ଆଜିର ରାଶିଫଳ ୩ ଜାନୁୟାରୀ ୨୦୨୦, ଶୁକ୍ରବାର, ରାହୁ କେତୁଙ୍କ ପରିବର୍ତନ ଦ୍ୱାରା ଏହି ୩ଟି ରାଶି ହେବେ ମାଲାମାଲ

ଆଜି ଶୁକ୍ରବାର ୩ ଜାନୁୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ? କହିବାକୁ ଗଲେ ରାଶି ଅନୁସାରେ ହିଁ ଆପଣ ଜଣେ ବ୍ୟକ୍ତିଙ୍କର ଭବିଷ୍ୟତ ବିଷୟରେ ଜାଣି ପାରିବେ । ଗ୍ରହ ଓ ନକ୍ଷତ୍ର ଗୁଡିକର ଗତି ଉପରେ ହିଁ ରାଶିଫଳ ନିର୍ମାଣ କରାଯାଏ । ଗ୍ରହମାନଙ୍କର ଗତି ସବୁବେଳେ ଚେଞ୍ଜ ହେଉଥାଏ ଏଥିପାଇଁ ଆମର ଦୈନିକ ଜୀବନରେ ବି କିଛି ଚେଞ୍ଜେସ ଆସିଥାଏ । ଆଜିର ଦିନ ଆପଣଙ୍କ ପାଇଁ କେମିତି ରହିବ ସେହି ବିଷୟରେ ଜାଣିବା ପାଇଁ ଆମର ଏହି ରାଶିଫଳ ପଢନ୍ତୁ ।

୧-ମେଷ

ଆଜି ପରିବାରର ଦାୟିତ୍ଵ ଆପଣଙ୍କ ଉପରେ ଆସି ପାରେ । ଚାକିରିରେ ପରିବର୍ତ୍ତନର ସମ୍ଭାବନା ରହିବ । ଆୟରେ ବୁଦ୍ଧି ହେବ । ଜଲ୍ଦି ଜଲ୍ଦି କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଯାହା ଦ୍ଵାରା ଆପଣଙ୍କୁ କିଛି ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ ନାହିଁ । ଆଜି ଆପଣଙ୍କ ଦ୍ଵାରା କିଛି ବି ଭୁଲ ହୋଇପାରେ । ବୈବାହିକ ଜୀବନ ପ୍ରତି ବି ଧ୍ୟାନ ରଖିବା ଉଚିତ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା ମିଳିବ ।

୨-ବୃଷ

ଆଜି ଆପଣଙ୍କର କାର୍ଯ୍ୟଲୟରେ ଭଲ ପରିବେଶ ରହିବ । ଆଜି ଆପଣଙ୍କୁ ଉପହାର ଓ ସମ୍ମାନ ଉଭୟ ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକତା ଅଛି । ପରିବାର ଲୋକମାନେ ନିଜ ମଧ୍ୟରେ ଖୁସିରେ ରହିବେ ଓ ଘରେ ଶାନ୍ତି ରହିବ । ଆତ୍ମବିଶ୍ଵାସ ବି ବଢିବ । ବ୍ୟବସାୟର ବିସ୍ତାର ହେବ । ପରୀକ୍ଷାରେ ସଫଳତା ମିଳିବ । କସ୍ମେଟିକ୍ସରେ ଜିନିଷରେ ଆପଣଙ୍କର ଇଚ୍ଛା ଜାଗ୍ରତ ହେବ ।

୩-ମିଥୁନ

ଆଜି ଆପଣଙ୍କୁ ନିଜ କ୍ଷେତ୍ରରେ ନିଜ ଲୋକମାନଙ୍କ ସହ ସମ୍ବନ୍ଧ କରିବାକୁ ଚେଷ୍ଟା କରିବା ଉଚିତ । ଆଜି ନୂଆ ପ୍ରତିଯୋଗୀମାନଙ୍କୁ ବି ବହୁତ ଲାଭ ମିଳିବ । ଚିନ୍ତା କମ ହେବ ଓ ଚେହେରାରେ ହସ ରହିବ । ବିଦେଶୀ କମ୍ପାନୀ ଆପଣଙ୍କ କମ୍ପାନୀ ସହ ବିଜନେସ କରିବେ । ଆଜି କୌଣସି କାମରେ ଅସୁବିଧା ଆସିଲେ ଅନ୍ୟ ବ୍ୟକ୍ତିଙ୍କ ଠାରୁ ଉପଦେଶ ନିଅନ୍ତୁ । ଆଜି ବନ୍ଧୁମାନଙ୍କ ସହ ଭଲ ବ୍ୟବହାର କରନ୍ତୁ ।

୪-କର୍କଟ

ଆଜି ଆପଣଙ୍କ ପାଇଁ ଦିନ ବହୁତ ଭଲ ଅଟେ । ଅଧିକାରୀ ଆପଣଙ୍କର କାର୍ଯ୍ୟରେ ପ୍ରଭାବିତ ହୋଇ ବଡ ଦାୟିତ୍ଵ ଦେବେ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ସ୍ୱାସ୍ଥ୍ୟରେ କିଛି ଅସୁବିଧା ଆସିପାରେ । କୌଣସି ନୂଆ କାର୍ଯ୍ୟ ଆରମ୍ଭ ହେବାର ଯୋଗ ଅଛି । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଅବସର ମିଳିବ । କିଛି କାର୍ଯ୍ୟକୁ ନେଇ ମଧ୍ୟ ଚିନ୍ତାରେ ରହି ପାରନ୍ତି ।

୫-ସିଂହ

ଆଜି ଆପଣ ଅଧିକ ବ୍ୟସ୍ତ ରହିବେ । ଆଜି ଆପଣ ମନ୍ଦିର ଯିବେ କିମ୍ବା କୌଣସି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନର ଯୋଜନା କରି ପାରନ୍ତି । ପାରିବାରିକ ସମସ୍ୟାରେ ସମଧାନ ମିଳିବ । ଜୀବନଶୈଳୀ ଉପରେ ହେଉଥିବା ଖର୍ଚରେ ଅସୁବିଧା ଅଛି । କାରୋବାରରେ ଅଚାନକ ଲାଭ ମିଳିବାର ଯୋଗ ଅଛି । ଆଜି ଆପଣଙ୍କର ମନ ବହୁତ ସମ୍ବେଦନଶୀଳ ରହିବ ଓ ମାନସିକ ରୂପରେ ଅସୁସ୍ଥ ରହିବେ ।

୬-କନ୍ୟା

ଆଜି ଯାତ୍ରାର ସ୍ଥିତି ସୁଖ ଓ ଲାଭପ୍ରଦ ରହିବ । କାମକାର୍ଯ୍ୟରେ ଆପଣଙ୍କ ଉପରେ ଅଧିକ ଦାୟିତ୍ଵ ଆସିପାରେ । ଆପଣ ନିଜ ରାଗ ଉପରେ ପୂରାପୂରି କାବୁ ରଖନ୍ତୁ । ଯଦି ଏହିଭଳି କରିବେ ନାହିଁ ତ ଆପଣଙ୍କୁ ବହୁତ ଅସୁବିଧା ହୋଇପାରେ । ଜୀବନସାଥୀର ସହଯୋଗ ମିଳିବ । କୌଣସି ନୂଆ ପ୍ରୋଜେକ୍ଟ ମିଳିପାରେ । ପରିବାର କାର୍ଯ୍ୟରେ ଦିନସାରା ବ୍ୟସ୍ତ ରହିବେ ।

୭-ତୁଳା

ଆଜି ଆପଣଙ୍କର ଦିନ ଶାନ୍ତିରେ କଟିବ । ମନୋରଞ୍ଜନ ଓ ଜ୍ଞାନଅର୍ଜନ କ୍ଷେତ୍ରରେ ସମୟ ବ୍ୟତିତ ହେବ । ଅନ୍ୟ ବ୍ୟକ୍ତିଙ୍କୁ ପାଇଁ ଆପଣ ଆଜି ଶୁଭଫଳ ଆଣିଦେବେ । ମନରେ ପ୍ରସନ୍ନତା ରହିବ । ବନ୍ଧୁମାନଙ୍କ ସହିତ କେଉଁଠିକୁ ବୁଲିବାକୁ ଯାଇ ପାରନ୍ତି । ଘର ପରିବାରର ସ୍ଥିତି ବହଳ ଅରହିବ । ଧନର ଅଧିକ ବ୍ୟୟ ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ ।

୮-ବିଚ୍ଛା

ଆଜିର ଦିନ ଆପଣଙ୍କ ପାଇଁ କଲ୍ୟାଣକାରୀ ରହିବ । କାର୍ଯ୍ୟରେ ନିଜ ଲୋକମାନଙ୍କର ସାହାର୍ଯ୍ୟ ମିଳିବ । ଆପଣଙ୍କ ବ୍ୟାପାରରେ ଓ ବ୍ୟବସାୟରେ ଅନୁକୂଳ ପରିସ୍ଥିତି ରହିବ । ବିରୋଧୀ ଲୋକମାନେ ଆପଣଙ୍କ ଆଗରେ ମୁଣ୍ଡ ତଳକୁ କରିବେ । ଲମ୍ବା ସମୟରୁ ଅଟକିଥିବା କାର୍ଯ୍ୟ ପୁରା ହେବ । ଆପଣଙ୍କର ଆୟର ସାଧନ ବୁଦ୍ଧି ହେବ । ଭଗବାନ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ ।

୯-ଧନୁ

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଅନୁକୂଳ ରହିବେ । ଘରର ବାତାବରଣ ଆନନ୍ଦ ରହିବ । କାମରେ କିନ୍ତୁ ଡେରିରେ ଲାଭ ମିଳିବ । ଚାକିରି ଓ ବ୍ୟବସାୟିକ ମାମଲାରେ ବାତାବରଣ ଅନୁକୂଳ ରହିବ । ଆଜି ଦିନରେ ଆପଣ ନିଜ ଅଫିସ କିମ୍ବା ପରିବାରର ଲୋକମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ପ୍ରମାଣିତ ହେବେ । ଆପଣଙ୍କ ନିକଟରେ ଆସୁଥିବା ସମସ୍ତ ଅବସରର ଲାଭ ଉଠାଇବେ ।

୧୦-ମକର

ଆଜି ଆପଣଙ୍କୁ କୌଣସି ନୂଆ ସମାଚାର ମିଳିବ । ଯାହା ଯୋଗୁ ଆପଣ ବହୁତ ଖୁସି ହୋଇଯିବେ । ଆପଣଙ୍କର ପରିଜନମାନେ ଆପଣଙ୍କ ଉପରେ ଗର୍ବ କରିବେ । ନିଜ ଲୋକମାନଙ୍କ ସହିତ ଖୁସିରେ ରୁହନ୍ତୁ । ନିଜର କ୍ରୋଧକୁ ନିୟନ୍ତ୍ରିତ ରଖନ୍ତୁ । ପୁରୁଣା ରୋଗରୁ ମୁକ୍ତି ମିଳିବ । ଭାବନା ଉପରେ କନ୍ଟ୍ରୋଲ ରଖି କାମ କରନ୍ତୁ । ନିଜର ବ୍ୟକ୍ତିତ୍ବ ଓ ରଙ୍ଗ- ରୂପକୁ ଭଲ କରିବାକୁ ଚେଷ୍ଟା କରନ୍ତୁ ।

୧୧-କୁମ୍ଭ

ଆଜି ପୁରୁଣା ପ୍ରତିଜ୍ଞା ପୁରା କରିବେ । କାହାର ପର୍ସନାଳ ଜୀବନରେ ଦଖଲ ଦିଅନ୍ତୁ ନାହିଁ । ନିବେଶରେ ଲାଭଦାୟକ ରହିବେ ଓ ସମୃଦ୍ଧି ନେଇ ଆସିବେ । ମାନସିକ ସମସ୍ୟାରେ କିଛି ଅସୁବିଧା ଆସିପାରେ । ଏହା ସହିତ ଆଜି ଆପଣ ପ୍ରସନ୍ନ ବି ରହିବେ । ଆଜି କରାଯାଇଥିବା କାମ ଦ୍ଵାରା ଆପଣଙ୍କୁ ଲାଭ ମିଳିବ । ଖାସକରି ଆଜି ଟଙ୍କା ସମ୍ବନ୍ଧିତ କାମରେ ଆପଣଙ୍କୁ ଭଲ ପରିଣାମ ମିଳିବ ।

୧୨-ମୀନ

ଆଜି ଆପଣଙ୍କର ଭାଗ୍ୟବୃଦ୍ଧି ହେବ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅଜୟର ଦିନ ଆପଣଙ୍କ ପାଇଁ ଶୁଭ ଅଟେ । ଦିନସାରା ମାନସିକ ରୂପରେ ବ୍ୟସ୍ତ ରହିବେ । ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ । ଆଜି ବନ୍ଧୁମାନଙ୍କ ସହ ବ୍ୟବହାରେ ସଂଯମତା ରଖନ୍ତୁ । ଭାଗୀଦାରୀରେ ଲାଭ ହେବ ।