ନାରୀ କେତେ ପ୍ରକାରର ? କେଉଁ ନାରୀକୁ ବିବାହ କଲେ ପୁରୁଷ ହୋଇଥାଏ ଧନୀ…. Samudrika Shastra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ମାନଙ୍କୁ ମା’ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ବିବେଚନା କରାଯାଇଥାଏ। ନାରୀ ମାନଙ୍କ ବିଷୟରେ ସମୁଦ୍ର ଶାସ୍ତ୍ରରେ ବହୁତ କିଛି ବର୍ଣ୍ଣନା କରାଯାଇଛି । ନାରୀ କେତେ ପ୍ରକାରର ଓ କେଉଁ ନାରୀକୁ ବିବାହ କରିବା ଦ୍ଵାରା ସ୍ଵାମୀର ଭାଗ୍ୟ ବହୁତ ହିଁ ଭଲ ହୋଇଯାଇଥାଏ । ଚାଲନ୍ତୁ ସେହି ସମ୍ପର୍କରେ ଆଲୋଚନା କରି କିଛି ତଥ୍ୟ ଜାଣିନେବା । ନାରୀ ୪ ପ୍ରକାରର ହୋଇଥାନ୍ତି । ଯେପରି ଶଙ୍ଖିନୀ, ପଦ୍ମିନୀ, ଚିତ୍ରିଣୀ ଏବଂ ହସ୍ତିନୀ ।

ସମସ୍ତ ନାରୀ ମାନଙ୍କ ମଧ୍ୟରୁ ପଦ୍ମିନୀ ଜାତିର ନାରୀଙ୍କୁ ସର୍ବଶ୍ରେଷ୍ଟ ବୋଲି କୁହାଯାଇଥାଏ । ପଦ୍ମିନୀ ନାରୀ ମାନକ ଶରୀରରୁ ପଦ୍ମ ଫୁଲର ବାସ୍ନା ମହକିଥାଏ । ଏଗୀ ନାରୀ ମାନେ ଉଭୟ ବାପା ଓ ଶାଶୁ ଘର ଲୋକଙ୍କ ହିତକାରିଣୀ ହୋଇଥାନ୍ତି । ଏହି ଝିଅ ମାନେ ଶାନ୍ତ ସ୍ଵଭାବ ବିଶିଷ୍ଠ, ସୁନ୍ଦର, ମୃଗ ନୟିନୀ, ମଧୁର କଣ୍ଠ ବିଶିଷ୍ଠ ହୋଇଥାନ୍ତି । ଏମାନେ ବହୁତ ଶୀଘ୍ର ଅନ୍ୟ ମାନଙ୍କୁ ନିଜର ଭଲ ଆଚରଣ ଦ୍ଵାରା ନିଜ ପ୍ରତି ଆକୃଷ୍ଠ କରିଦେଇଥାନ୍ତି ।

ଏହି ନାରୀଙ୍କୁ ବିବାହ କରିବା ପୁରୁଷଙ୍କ ମଧ୍ୟ ବିବାହ ପରେ ଭାଗ୍ୟ ବହୁତ ଟାଣ ହୋଇଯାଇଥାଏ । ଏପରି ନାରୀ ଥିବା ଘର ସୁଖ ସମୃଦ୍ଧିରେ ଭରି ହୋଇ ରହିଥାଏ । ଦିତୀୟରେ ରହିଥାନ୍ତି ଚିତ୍ରିଣୀ ନାରୀ । ଏହି ନାରୀ ମାନେ ଭୋଗ ବିଳାସରେ କମ୍ କିନ୍ତୁ ଶ୍ରୁଙ୍ଗାର ବ ସଜବାଜ ହେବାରେ ମାହିର ଅଟନ୍ତି । ଏମାନେ ପାତୀବ୍ରତା ହୋଇଥାନ୍ତି । ନିଜ ସ୍ଵାମୀ ଛଡା ଅନ୍ୟ କୌଣସି ପୁରୁଷଙ୍କ ଭାବନା ମନକୁ ଆଣିନଥାନ୍ତି । ଏମାନେ ବହୁ କଳା ଦକ୍ଷତାର ଅଧିକାରିଣୀ ହୋଇଥାନ୍ତି ।

ଧାର୍ମିକ ଭାବବାର ମଧ୍ୟ ହୋଇଥାନ୍ତି । ଏମାନେ ଯାହା ଯାହା ଘରକୁ ବୋହୁ ହୋଇ ଯାଇଥାନ୍ତି । ସେ ଘରର ଉନ୍ନତି କରିଥାନ୍ତି । ଶଙ୍ଖିନୀ ନାରୀ ଅନ୍ୟ ନାରୀ ମାନଙ୍କ ତୁଳନାରେ ଟିକେ ଲମ୍ବା ହୋଇଥାନ୍ତି । ଏହି ନାରୀ ମାନେ ବହୁ ସମୟ ନିଜ ଭୋଗ ବିଳାସରେ କଟାଇବା ସହ ବହୁତ ରାଗୀ ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ଆୟୁଷ ଅଧିକ ହେବା ସହ ଏହି ଜାତୀର ନାରୀଙ୍କ ସଂଖ୍ୟା ସମାଜରେ ବହୁତ ହୋଇଥାଏ ।

ଏମାନେ ଅନ୍ୟ ଆଗରେ କାହାର ନା କାହାର ଚୁଗୁଳୀ କରି ଗପିବାରେ ମାହିର ହୋଇଥାନ୍ତି । ନିଜ ବାପା ଘରେ ଭଲ ଝିଅ କିମ୍ବା ଶାଶୁ ଘରେ ଭଲ ବୋହୁ ଭାବେ ଏତେ ମାତ୍ରାରେ ସାବ୍ୟସ୍ତ ହୋଇନଥାନ୍ତି । ହସ୍ତିନୀ ନାରୀ ମାନେ ନିଜର ସ୍ଵଭାବକୁ ବହୁ ସମୟରେ ବଦଳାଇଦେଇଥାନ୍ତି । ଏମାନେ ବହୁତ ଖାଇବା ସହ କଥାରେ କଥାରେ ହସିଥାନ୍ତି ।

ନିଷ୍ଠୁର ସ୍ଵଭାବର ଏହି ହସ୍ତିନୀ ନାରୀ ଅଟନ୍ତି । ଏମାନଙ୍କ ସ୍ଵାମୀ ସୁନ୍ଦର ହୋଇଥିଲେ ସୁଦ୍ଧା ଏପରି ନାରୀ ଅନ୍ୟ ପୁରୁଷ ସହ ମଧ୍ୟ ସମ୍ପର୍କ ରଖିବାକୁ ପସନ୍ଦ କରିଥାନ୍ତି । ଏମାନେ ବିନା ରୋଗରେ ମଧ୍ୟ ଋଗୀ ହୋଇଯାଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ