ଲକଡାଉନରେ କରୁଥିଲେ ବିବାହ, ପୋଲିସ ବର କନ୍ୟା ଓ ସମ୍ପର୍କୀୟଙ୍କ ଉପରେ ଦର୍ଜ କରିଲା କେସ, ଆଉ ତା ପରେ…

କରୋନା ଭାଇରସ ନିମନ୍ତେ ଦେଶବ୍ୟାପୀ ଲକଡାଉନ ନିୟମ ଲାଗୁ ଅଛି । କିନ୍ତୁ ଏହା ମଧ୍ୟରେ କେତେକ ଲୋକମାନେ ଏହି ନିୟମକୁ ଅବମାନନା କରି ବିଭିନ୍ନ ପ୍ରକାରର ଆୟୋଜନ କରୁଛନ୍ତି ଓ ମନ ଇଚ୍ଛା ନିଜର କାମ କରୁଛନ୍ତି । ଏଥିପାଇଁ ସହରରେ ସିଟୀ ମାଜିସ୍ଟ୍ରେଟ କିଛି କଡା ଆଦେଶ ବି ଜାରି କରିଛନ୍ତି । କିନ୍ତୁ ସରକାରୀ ଆଦେଶକୁ ନ ମାନି ଗୋଟିଏ ସହରରେ ଏକ ବିବାହ ହୋଇଛି । ଏହି ମାମଲାରେ ପୋଲିସ ନିଜ ତରଫରୁ କଡା ପଦକ୍ଷେପ ଗ୍ରହଣ କରି ବର – କନ୍ୟା ଓ ସମ୍ପର୍କୀୟମାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିଛି । ଏହି ମାମଲାରେ ବର – କନ୍ୟାର ମାତା ପିତାଙ୍କ ଉପରେ ବି FIR ରୁଜୁ କରା ଯାଇଛି ।

କହିବାକୁ ଗଲେ ଉତ୍ତର ପ୍ରଦେଶର ପ୍ରୟାଗରାଜ ସହରର କୀଡଗଂଜ ଅଞ୍ଚଳରେ ଭାର୍ଗବ ରୋଡରେ ଦୁଇ ତିନି ଦିନ ପୂର୍ବେ ଗୋଟିଏ ବିବାହ ସମାରୋହର ଆୟୋଜନ କରାଯାଇଥିଲା । ଯେଉଁ ସ୍ଥାନକୁ ନୈନୀର ନିବାସୀ ଦୀପାଂଶୁ ଅଗ୍ରୱାହର ବରଯାତ୍ରୀ ଆସିଥିଲା ଓ ତାହାର ବିବାହ ଆକାଂକ୍ଷା ନାମକ ଝିଅ ସହ ହୋଇଥିଲା । କହିବାକୁ ଗଲେ ବିବାହ ସମୟରେ ପୋଲିସକୁ ଏହା ବିଷୟରେ କିଛି ବି ଜଣା ନ ଥିଲା ।

ଯେଉଁ କାରଣରୁ ସେହି ସମୟରେ କୌଣସି ବି କାର୍ଯ୍ୟନୁଷ୍ଠାନ ହୋଇ ପାରି ନ ଥିଲା । କିନ୍ତୁ ଯେତେବେଳେ ପୋଲିସକୁ ଏହି ବିବାହ ବିଷୟରେ ଜଣା ପଡିଲା ତେବେ ପୋଲିସ ନିଜ ତରଫରୁ ଏହି ମାମଲାରେ ସାମିଲ ଥିବା ସମସ୍ତଙ୍କ ଉପରେ କେସ କରିଛି । ଆପଣଙ୍କୁ କହିଦେଉଛୁ କି ପ୍ରୟାଗରାଜ ପୋଲିସ ବିଭିନ୍ନ ପ୍ରକାରର କେସ ଏହି ପରିବାର ଉପରେ ଲଗାଇଛି ।

ଯେମିତି କି ଲକଡାଉନର ନିୟମକୁ ଭାଙ୍ଗିବା, ସରକାରୀ ଆଦେଶର ଅବମାନନା କରିବା, ଧାରା ୧୪୪ର ଉଲଂଘନ କରିବା, ମହାମାରୀ ଆକ୍ଟ ଇତ୍ୟାଦି ଅନ୍ୟ କେତେକ ଧାରା ଉପରେ କାର୍ଯ୍ୟଅନୁଷ୍ଠାନ କରି କେସ କରିଛନ୍ତି । ଏହା ବିଷୟରେ କଥାବାର୍ତ୍ତା କରି ଇଂସ୍ପେକ୍ଟର ଶିଶୁପାଲ ଶର୍ମା କହିଲେ କି କୀଡଗଂଜରେ ଦୁଇ ତିନି ଦିନ ପୂର୍ବେ ହିଁ ଏକ ବିବାହ ହୋଇଥିଲା । ଏଥିରେ ବର – କନ୍ୟା ସହ ମୋଟ ୮ ଜଣ ଲୋକମାନଙ୍କ ଉପରେ କେସ କରାଯାଇଛି ।

ଏଥିରେ ନୈନୀ ନିବାସୀ ବର ଦୀପାଂଶୁ ଅଗ୍ରୱାଲ ଓ କନ୍ୟା ଅକାଂକ୍ଷା ସହିତ କନ୍ୟାର ପିତା ଦିନେଶ କୁମାର, ଦାଦା ରମେଶ, ଭାଇ ମନୀଷ, ମା ସୀମା, ଖୁଡୀ ଊଷା, ଭାଉଜ ଶ୍ୱାତୀ ସହିତ ୮ ଜଣ ସମ୍ପର୍କୀୟଙ୍କ ଉପରେ ରିପୋର୍ଟ ରୁଜୁ କରାଯାଇଛି । ଆପଣଙ୍କୁ କହିଦେଉଛୁ କି ୟୁପିର ୬୦ଟି ଜିଲ୍ଲା ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨୧୧୫ ମାମଲା ସାମ୍ନାକୁ ଆସି ସାରିଛି ।

ଏଥିରେ ଆକ୍ଟିବ ଲୋକମାନଙ୍କ ସଂଖ୍ୟା ୧୬୦୨ ଅଟେ, ଯେତେବେଳେ କି ୪୭୭ ଲୋକମାନେ ପୂରାପୂରି ଭଲ ହୋଇ ଘରକୁ ଫେରି ସାରିଛନ୍ତି । ଅନ୍ୟ ପଟେ ୩୬ ଜଣ ଲୋକମାନେ ଏହି ଭାଇରସ କାରଣରୁ ନିଜ ଜୀବନ ହାରି ସାରିଛନ୍ତି । ଦେଶରେ ଘଟୁଥିବା ସବୁ ଖବରର ବିବରଣୀ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୁଅନ୍ତୁ ।