ସାମ୍ନାକୁ ଆସିଲା Rupa Pintu ଙ୍କ ଅସଲ ଚେହେରା, ଶେଷରେ ଚାପରେ ପଡି ଭିଡିଓ ଡିଲେଟ କରିଦେଲେ…

ଦିନେ ରୂପା ପିଣ୍ଟୁଙ୍କୁ ଖୁବ ପସନ୍ଦ କରୁଥିବା ଲୋକେ ଏବେ କହୁଛନ୍ତି କି ସେମାନେ ବଦଳି ଗଲେଣି । ସେମାନଙ୍କ ଆଚାର ବ୍ୟବହାର ଓ ଚାଲିଚଳନ ଆଉ ପୂର୍ବ ଭଳି ନାହିଁ । ଏମିତିକି ତାଙ୍କ ସହ ରହୁଥିବା ପିଲାମାନଙ୍କୁ ସେ କେତେବେଳେ ଡ୍ରାଇଭର ତ ଆଉ କେତେବେଳେ କ୍ୟାମେରାବାଲା ବୋଲି କହୁଛନ୍ତି । ଏମିତିକି ଭଉଣୀ ସୁନା ସହ ମଧ୍ୟ ତାଙ୍କର ପଡୁନି ପୁଣି କେବେ ଗୁପଚୁପବାଲାକୁ ତା’ ଔକାତ ଦେଖାଉଛନ୍ତି । ୟୁଟ୍ଯୁବ ଜରିଆରେ ରୂପା ପିଣ୍ଟୁ ବେଶ ଲୋକପ୍ରିୟତା ଓ ସଫଳତା ସାଉଁଟିଛନ୍ତି ।

ତାଙ୍କର ଗୋଟିଏ ଭିଡିଓ ଆସିବା ମାତ୍ରେ ଲକ୍ଷ ଲକ୍ଷ ଲୋକ ତାକୁ ଦେଖିଥାନ୍ତି । ଜଣେ ସାଧାରଣ ମଣିଷରୁ ସୋସିଆଲ ମିଡିଆ ମାଧ୍ୟମରେ ପବ୍ଲିକ ଫିଗର ବନି ସାରିଥିବା ରୂପା ପିଣ୍ଟୁ କ୍ୟାମେରା ଆଗରେ ତାଙ୍କ ଭଉଣୀ ସୁନା ଏବଂ ତାଙ୍କ ସହ କାମ କରୁଥିବା ହାପିଙ୍କୁ ନେଇ ଯାହାସବୁ କହିଛନ୍ତି ତାହା ତାଙ୍କ ପ୍ରଶଂସକ ମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି । କେବଳ ପିଣ୍ଟୁ ଭିଡିଓ କରିଥିଲେ ତା’ ନୁହେଁ ବରଂ ହାପି ଏବଂ ସୁନା ମଧ୍ୟ ତାଙ୍କୁ କା-ଉ-ଣ୍ଟ-ର ଆ-ଟା-କ୍ କରି ଭିଡିଓ ଛାଡିଥିଲେ ।

ଯାହା ବର୍ତ୍ତମାନ ଡିଲେଟ କରି ଦିଆଯାଇଛି ବୋଲି ଖବର ରହିଛି । ସୂଚନା ଅନୁଯାୟୀ ରୂପା ପିଣ୍ଟୁ, ତାଙ୍କ ଭଉଣୀ ସୁନା ଏବଂ ହାପିଙ୍କ ମଧ୍ୟରେ ବିବାଦ ଉପୁଜିଛି । ଆଉ ଏହି ସମସ୍ତଙ୍କର ନିଜର ଗୋଟେ ଗୋଟେ ୟୁଟ୍ଯୁବ ଚ୍ଯାନେଲ ଅଛି । ହାପି ତାଙ୍କ ୟୁଟ୍ଯୁବ ଚ୍ଯାନେଲ ନୂଆ କରି ଖୋଲିଛନ୍ତି । ସେହିପରି ପିଣ୍ଟୁଙ୍କ ସାନ ଭଉଣୀଙ୍କ ଚ୍ଯାନେଲ ‘ଅରୁଣ ସୁନା ଏକ୍ସପ୍ରେସ’ ରେ ମଧ୍ୟ ଲକ୍ଷାଧିକ ସବସ୍କ୍ରାଇବର ଅଛନ୍ତି ।

ସେହିପରି ପିଣ୍ଟୁଙ୍କ ବଡ ଭଉଣୀଙ୍କା ମଧ୍ୟ ‘ଧନ ଏକ୍ସପ୍ରେସ’ ନାଁରେ ୟୁଟ୍ଯୁବ ଚ୍ଯାନେଲ ରହିଛି । ହେଲେ ଗତ ବର୍ଷେ ହେବ ଧନ ଏକ୍ସପ୍ରେସ ଚ୍ଯାନେଲ ଆଉ ଭିଡିଓ ଅଫଲୋଡ ହେଉନି । ପିଣ୍ଟୁଙ୍କ ସାନ ଭଉଣୀ ସୁନା କାନ୍ଦି କାନ୍ଦି ଏକ ଭିଡିଓ ବନେଇଥିଲେ ଯାହା ତାଙ୍କ ସାଇଟରୁ ଡିଲେଟ କରି ଦିଆଯାଇଛି । ପିଣ୍ଟୁଙ୍କ ପାଖରେ କାମ କରୁଥିବା ହାପି ମଧ୍ୟ ପିଣ୍ଟୁଙ୍କୁ କଡା ଜବାବ ଦେଇ ଏକ ଭିଡିଓ କରିଥିଲେ ଏବଂ ସେ ଭିଡିଓ ମଧ୍ୟ ଡିଲେଟ ସରିଛି ।

ଆଉ ବଡ କଥା ହେଲା ପିଣ୍ଟୁ ହାପି ଓ ସୁନାଙ୍କୁ ନେଇ ଯେଉଁ ଭିଡିଓ କରିଥିଲେ ତାକୁ ମଧ୍ୟ ସେ ଡିଲେଟ କରିଛନ୍ତି । ଏସବୁ ଭିତରେ ଲୋକେ କଥା ହେଉଛନ୍ତି କି, ସମସ୍ତେ ନିଜର ୟୁଟ୍ଯୁବ ଚ୍ଯାନେଲ କରନ୍ତୁ ଓ ଟଙ୍କା ରୋଜଗାର କରନ୍ତୁ ବୋଲି ପିଣ୍ଟୁ ହୁଏତ ଚାହୁଁ ନାହାନ୍ତି । ତେବେ ଏସବୁ ଭିଡିଓ ଡିଲେଟ ହେବା ପରେ ସେମାନଙ୍କ ମଧ୍ୟରେ କୌଣସି ବୁଝାମଣା ସରିଛି ବୋଲି ଲୋକେ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।