ବାହାଘର ମାସେ ପୁରୁ ପୁରୁ ମଥାରୁ ଲିଭିଗଲା ସିନ୍ଦୂର, ସ୍ଵାମୀ ଶବ ପାଖରେ ବୁକୁଫଟା ଚିତ୍କାର କରୁଛି ନବବଧୂ, ଦୃଶ୍ୟ ଦେଖିଲେ ଆପଣ କୋହ ସମ୍ଭାଳି ପାରିବେନି…

ବାହାଘରକୁ ମାସେ ପୁରି ନଥିଲା, କାନ୍ଥରେ ଏବେବି ସଜ ଦିଶୁଛି ‘ପପୁ ସହ ଟିକି’ ଲେଖା । ହାତରୁ ମେହେନ୍ଦି ଦାଗ ବି ଭଲରେ ଲିଭିନି ହେଲେ ସବୁଦିନ ପାଇଁ ଛାଡି ଚାଲିଗଲା ସ୍ଵାମୀ । ନବବଧୂର ବୁକୁଫଟା ଚିତ୍କାର ଦେଖିଲେ ଯେକେହି କାନ୍ଦି ପକେଇବ । ସଂସାର ଆରମ୍ଭ ନହେଉଣୁ ସ୍ତ୍ରୀ ମଥାରୁ ସିନ୍ଦୂର ଲିଭିଗଲା । ଆଉ ମୁଣ୍ଡ ପିଟି କାନ୍ଦି ନିଜ ଭାଗ୍ୟକୁ ନିନ୍ଦୁଛି ସ୍ତ୍ରୀ । ନୂଆ କରି ବାହା ହୋଇଥିବା ଭେଣ୍ଡିଆ ପୁଅକୁ ହରାଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । କାହାରି ଆଖିରୁ ଲୁହ ଶୁଖୁନି ।

ଗତ ଶନିବାର ଦିନ କପ୍ତିପଦା ଥାନା ସମୁଖରେ ଯେଉଁ ଦୁର୍ଘଟଣା ଘଟିଯାଇଛି ଏହା ତା’ ପରର ଦୃଶ୍ୟ । ଆଜି ସକାଳେ ଘରକୁ ଶବ ଆସିବା ପରେ ସେଠାରେ ଶୋକାକୁଳ ପରିବେଶ ଦେଖାଦେଇଛି । ମୃ-ତ-କ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ପାଣିଗ୍ରାହୀ । ସେ ଗତ ଫେବୃୟାରୀ 6 ତାରିଖରେ ବାଲେଶ୍ଵରର ଜୟଶ୍ରୀ ମହାପାତ୍ରଙ୍କୁ ସେ ବିବାହ କରିଥିଲେ । ବିବାହର ମାସେ ପୁରିବାକୁ ଆଉ ମାତ୍ର ଦିନ ଟିଏ ବାକି ଥିଲା ହେଲେ ପରିବାରରେ ଦୁଃଖର କଳା ଛାୟା ଘୋଟି ଆସିଲା ।

କୌଣସି କାମରେ କପ୍ତିପଦା ବଜାର ଯାଇଥିବା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଗନ୍ନାଥଙ୍କ ଜୀବନ ଚାଲିଗଲା । କାମ ସାରି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଲ ବସ୍ ଜଗନ୍ନାଥଙ୍କୁ ଧକ୍କା ଦେଇଥିଲା । ଫଳରେ ଖୁବ ଜୋରରେ ରାସ୍ତାକଡକୁ ଛିଟିକି ପଡିଥିଲେ ଜଗନ୍ନାଥ ଓ ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ।

ହେଲେ ସେଠାରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ଏଭଳି ଖବର ମିଳିବା ପରେ ପୁରା ଗାଁରେ ଖେଳି ଯାଇଥିଲା ଶୋକର ଛାୟା । ଏମିତିକି ତାଙ୍କର ଜଣେ ଗ୍ରାମବାସୀ ତାଙ୍କୁ ଉଦଳାରେ ଦେଖିଥିଲେ ବୋଲି କହିଛନ୍ତି । ହେଲେ ଘରକୁ ଫେରୁଥିବା ବେଳେ ଏମିତି ଭୟଙ୍କର ଦୁର୍ଘଟଣାର ଶିକାର ହେଲେ ଜଗନ୍ନାଥ । ବିବାହକୁ ମାତ୍ର ପୁରିବାକୁ ଥିଲା ଆଉ ଜଗନ୍ନାଥ ଦୁନିଆ ଛାଡି ଚାଲିଗଲେ । ତାଙ୍କ ପରିବାରରେ ଏବେ କାନ୍ଦବୋବାଳି ପଡିଛି ।

କିଏ କାହାକୁ ସାନ୍ତ୍ଵନା ଦେବେ କିଛି ବୁଝି ପାରୁନାହାନ୍ତି । ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମର ସାଥି ହେବାକୁ ଶପଥ କରିଥିବା ଜଗନ୍ନାଥ ଏତେ ଶୀଘ୍ର ସୁନିଆ ଛାଡି ଚାଲିଯିବେ ବୋଲି କେହି ବିଶ୍ବାସ କରି ପାରୁନହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।