Breaking News: ଦୀର୍ଘ ତିନି ମାସର ECMO ଚିକିତ୍ସା ବି ବଞ୍ଚେଇ ପାରିଲାନି ଜୀବନ, ଆରପାରିକୁ ଚାଲିଗଲେ Abhisek Mohapatra

ପ୍ରାୟ ତିନି ମାସ ଧରି ଇକମୋ ଚିକିତ୍ସା ପରେ ମଧ୍ୟ ବଞ୍ଚି ପାରିଲେନି ଅଭିଷେକ ମହାପାତ୍ର । ଗତ କାଲି ରାତି ପ୍ରାୟ ୧୦ଟା ଦମୟରେ ଭଦ୍ରକ ବାସୁଦେବପୁର ଅଞ୍ଚଳର ଅଭିଷେକ ମହାପାତ୍ର ଙ୍କର ପରଲୋକ ହୋଇଛି । ଅଭିଷେକ କରୋନାରେ ପୀଡିତ ହେବା ପରେ ଇକମୋ ଚିକିତ୍ସା ପାଇଁ ତାଙ୍କୁ କଲିକତାକୁ ଏୟାରଲିଫ୍ଟ କରାଯାଇଥିଲା । ଆଉ ସେଠାରେ ପ୍ରାୟ ତିନି ମାସ ଧରି ତାଙ୍କର ଚିକିତ୍ସା ସତ୍ତ୍ୱେ ତାଙ୍କର ବିୟୋଗ ହୋଇଛି । ଅଭିଷେକ ବାସୁଦେବପୁର ନିକଟସ୍ଥ ମନ୍ଦାରୀ ଗ୍ରାମର ଯଦୁନାଥ ମହାପାତ୍ରଙ୍କ ଏକମାତ୍ର ପୁଅ ।

ସେ ଜଣେ ସିଭିଲ ଇଞ୍ଜିନିୟର ଭାବେ ଓମାନରେ କାର୍ଯ୍ୟ କରୁଥିଲେ । ଗତ ମାର୍ଚ୍ଚ ୨୫ ତାରିଖରେ ସେ ଘରକୁ ଆସିବା ପରେ ମେ ୫ ତାରିଖରେ ତାଙ୍କ ବିବାହ ହୋଇଥିଲା । ଏହାର ମାତ୍ର ଆଠ ଦିନ ପରେ ସେ କରୋନାରେ ପୀଡିତ ହୋଇଥିବା ଜଣା ପଡିଥିଲା । ଭୁବନେଶ୍ବରରେ କିଛି ଦିନ ଚିକିତ୍ସିତ ହେବା ପରେ ତାଙ୍କ ଅବସ୍ଥା ଗୁରୁତ୍ଵର ହେବାରୁ ଓ ଇକମୋ ଚିକିତ୍ସା ଆବଶ୍ୟକ ହେବାରୁ ତାଙ୍କୁ ଏୟାରଲିଫ୍ଟ ଯୋଗେ କଲିକତା ନିଆ ଯାଇଥିଲା ।

ଏଥିପାଇଁ ତାଙ୍କ ନବବିବାହିତା ପତ୍ନୀ ମୌସୁମୀ ଏବଂ ମା ସୋ-ସି-ଆ-ଲ ମି-ଡି-ଆ ଯୋଗେ ସାହାଯ୍ୟ ପାଇଁ ଲୋକଙ୍କୁ ଆକୁଳ ନିବେଦନ କରିଥିଲେ । ଅନେକେ ସାହାଯ୍ୟର ହାତ ମଧ୍ୟ ବଢାଇଥିଲେ । ମଝିରେ ଖବର ମଧ୍ୟ ଆସିଥିଲା ଯେ ଅଭିଷେକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି ବୋଲି । ତାଙ୍କୁ ବଞ୍ଚାଇବା ପାଇଁ ଅଦମ୍ୟ ଉଦ୍ୟମ ସତ୍ତ୍ୱେ ତାଙ୍କର ବିୟୋଗ ହୋଇଥିବା ଖବର ମିଳିଛି ।

ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କୁ କଲିକତା ନେବାରେ ବିଳମ୍ବ ହୋଇଥିଲା । ଯଦି ଆଉ କିଛି ଦିନ ପୂର୍ବରୁ ତାଙ୍କୁ କଲିକତା ଇକମୋ ଚିକିତ୍ସା ପାଇଁ ନିଆଯାଇ ଥାନ୍ତା, ତେବେ ଆହୁରି ଭଲ ହୋଇଥାନ୍ତା । ଯାହା ବି ହେଉ ତାଙ୍କୁ କଲିକତା ନେବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ଅବସ୍ଥା ପୁଣି ଥରେ ସଙ୍କଟାପନ୍ନ ହୋଇଯାଇଥିଲା । ମଣିଷ ଯେତେ ଚେଷ୍ଟା କଲେ ମଧ୍ୟ ନିୟତି ଆଗରେ ହାରିଯାଏ ।

ଅଭିଷେକ କଲିକତାରେ ଚିକିତ୍ସିତ ହେଉଥିବା ସମୟରୁ ତାଙ୍କ ମା ଏବଂ ଭାଇ ରୋଶନ ମହାନ୍ତି ତାଙ୍କ ସହ ଥିଲେ । ଭାଇ ରୋଶନ ମହାନ୍ତି ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ଆକୁଳ ନିବେଦନ କରିଥିଲେ ଅଭିଷେକଙ୍କୁ ସାହାଯ୍ୟ କରିବା ପାଇଁ । ତଥାପି ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ । ବର୍ତ୍ତମାନ କଲିକତା ହସ୍ପିଟାଲରେ ତାଙ୍କ ମୃ-ତ ଶରୀର ରଖାଯାଇଛି ।କାଗଜପତ୍ର କାର୍ଯ୍ୟ ଶେଷ ହେବା ପରେ ତାଙ୍କୁ ବାସୁଦେବପୁର କିମ୍ବା ଭୁବନେଶ୍ବରସ୍ଥିତ ବାସଭବନ ଅଣାଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଆମ ପୋଷ୍ଟକୁ ସେୟାର ମଧ୍ୟ କରନ୍ତୁ ।