ଚାଳଘରେ ରହୁଥିଲେ ହେଲେ ଆଜି ଲୋକଙ୍କ ଭଲପାଇବା ଯୋଗୁଁ ଆଜି ଘର, ଗାଡି ସବୁ କରିବା ପରେ Pintu ଙ୍କ ଗର୍ବ ହୋଇଗଲାଲି କହୁଛନ୍ତି ଲୋକେ ! (Rupa Pintu)

ରୂପା ଓ ପିଣ୍ଟୁ ଓଡିଆ ୟୁଟ୍ଯୁବର ଭାବେ ସାରା ଓଡିଶାରେ ବେଶ ଜଣାଶୁଣା । କରୋନା ମହାମାରୀ ସମୟରେ ସେମାନେ ଛୋଟ ଛୋଟ ଭିଡିଓ କରି ସୋସିଆଲ ମିଡିଆରେ ଅଫଲୋଡ କରୁଥିଲେ । ଆଉ ଲୋକଙ୍କ ଭଲପାଇବା ପାଇଁ ଆଜି ବହୁତ ସଫଳ ହୋଇ ପାରିଛନ୍ତି ଏହି ଯୋଡି । ଦିନେ ଚାଳଘରେ ରହୁଥିବା ପିଣ୍ଟୁ ଏବେ ଶଙ୍ଖ ମଲମଲ କୋଠାଘର ସାଙ୍ଗକୁ ଏବେ ଦାମୀ ଗାଡିର ମାଲିକ ହୋଇ ସାରିଲେଣି । ନିଜ ଭିଡିଓ ମାଧ୍ୟମରେ ରୂପା ଓ ପିଣ୍ଟୁ ଅନେକ ଲୋକଙ୍କ ଭଲପାଇବା ପାଇଛନ୍ତି ।

କିନ୍ତୁ ଏବେ ହଠାତ ବଦଳି ଯାଇଛି ରୂପା ଓ ପିଣ୍ଟୁଙ୍କ ପ୍ରତି ଲୋକଙ୍କ ଭଲପାଇବା । ଦିନେ ପିଣ୍ଟୁଙ୍କ ଭିଡିଓ ତଳେ ଯେଉଁମାନେ ହଜାର ହଜାର ଭଲ କମେଣ୍ଟ ଦେଉଥିଲେ ଏବେ କିଛିଦିନ ହେବ ସେମାନଙ୍କ ଭିଡିଓ ତଳେ ନେଗେଟିଭ କମେଣ୍ଟ ସବୁ ଦେଖିବାକୁ ମିଳୁଛି । କିଏ କମେଣ୍ଟରେ କହୁଛି, ତୁମର ବେଶୀ ଗର୍ବ ହୋଇଗଲାଣି ତ ଆଉ କେହି ତାଙ୍କ ଅତୀତ ଭୁଲି ନଯିବାକୁ କହୁଛନ୍ତି । ଆଜି ଦୁଇ ଦୁଇଟି ଗାଡିର ମାଲିକ ହୋଇଥିବା ପିଣ୍ଟୁ ଦିନେ ନିଜେ ଡ୍ରାଇଭର ଥିଲେ ।

ଦିନେ ଚାଳରୁ ପାଣି ଗଡୁଥିବା ଛପର ଘରେ ପିଣ୍ଟୁ ରହୁଥିଲେ । ଆଉ ଆଜି ବେଶ ବଡ କୋଠାଘର ତିଆରି କରିଛନ୍ତି । ଏବେ କିନ୍ତୁ ଅନ୍ୟକୁ ଡ୍ରାଇଭର, କ୍ୟାମେରାବାଲା, ଗୁପ୍ଚୁପ ବାଲା ଆଦି କହିବା ପୂର୍ବରୁ ଶହେ ଶହେ ଚିନ୍ତା କର ବୋଲି ଲୋକେ ତାଙ୍କୁ କହିଲେଣି । ଯେଉଁ ଲୋକଙ୍କ ଭଲପାଇବା ପାଇଁ ଏତେ କମ ସମୟରେ ସେମାନେ ଏତେ ସଫଳ ହୋଇଗଲେ ସେହି ଲୋକ ଚାହିଁଲେ ତାଙ୍କୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ସମୟ ଲାଗିବନି ବୋଲି ଲୋକେ କହୁଛନ୍ତି ।

କାରଣ ଲୋକେ କମେଣ୍ଟରେ ଲେଖୁଛନ୍ତି, ଆମେ ଯେଉଁ ପିଣ୍ଟୁଙ୍କୁ ଭଲପାଇବା ଦେଉଥିଲୁ ସେ ଏହି ପିଣ୍ଟୁ ନୁହନ୍ତି । ଏଇ କେତେ ଦିନ ଭିତରେ ପିଣ୍ଟୁଙ୍କ ଆଚାର ବ୍ୟବହାର ଓ ହାବଭାବ ସବୁକିଛି ବହୁତ ବଦଳି ଗଲାଣି ବୋଲି କହୁଛନ୍ତି ଲୋକେ । କେତେବେଳେ ଗୁପଚୁପ ବାଲା ସହ ଖରାପ ବ୍ୟବହାର କରୁଛନ୍ତି ତ ଆଉ କେତେବେଳେ ସାନ ଭାଇଙ୍କୁ ଖାଇବାକୁ ଦେଇ ଗାଡିରେ ବୁଲେଇ ତାଙ୍କୁ ନିଜ ଡ୍ରାଇଭର କହୁଛନ୍ତି । ଆଉ ଏହିସବୁ ବିବାଦରୁ ବଞ୍ଚିବା ପାଇଁ ଏହା ମୋର ଶେଷ ଭିଡିଓ କହି ଏକ ଭିଡିଓ ଛାଡିଛନ୍ତି ପିଣ୍ଟୁ ।

ପିଣ୍ଟୁ, ହାପି ଓ ତାଙ୍କ ଭଉଣୀଙ୍କ ମଧ୍ୟରେ କୁଆଡେ ଏକ ଶୀଥିଳ ଯୁ-ଦ୍ଧ ଚାଲିଛି । ତାଙ୍କ ପାଖରୁ କାମ ଶିଖି ଟଙ୍କା ନେଇ ସେମାନେ ଚ୍ଯାନେଲ ଖୋଲିବା କଥା ପିଣ୍ଟୁ କହିବା ପରେ ତାଙ୍କୁ ନେଇ ଏହି ବିବାଦ ଉଠିଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।