ବାଳର ଡ୍ୟାଣ୍ଡ୍ରଫ ପାଇଁ ଯଦି ଚିନ୍ତିତ ଅଛନ୍ତି ତ ସାମ୍ପୋ ନୁହେଁ ବରଂ ବ୍ୟବହାର କରନ୍ତୁ ମାଉଥ ଫ୍ରେସନର, ଜାଣନ୍ତୁ ଏହାର ଫାଇଦା ଓ ଲଗାଇବାର ତରିକା

ଶୀତ ଦିନର ଆରମ୍ଭ ହୋଇସାରିଛି । ଏହି ଦିନରେ ବାଳରେ ରୂପୀ ସମସ୍ୟା ଦେଖାଦେଇଥାଏ । ଏହି ଦିନରେ ଚେହେରା ଓ ବାଳ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଏହି ଦିନରେ ବାଳରେ ଡ୍ୟାଣ୍ଡ୍ରଫର ସମସ୍ୟା ବହୁ ମାତ୍ରାରେ ହୋଇଥାଏ । ବାଳରେ ଡ୍ୟାଣ୍ଡ୍ରଫ ହେଲେ ବାଳ ଶୁଷ୍କ ଓ ଦୁର୍ବଳ ହୋଇଯାଇଥାଏ । ଯାହା ଫଳରେ ବାଳ ଝଡିଥାଏ । ଲୋକମାନେ ଏହି ଡ୍ୟାଣ୍ଡ୍ରଫର ସମସ୍ୟାକୁ ଦୂର କରିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ସାମ୍ପୋର ବ୍ୟବହାର କରିଥାନ୍ତି ।

କିନ୍ତୁ ଏହାର କୌଣସି ସମାଧାନ ହୋଇନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ ଆପଣ ବ୍ୟବହାର କରି ଘରୋଇ ଉପାୟରେ ଡ୍ୟାଣ୍ଡ୍ରଫକୁ ଦୂର କରିପାରିବେ ।

ଡ୍ୟାଣ୍ଡ୍ରଫ ପାଇଁ ମାଉଥ ଫ୍ରେସନର ଲାଭଦାୟକ ଅଟେ

ମାଉଥ ୱାସରେ ଷ୍ଟ୍ରଙ୍ଗ ଆନ୍ଟିଫଙ୍ଗାଲ୍ ପ୍ରପଟୀଜ ରହିଥାଏ । ଏହା ସହ ସ୍କାଲ୍ପ ପାଇଁ ମଧ୍ୟ ମାଉଥ ଫ୍ରେଶନର ବହୁତ ଭଲ ହୋଇଥାଏ । ଏଥିରେ ଥାଇମୋଲ, ମେଥାଇଲ ସଲିଶିଲେଟ , ଏଉକଲିପ୍ଟଲ, ମେନ୍ଥୋଲ୍ ଆଦି ରହିଥାଏ । ଏହା ସ୍କାଲ୍ପରେ ଇରିଟେସନକୁ ଦୂର କରି ଏହାକୁ ଥଣ୍ଡା ଓ ସତେଜ ରଖିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପାୟ ।

ମାଉଥୱାସ ଓ ପାଣିର ମିଶ୍ରଣ

ସାମଗ୍ରୀ

୨ ବଡ ଚାମଚ ମାଉଥ ଫ୍ରେସନର, ୨ ବଡ ଚାମଚ ପାଣି ଓ ଗୋଟିଏ ସ୍ପ୍ରେ ବୋତଲ

ସମୟ

କେବଳ ୨ ମିନିଟରେ ଏହି ମିଶ୍ରଣ ପ୍ରସ୍ତୁତ ହୋଇଯାଏ ଓ ବାଳକୁ ଚିକିତ୍ସା ଦେବା ପାଇଁ ମାତ୍ର ୫ ମିନିଟ ଲାଗିଥାଏ ।

ବ୍ୟବହାର କରିବାର ଉପାୟ

ଆନ୍ଟିଡ୍ୟାଣ୍ଡ୍ରଫ ୱାଟର ପ୍ରସ୍ତୁତ କରିବା ପାଇଁ ୨ ଟେବୁଲ ଚାମଚ ମାଉଥ ୱାସ ଓ ୨ ଟେବୁଲ ଚାମଚ ପାଣିକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ସ୍ପ୍ରେ ବୋତଲରେ ଭରି ଦିଅନ୍ତୁ । ଏହା ପରେ ଏହି ସ୍ପ୍ରେ କୁ ବାଳରେ ପକାନ୍ତୁ ଓ ଏହାକୁ ୫ ରୁ ୭ ମିନିଟ ଛାଡି ଦିଅନ୍ତୁ । ଏହା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହି ସ୍ପ୍ରେକୁ ୨ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ଏବଂ ଗୋଟିଏ ସପ୍ତାହରେ ତିନି ଥର ଏହାକୁ ବାଳରେ ପ୍ରୟୋଗ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ସ୍କାଲ୍ପର ସବୁ ସମସ୍ୟା ଦୂର ହୋଇଯିବ ।

ମାଉଥ ୱାସ ଓ ବେବି ଅଏଲର ମିଶ୍ରଣ

ସାମଗ୍ରୀ

୨ ବଡ ଚାମଚ ମାଉଥ ୱାସ ଓ ୨ ବଡ ଚାମଚ ବେବି ଅଏଲ

ସମୟ

୨ ମିନିଟରେ ଏହା ପ୍ରସ୍ତୁତ ହୋଇଥାଏ ଓ ୫ ମିନିଟରେ ଏହା ଦ୍ଵାରା ବାଳର ଚିକିତ୍ସା ହୋଇଥାଏ ।

ବ୍ୟବହାର କରିବାର ଉପାୟ

୨ ଚାମଚ ମାଉଥ ୱାସ ଓ ୨ ଚାମଚ ବେବି ଅଏଲକୁ ଭଲ ଭାବରେ ମିଶାଇ ସ୍ପ୍ରେ ବୋତଲରେ ଭରିଦିଅନ୍ତୁ । ଏହା ପରେ ବାଳକୁ ସଲ୍ଫେଟ ଫ୍ରି ସମ୍ପୋରେ ସଫା କରିଦିଅନ୍ତୁ ଓ କଣ୍ଡିଶ୍ନର ଲଗାଇ ଦିଅନ୍ତୁ । ବାଳ ଶୁଖିବା ପରେ ବାଳରେ ଏହି ମିଶ୍ରଣକୁ ସ୍ପ୍ରେ କରନ୍ତୁ । ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଓ ଏହାକୁ ସପ୍ତାହରେ ୩ ଥର ବାଳରେ ଲଗାନ୍ତୁ । ଏହା ଦ୍ଵାରା ବାଳ ଡ୍ରାଏ ହେବ ନାହିଁ ଓ ଡ୍ୟାଣ୍ଡ୍ରଫର ସମସ୍ୟା ଦୂର ହୋଇଯିବ ।