ବହୁତ ଜଲ୍ଦି ଧନୀ ହେବାକୁ ଚାହୁଞ୍ଚନ୍ତି ତ ଘରେ କେବେ ବି ହେବାକୁ ଦିଅନ୍ତୁ ନାହିଁ ଏହି 5 ଟି ଜିନିଷ- Chanakya Niti

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ ଯେଉଁଥିରେ କି ଜୀବନରେ ସୁଖ ଓ ଶାନ୍ତିରେ କିପରି ରହି ହେବ କିମ୍ବା ମାନବ ସମାଜରେ ମଣିଷକୁ ବ୍ୟବହାରିକ ଶିକ୍ଷା ବିଷୟରେ ବର୍ଣ୍ଣନା କରିଛନ୍ତି । ଚାଣକ୍ୟ ଏହି ନୀତି ଗ୍ରନ୍ଥରେ ଏମିତି କିଛି କଥା ବର୍ଣ୍ଣନା କରିଛନ୍ତି ଯାହାକି  ମନୁଷ୍ୟ ସେହି  କାର୍ଯ୍ୟକୁ କରିବା ଛାଡି ଦେବା ଦ୍ଵାରା  ସେ କେବେ ହେଲେ ଗରିବ ରହିବ ନାହିଁ ।

ଚାଣକ୍ୟ ନୀତି ଅନୁସାରେ ମନୁଷ୍ୟକୁ କେବେ ବି ମିଛର ସାହାରା ନେବା ଉଚିତ ନୁହେଁ ଯଦି ଆପଣ ମିଛର ସାହାରା  ନେଉଛନ୍ତି ତେବେ ସବୁବେଳେ ଗରିବ ହିଁ ରହିଥିବେ । ସେଥିପାଇଁ ସତ କଥାରେ ସବୁବେଳେ ସାଥ ଦେବା ଉଚିତ  ।

ବ୍ୟକ୍ତିକୁ ସବୁବେଳେ ସଫା ସୁତୁରା କପଡା ପିନ୍ଧିବା ଉଚିତ ଯେଉଁ ଲୋକ ଖରାପ କିମ୍ବା ଅପରିଷ୍କାର କପଡା ପିନ୍ଧିଥାନ୍ତି , ଏଭଳି ଲୋକ କେବେ ହେଲେ ଧନୀ ଲୋକ ହୋଇପାରେ ନାହିଁ । ପରିଷ୍କାର ଜାଗାରେ ହିଁ ଲକ୍ଷ୍ମୀଙ୍କ ବାସ ରହିଥାଏ । କେତେକ ଲୋକ ଅଛନ୍ତି ପେଟ ଭରିଗଲା ପରେ ମଧ୍ୟ ଆହୁରି ଖାଇଥାନ୍ତି । ଖାଇବା ଦ୍ଵାରା ତାଙ୍କର ପେଟ ଭରିଯାଏ କିନ୍ତୁ ମନ ଭରି ନ ଥାଏ ।

ଚାଣକ୍ୟ ନୀତି ଅନୁସାରେ କହିବାକୁ ଗଲେ ତାଙ୍କ ଘରେ କେବେ ହେଲେ ପଇସା ଆସେ ନାହିଁ , ଯିଏ ଅଧିକରୁ ଅଧିକ ଖାଇଥାନ୍ତି । ସେଥିପାଇଁ ବ୍ୟକ୍ତିକୁ ନିୟନ୍ତ୍ରଣ ଅନୁସାରେ ଖାଦ୍ୟ ଖାଇବା ଉଚିତ । ଚାଣକ୍ୟ କହିଥାନ୍ତି ଯେ ଯେଉଁ ଲୋକ ସୂର୍ଯ୍ୟ ଉଦୟ ପରେ ଉଠିଥାନ୍ତି ସେମାନେ କେବେ ହେଲେ ଧନବାନ ହୋଇ ନ ଥାନ୍ତି । ପରିଶ୍ରମ ବ୍ୟକ୍ତି ତାକୁ କୁହାଯାଏ ଯେଉଁ ମାନେ  ସୂର୍ଯ୍ୟ ଉଦୟ ପୂର୍ବରୁ ସବୁ କିଛି କାର୍ଯ୍ୟ ଶେଷ କରିଦେଇଥାନ୍ତି ।

ଆଳସ୍ୟ କାମଚୋର ଓ ନିଦମଗ୍ନ ପାଖରେ କେବେ ହେଲେ ଲକ୍ଷ୍ମୀଙ୍କ କୃପା ବର୍ଷେ ନାହିଁ ।  ଯେଉଁ ବ୍ୟକ୍ତି ସବୁଦିନ ଦାନ୍ତ ସଫା କରି ନ ଥାଏ । ଯାହା ମୂହରେ ସବୁବେଳେ ଦୁର୍ଗନ୍ଧ ରହିଥାଏ । ଏଇଭଳି ଲୋକଙ୍କ ଠାରୁ ମା ଲକ୍ଷ୍ମୀ ସାବୁବେଳେ ଦୂରେଇ ରହିଥାନ୍ତି । ଏଇଭଳି ବ୍ୟକ୍ତି ସବୁବେଳେ ଗରିବ ହିଁ ରହିଥାନ୍ତି । ଯେଉଁ ବ୍ୟକ୍ତି ମହିଳା ମାନଙ୍କର ଇଜ୍ଜତ କରନ୍ତି ନାହିଁ , ତାଙ୍କୁ କଥା କଥାରେ ଅପମାନ କରିଥାନ୍ତି ତାଙ୍କ ଘରେ ମା ଲକ୍ଷ୍ମୀ ନିବାସ କରି ନ ଥାନ୍ତି ।

ହିନ୍ଦୁ ଧର୍ମ ରେ  ସ୍ତ୍ରୀମାନଙ୍କୁ ଲକ୍ଷ୍ମୀଙ୍କ  ସ୍ଥାନ ଦିଆଯାଇଛି । ସ୍ତ୍ରୀର ଅପମାନ ଲକ୍ଷ୍ମୀ ଙ୍କର ଅପମାନ ସଙ୍ଗେ ସମାନ ଅଟେ । ଯେଉଁ ବ୍ୟକ୍ତି ରୋଷେଇ ଘରକୁ ସଫା ସୁତୁରା ନ କରେ । ତାଙ୍କ ଘରେ ଲକ୍ଷ୍ମୀ ରୁହନ୍ତି ନାହିଁ । ବହୁତ ଲୋକ ଅଛନ୍ତି ଖାଇବା ପରେ ଅଇଁଠା ବାସନ ଏକସଙ୍ଗରେ କରିଦେଇଥାନ୍ତି । ଜଣ ଜଣକ ଘରେ ଅଇଁଠା ବାସନ ବହୁତ ଦିନ ଧରି ପଡିକି ରହିଥାଏ । ଏମାନଙ୍କ ଘରେ ଧନ ର  ଅଭାବ ଦେଖା ଯାଇଥାଏ ।

ସେଥିପାଇଁ ସବୁବେଳେ ରୋଷେଇ ଘରକୁ ସଫାସୁତୁରା ରଖିବା ଉଚିତ ।  ଯେଉଁ ଲୋକ ଅନ୍ୟମାନଙ୍କ ଠାରୁ ମାଗିଥିବା ଜିନିଷ ଫେରେଇ ନ ଥାନ୍ତି । ଏବଂ ଅନ୍ୟମାନଙ୍କର ପଇସା ଶୀଘ୍ର ଫେରେଇ ନ ଥାନ୍ତି । ଆଉ ସବୁ ବେଳ ପାଇଁ ନିଜ ପାଖରେ ପଇସା ରଖି ଦେଇଥାନ୍ତି ଏଇଭଳି ଲୋକ କେବେ ହେଲେ କୋଟିପତି ହୋଇ ନ ଥାନ୍ତି । ସେଥିପାଇଁ ପଇସା ଯଦି ଆଣିଛନ୍ତି କାମ ହୋଇଗଲା ପରେ ଫେରାଇ ଦବା ଉଚିତ । ଅନ୍ୟଥା ଭବିଷ୍ୟତରେ ଭୟଙ୍କର କ୍ଷତି ସହିବାକୁ ପଡିପାରେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।