାତ୍ରୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ସୁସ୍ଥ ହେବା ପରେ ଘରକୁ ଫେରୁଛନ୍ତି ଆହତ ଯାତ୍ରୀ । ଘର ଲୋକ ସେପଟେ ବାଟ ଚାହିଁ ବସିଥିବେ । ମୃତ୍ୟୁ ମୁହଁ ରୁ ଫେରି ଆସିବା କିଛି ଜ୍କାମ କଥା ନୁହେଁ ।

ଚମତ୍କାର କୁହନ୍ତୁ କି ଭାଗ୍ୟ ଜୀବନ ବଞ୍ଚିବାର ଆଉ ଏକ ସୁଯୋଗ ମିଳିଛି ଏମାନଙ୍କୁ । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଗାଡି ରେ ଆହାତ ଯାତ୍ରୀ ଙ୍କୁ ଘରକୁ ପହଞ୍ଚାଇବାର ବ୍ୟବସ୍ଥା କରା ଯାଇଛି । କିଏ ଝାଡଖଣ୍ଡ, କିଏ ବିହାର ଆଉ କିଏ ପଶ୍ଚିମବଙ୍ଗ କୁ ଫେରିବେ । ସାଙ୍ଗରେ ନେଇଯିବ ବାହାନଗା ଦୁର୍ଘଟଣା ର ଲୋମ ଟାଙ୍କୁରା ଅନୁଭୂତି ଓ ହୃଦୟ ବିଦାରକ ଦ୍ରୁଶ୍ଯ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।