ଆଉ ରହିବନି ଏବେ ପେଟ୍ରୋଲ ଓ ଡିଜେଲ ର ଚିନ୍ତା, ବଜାରକୁ ଆସିଗଲା TATA Motors ର ନୂଆ Electric Car, ଥରେ ଚାର୍ଜ କଲେ ଗଡିବ 300 km

ଟାଟା ମୋଟର୍ସ ଭାରତୀୟ ବଜାରରେ ଗୋଟିଏ ଇଲେକ୍ଟ୍ରିକ କାର ଲଞ୍ଚ କରିଛି । ଆଗକୁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କମ୍ପାନୀ ଟାଟା ଟିଗୋର ର ଇଲେକ୍ଟ୍ରିକ ଭର୍ଜନ ବଜାରକୁ ଛାଡିଛି । ଟାଟା ଟିଗୋର ଇଲେକ୍ଟ୍ରିକ ର ଆରମ୍ଭ ମୂଲ୍ୟ ୧୧.୯୯ ଲକ୍ଷ ରଖାଯାଇଛି । ଏହି କାର ଟି ତିନୋଟି ଭେରିଏଣ୍ଟରେ ଉପଲବ୍ଧ ହେବ । Tata Tigor EV XE ମୂଲ୍ୟ ୧୧.୯୯/- ଲକ୍ଷ, Tata Tigor EV XM ର ମୂଲ୍ୟ ୧୨.୪୯/- ଲକ୍ଷ ଓ Tata Tigor EV XZ+ ର ମୂଲ୍ୟ ୧୨.୯୯/- ରଖାଯାଇଛି । ଗତ ଅଗଷ୍ଟ ୧୮ ତାରିଖରେ ଟାଟା ଟିଗୋର EV କୁ ଉନ୍ମୋଚନ କରିଥିଲା ।

ଏହି କାରକୁ ଥରେ ଚାର୍ଜ କଲେ ଏହା ୩୦୬ କିମି ପର୍ଯ୍ୟନ୍ତ ଯାଇପାରିବ । କମ୍ପାନୀ ମୁତାବକ ଏହି କାର କେବଳ ୫.୭ ସେକେଣ୍ଡରେ ୦.୬୦kmph ବେଗରେ ଗତି କରିପାରିବ । ଥରେ ଚାର୍ଜ କଲେ ଆପଣ ଏଥିରେ ଦିଲ୍ଲୀରୁ ନୈନିତାଲ ପର୍ଯ୍ୟନ୍ତ ଯାତ୍ରା କରିପାରିବେ । କାରଣ ଦିଲ୍ଲୀ ରୁ ନୈନିତାଲର ଦୂରତା ପ୍ରାୟ ୩୦୩କିମି ଅଟେ । ଏହି ଇଲେକ୍ଟ୍ରିକ କାର ର ହିଲ୍ ଆସେଣ୍ଟ ଓ ହିଲ୍ ଡିସେଣ୍ଟ, ଡ୍ୱାଲ ଏୟାରବ୍ୟାଗ୍ସ, ABS EBD ସହ CSC ଭଳି ଫିଚର ମଧ୍ୟ ରହିଛି । ଏହା ଦେଶର ସବୁଠୁ ସୁରକ୍ଷିତ ଇଲେକ୍ଟ୍ରିକ କାର ହେବ ବୋଲି ଟାଟା ମୋଟର୍ସ ଦାବି କରିଛି ।

ଟାଟା ଟିଗୋର ଇଲେକ୍ଟ୍ରିକ କାର ଜିପଟ୍ରନ ଟେକ୍ନୋଲୋଜି ଉପରେ ଆଧାରିତ ଅଟେ । ଏହା ପୂର୍ବରୁ ଟାଟା ନେକ୍ସନ ଇଲେକ୍ଟ୍ରିକ କାର ଏହି ଟେକ୍ନୋଲୋଜି ଅନ୍ତର୍ଭୁକ୍ତ ଅଟେ । ଏହାସହ ବର୍ତ୍ତମାନ ଦେଶରେ ଟାଟା ମୋଟର୍ସର ଦୁଇଟି ଇଲେକ୍ଟ୍ରିକ କାର ପ୍ରଚଳିତ ହେବ ।

ଜିପଟ୍ରନ ଟେକ୍ନୋଲୋଜିର ବିଶେଷତ୍ଵ ହେଉଛି ଏଥିରେ ଲିଥିୟମ ଆୟନ ବ୍ୟାଟେରୀରେ ଦ୍ଵାରା ଗୋଟିଏ ସ୍ଥାୟୀ ମ୍ୟାଗାନେଟ ଏସି ମୋଟର ଲାଗିଥାଏ ।ଯାହା କାରକୁ ଲଗାତାର କରେଣ୍ଟ ସପ୍ଲାଇ କରିଥାଏ । ଏହାସହ ଏହାର ବ୍ୟାଟେରି ଡଷ୍ଟ ଏବଂ ୱାଟର ପୃଫ ହୋଇଥାଏ । ଟାଟାର ଏହି ଇଲେକ୍ଟ୍ରିକ କାରରେ ୫୫କିଲୋ ୱାଟ ର ଇଲେକ୍ଟ୍ରିକ ମୋଟର ଓ ୨୬ କିଲୋ ୱାଟ ର ଲିଥିୟମ ଆୟନ ବ୍ଯାଟେରୀ ପ୍ୟାକ ଦିଆଯାଏ ।

ଏହି କାରକୁ ଫାଷ୍ଟ ଚାର୍ଜ ମାଧ୍ୟମରେ ଏକ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ଚାର୍ଜ କରାଯାଇ ପାରିବ । କାରଟି ଦେଖିବାକୁ ଖୁବ ସୁନ୍ଦର ଓ ମନଲୋଭା ହେବା ସହ ଏହାର ଫିଚର ଏବଂ ଲୁକ ସବୁ ଖୁବ ଭଲ ରହିଛି । କେବଳ ୨୧ହଜାର ଟଙ୍କାରେ ଆପଣ ଏହି କାର ବୁକିଙ୍ଗ କରିପାରିବେ ।

ଆପଣ ଯଦି ନୂଆ ଇଲେକ୍ଟ୍ରିକ କାର କିଣିବାକୁ ଚାହୁଁଛନ୍ତି ତେବେ ଟାଟାର ଏହି କାର ଆପଣଙ୍କ ପାଇଁ ସବୁଠୁ ଭଲ ସାବ୍ୟସ୍ତ ହେବ । ସବୁଠୁ ଖାସ କଥା ହେଉଛି ପେଟ୍ରୋଲ ଡିଜେଲ ଚିନ୍ତାରୁ ଆପଣ ମୁକ୍ତି ପାଇବେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।