ଟ୍ରକ ଭିତରେ ଲଦା ହେଉଥିଲା କୂଢ କୂଢ ଶବ, ଆଉ ହାତ ଟେକି ଡାକିଲା ଜଣେ ଜୀବନ୍ତ ଯୁବକ, ଆଉ ତା ପରେ ଯାହା ହେଲା…

ମୁଁ ମରିନି ମୁଁ ବଞ୍ଚିଛି ମୋତେ କାହିଁକି ଏ ଶବ ଭିତରକୁ ଫୋପାଡି ଦେଉଛ ? ମୋତେ ଭିତରକୁ ନିଅ । ମୁଁ ବଞ୍ଚିବାକୁ ଚାହୁଁଛି ମୋତେ ବଞ୍ଚାଅ । ହଁ ଦର୍ଶକ ବନ୍ଧୁ ଏମିତି ଶବ ଭିତରୁ ହାତ ଠାରି କହୁଥାଏ ଯୁବକ ଜଣକ । କାରଣ ସେ ଜୀବିତ ଥିଲେ । ଆଉ ଟ୍ରକରେ ଲୋଡ ହେଉଥିଲା ଶବ । ଜୁନ 2 ଶୁକ୍ରବାରର ସେହି କାଳ ରାତି କଥା ଆମେ ଏଠାରେ କହୁଛୁ ।

ଚାଲିଗଲା ଶହ ଶହ ଲୋକଙ୍କ ଜୀବନ । କେହି କିଛି ବୁଝିବା ଆଗରୁ ସବୁ କିଛି ଶେଷ ହୋଇଗଲା । କିଏ କୁଆଡେ ଛିଟକି ପଡିଲେ ତାହା ର କିଛି ହିସାବ ରହିଲା ନାହିଁ । ଆରମ୍ଭ ହେଲା ଉଧାର କାର୍ଯ୍ୟ । ଶହ ଶହ ମୃତ ଦେହ କୁ ଉଧାର କରାଯାଇ ଟ୍ରକରେ ଲଦା ହେଉଛି । ଶହ ଶହ ମୃତ ଦେହକୁ ବସ୍ତା ଲଦା ହେବା ଭଳି ଟ୍ରକ ରେ ଲଦା ଗଲା ।

ଏହି ସମୟରେ ଏକ ଚମତ୍କାର ଘଟଣା ଘଟିଲା । ମୃତ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ ଜୀବିତ ଉଠି ଥିଲେ । ଚେତା ଫେରିବା ପରେ ସେ ନିଜକୁ ଶବ ମାନଙ୍କ ମଧ୍ୟରେ ପାଇଥିଲେ । ଗୋଟେ କି ଦୁଇ ଟି ନୁହେଁ 8ରୁ 10 ମୃତ ଦେହ ଉପରେ ପଡି ରହିଥିଲା । ଆଉ ପାଟି କରି ସହଜରେ କିଛି କହିପାରୁ  ଥିଲେ ।

ଆଉ ହଠାତ ସେ ଚିତ୍କାର କରି ଉଠିଲେ ମୁଁ ମରିନି ମୁଁ ବଞ୍ଚିଛି ଏ ଭିତରୁ ମୋତେ କାଢ । ମୋତେ ବଞ୍ଚାଅ ଏ ଶବ ମାନଙ୍କ ମଧ୍ୟରୁ ମୋତେ ଉଧାର କରି ବୋଲି ଚିତ୍କାର କରିଥିଲେ । ଆଉ ଏଭଳି ଆର୍ତ୍ତ ଚିତ୍କାର ର କାହାକୁ ବା ଶୁଭିବ ? ଆଉ ଏହା ପରେ ସେ ମଧ୍ୟ ଜାଣିଲେ କି ଦେହରେ ଜୀବନ ଅଛି କିନ୍ତୁ ଗୋଟେ ପଟ ହାତ ଓ ଗୋଡ ଆଉ ଚାଲୁ ନାହିଁ ।

ଦେହରୁ ରକ୍ତସ୍ରାବ ହେଉଛି । ହାତ ଉପରକୁ ଉଠାଇ ସଂକେତ ଦେବାକୁ ଚେଷ୍ଟା କରିଲେ । ଶେଷରେ ନିଜକୁ ଉଧାର କରିବାରେ ସଫଳ ହେଲେ । କୋଲକାତାର 24 ବର୍ଷୀୟ ଯୁବକ ଯାହାଙ୍କର ନାମ ହେଉଛି ବିଶ୍ଵଜିତ ମଲ୍ଲିକ । ବିଶ୍ଵଜିତ ମଲ୍ଲିକ କ କହିବା ଅନୁଯାୟୀ ତାଙ୍କୁ ଗୋପାଳପୁର ମେଡିକାଲ ରେ ଭର୍ତ୍ତି କରା ଯାଇଛି ଉଧାର କରାଯିବା ପରେ ।

ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିବାରୁ କାର ଯୋଗେ ପରିବାର ଲୋକେ ତାଙ୍କୁ କୋଲକାତା ନେଇଥିଲେ । ତାଙ୍କ ବାପା ଅଭିଯୋଗ କରିଛନ୍ତି ଗୋପାଳପୁର ମେଡିକାଲ କର୍ତ୍ତୁପକ୍ଷ ତାଙ୍କ ପୁଅକୁ ଛାଡିବାକୁ ରାଜି ନ ଥିଲେ । ଏମିତିକି ତାଙ୍କ ପୁଅକୁ କୋଲକାତା ଯିବାକୁ ଆମ୍ବୁଲାନ୍ସ ବି ଯୋଗାଇ ଦିଆଯାଇ ନ ଥିଲା । ତେବେ ବିଶ୍ଵଜିତ ଙ୍କ ପରିବାର ଲୋକେ ତାଙ୍କୁ ପଶ୍ଚିମବଙ୍ଗ SSK ମେଡିକାଲରେ ଭର୍ତ୍ତି କରିଛନ୍ତି । ତାଙ୍କ ଗୋଡ ଓ ହାତରେ ଆଘାତ ଲାଗୁଥିବା ଡାକ୍ତର କହିଛନ୍ତି । ସେ ଏବେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଦାରୁଣ ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।