ଲକ୍ଷ୍ମୀ ପାଦ ନେଇ ଆସିଥାନ୍ତି ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ, ଘରକୁ ଆଣିଥାନ୍ତି ଉନ୍ନତି ଓ ସୌଭାଗ୍ୟ

ସବୁ ପୁରୁଷ ଓ ମହିଳାମାନେ ନିଜ ଜୀବନରେ ପିତା ଓ ମାତା ହେବାର ସୁଖ ପାଇବାକୁ ଚାହାଁନ୍ତି । ଏହା ଦୁନିଆର ସବୁ ଠାରୁ ବଡ ଖୁସି ହୋଇଥାଏ । ପିଲା ଜନ୍ମ ହେବା ପରେ ଘର ପରିବାରରେ ବହୁତ ସାରା ପରିବର୍ତ୍ତନ ଆସିଥାଏ । କିଛି ବିଶେଷ ମାମଲାରେ ଝିଅ ଯଦି ଘରେ ଜନ୍ମ ହେଉଛି ତାହେଲେ ଗୃହର ଦଶା ବଦଳିଯାଏ । କିଛି ଝିଅ ବହୁତ ଭାଗ୍ୟଶାଳି ହୋଇଥାନ୍ତି, ଯାହା ଫଳରେ ପରିବାରରେ ସୁଖ ଓ ସମୃଦ୍ଧି ବଢିଥାଏ । ଆମ୍ଭେମାନେ ଏହି ଝିଅ ମାନଙ୍କର ପାଦକୁ ଲକ୍ଷ୍ମୀଙ୍କ ପାଦ ବୋଲି କହିଥାଉ । ସାଧାରଣତଃ ଏହି ମାସରେ ଜନ୍ମ ହୋଇଥିବା ଝିଅ ବହୁତ ଭାଗ୍ୟଶାଳି ଅଟନ୍ତି ।

ମାର୍ଚ୍ଚ-

ଏହି ମାସରେ ଜନ୍ମ ହୋଇଥିବା ଝିଅ ବହୁତ ଭାଗ୍ୟଶାଳି ଅଟନ୍ତି । ଜୀବନରେ ସବୁକିଛି ଏମାନଙ୍କୁ ନିଜ ଭାଗ୍ୟ ବଳରେ ମିଳିଯାଏ । ଏମାନଙ୍କ ଉପରେ ସବୁବେଳେ ଭଗବାନଙ୍କର ଆଶୀର୍ବାଦ ରହିଥାଏ । ବହୁତ କମ ସମୟ ଏମାନଙ୍କର ଭାଗ୍ୟ ଖରାପ ରୁହେ । ସବୁଠୁ ଭଲ କଥା ହେଉଛି, ଏମାନଙ୍କର ଏହି ଭାଗ୍ୟର ଲାଭ ଉଭୟ ଶଶୁର ଘର ଓ ନିଜ ଘରକୁ ମିଳିଥାଏ । ଏହି ଝିଅମାନେ ଯାହା ଘରକୁ ଯାଆନ୍ତି ସେହି ଘର ସୁଖ ଓ ସମୃଦ୍ଧିରେ ଭରିଯାଏ ।

ଜୁଲାଇ-

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସାଧାରଣତଃ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି । ଏମାନେ ଯେଉଁ କାମରେ ହାତ ରଖନ୍ତି ସେହି କାମ ହୋଇଯାଏ । ଏମାନଙ୍କ ପାଦ ଘର ପାଇଁ ବହୁତ ଶୁଭ ହୋଇଥାଏ । କେବଳ ଶଶୁର ଘର ଓ ବାପ ଘର ନୁହେଁ ଅନ୍ୟ ଲୋକମାନେ ମଧ୍ୟ ଏମାନଙ୍କ ହାତରୁ କିଛି ଶୁଭ କାର୍ଯ୍ୟ କରାଇପାରିବେ । ଏହି ଝିଅମାନେ ତାଙ୍କ ଜୀବନରେ ବହୁତ ଆଗେଇଥାନ୍ତି । ଏମାନଙ୍କୁ ଧନ ଲାଭ ସହ ସୁଖ ମଧ୍ୟ ମିଳିଥାଏ ।

ସେପ୍ଟେମ୍ବର-

ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଭାଗ୍ୟଶାଳି ହେବା ସହିତ ବହୁତ ବୁଦ୍ଧିବାନ ଓ ଚାଲାଖ ହୋଇଥାନ୍ତି । ଏମାନଙ୍କର ବୁଦ୍ଧି ପାଇଁ ଘର ପରିବାରର ବହୁତ ଲାଭ ହୋଇଥାଏ । ଏମାନେ ସମସ୍ୟାର ସମାଧାନ ବହୁତ ସହଜରେ କରିଦିଅନ୍ତି । ଏମାନେ ଆସିବା ଫଳରେ ଘରର ୯୦ ପ୍ରତିଶତ ସମସ୍ୟା ଦୂର ହୋଇଯାଏ ।

ନଭେମ୍ବର-

ଏହି ମାସରେ ଯଦି ଆପଣଙ୍କ ଝିଅ ଜନ୍ମ ହୋଇଥାଏ ତାହେଲେ ଭାବିନିଅନ୍ତୁ ପୂର୍ବ ଜନ୍ମରେ ଆପଣ କିଛି ଭଲ କାମ କରିଥିଲେ । ଏହି ଝିଅ ମାନେ ଏକ ଆଦର୍ଶ ବୋହୁ ସହ ଏକ ଆଦର୍ଶ ଝିଅ ହୋଇଥାନ୍ତି । ଏହି ଝିଅମାନଙ୍କର ଘରେ ଆଗମନ ହେବା ପରେ ଆର୍ଥିକ ସ୍ଥିତିରେ ସୁଧାର ଆସିଯାଏ ଓ ସୁଖ ସମୃଦ୍ଧିରେ ଘର ଭରିଯାଏ ।

ଯଦି ଆପଣଙ୍କ ଝିଅ ମଧ୍ୟ ଏହି ମାସରେ ଜନ୍ମ ହୋଇଛି ତାହେଲେ ଆପଣ ନିଜକୁ ଭାଗ୍ୟଶାଳି ଭାବନ୍ତୁ ।