ଏହି ବଜାରରେ ବିନା କୌଣସି ଆଇନଗତ କଟକଣାରେ ବିକ୍ରି ହୋଇଥାନ୍ତି ଝିଅ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ଦୈନନ୍ଦିନ ଆବଶ୍ୟକ ପଡୁଥିବା ସାମଗ୍ରୀ, ପନିପରିବା ଓ ଗ୍ରୋସରୀ ଆଦି କିଣିବା ପାଇଁ ଆମେ ବଜାରକୁ ଯାଇଥାଉ । ହେଲେ କନ୍ୟା ବିକ୍ରି ପାଇଁ ବଜାର ଶୁଣିଲେ ଟିକିଏ ଅସ୍ବାଭାବିକ ଲାଗିବ ନିଶ୍ଚୟ । କିନ୍ତୁ ଏମିତି ଏକ ବଜାର ଅଛି ଯେଉଁଠି ବାହାଘର ପାଇଁ ବିକ୍ରି ହୁଅନ୍ତି କନ୍ୟା । ଆଜି ଆମେ ଆପଣଙ୍କୁ ଏମିତି ଏକ ବଜାର ବିଷୟରେ କହିବୁ ଯେଉଁଠି କନ୍ୟା ମାନଙ୍କୁ ବିକ୍ରି କରାଯାଏ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିରାଟ ସତ୍ୟ । ତେବେ ଚାଲନ୍ତୁ ଜାଣିବା ସେହି ବଜାର ବିଷୟରେ ।

ବୁଲଗେରିଆର ସ୍ତରାଜାଗୁର ନାମକ ଏକ ସ୍ଥାନରେ ଏହି ବଜାର ରହିଛି । ଏଠାରେ ପ୍ରତି ତିନି ବର୍ଷରେ ଥରେ କନ୍ୟା ବିକ୍ରି ପାଇଁ ବଜାର ଖୋଲିଥାଏ । ବରପାତ୍ର ଏହି ବଜାରକୁ ଆସି ନିଜ ବାହାଘର ପାଇଁ ମନ ପସନ୍ଦର କନ୍ୟାଙ୍କୁ କିଣି ନିଅନ୍ତି । ଏହି ବଜାରକୁ ଆସିଲେ ଉଭୟ ବର ଓ କନ୍ୟା ପକ୍ଷଙ୍କୁ କିଛି ନିୟମର ପାଳନ କରିବାକୁ ପଡିଥାଏ । କନ୍ୟାପକ୍ଷ ଲୋକେ ପ୍ରଥମେ କନ୍ୟାକୁ ସଜେଇ କରି ନେଇ ଆସନ୍ତି, ଆଉ ବରପକ୍ଷର ସମସ୍ତ ଲୋକ ସେହି ସ୍ଥାନରେ ଉପସ୍ଥିତ ଥାଆନ୍ତି ।

କନ୍ୟା ପସନ୍ଦ ହେବା ପରେ ଉଭୟ ପୁଅ ଓ ଝିଅଙ୍କୁ କଥା ହେବ ପାଇଁ କିଛି ସମୟ ଦିଆ ଯାଇଥାଏ । ଏହାପରେ ବରପକ୍ଷ ଲୋକ ତାଙ୍କୁ କନ୍ୟା ରୂପେ ସ୍ଵୀକାର କରି ଉଚିତ ମୂଲ୍ୟ ଦେଇ ସାଙ୍ଗରେ ନେଇ ଯାଆନ୍ତି । ତେବେ ଏହି କନ୍ୟା କିଣିବା ପ୍ରଥା ବୁଲଗେରିଆରେ ଅନେକ ବର୍ଷ ତଳୁ ପ୍ରଚଳିତ ହୋଇ ଆସୁଛି ।

ଏଭଳି ପ୍ରଥା ଉପରେ କୌଣସି ଆଇନଗତ କଟକଣା ମଧ୍ୟ ଲଗା ଯାଇ ନାହିଁ । ଗରିବ ଲୋକଙ୍କର ଆର୍ଥିକ ସମସ୍ୟାକୁ ଆଖି ଆଗରେ ରଖି ଏଭଳି ପ୍ରଥାର ପ୍ରଚଳନ ଆରମ୍ଭ କରା ଯାଇଥିଲା । ଏହି ବଜାରକୁ ସେହି ଘରର ଲୋକ ଆସନ୍ତି ଯେଉଁମାନେ ନିଜ ଝିଏକୁ ବିବାହ ଦେବାକୁ ଅସମର୍ଥ ହୋଇଥାନ୍ତି । ସାଧାରଣତଃ ବିବାହରେ ବର ଘର ଲୋକଙ୍କୁ ଯୌତୁକ ଦିଆ ଯାଇଥାଏ । କିନ୍ତୁ ଏଠାକାର ନିୟମ ଅନୁଯାୟୀ ବରପକ୍ଷ ଲୋକମାନେ ଝିଅର ପରିବାର ଲୋକଙ୍କୁ ଅର୍ଥ ଦେଇଥାନ୍ତି ।

ଏପରି କରିବା ଦ୍ଵାରା ଉକ୍ତ ଗରିବ ପରିବାରକୁ କିଛି ସାହାଯ୍ୟ ମଧ୍ୟ ମିଳିଯାଏ । ଏହି ନିୟମର ପାଳନ ମଧ୍ୟ ଠିକ ଭାବେ ହୋଇଥାଏ । ବରପକ୍ଷ ଲୋକ ବଜାରରୁ କିଣିଥିବା କନ୍ୟାଙ୍କୁ ବୋହୂ ରୂପେ ସ୍ଵୀକାର କରିବାକୁ ପଡିଥାଏ । ଏହି ବଜାର ବୁଲଗେରିଆର କଲାଇଦାଜି ସଂପ୍ରଦାୟ ଦ୍ଵାରା ଆୟୋଜିତ ହୋଇଥାଏ ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସଂପ୍ରଦାଯ ବ୍ଯତୀତ ଅନ୍ୟ କୌଣସି ସମ୍ପ୍ରଦାୟରେ ଲୋକ କନ୍ୟା ଆଣି ପାରିବେ ନାହିଁ । ତେବେ ଏଭଳି ପ୍ରଥା ସମ୍ପର୍କରେ ଆପନ୍ନକ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।