ଚିନର ଫାଲତୁ ଟେଷ୍ଟିଙ୍ଗ କିଟ ଉପରେ ଯାହା ଆକ୍ସନ ନେଲେ ସରକାର, ତାହା ସବୁଦିନ ପାଇଁ ରହିଗଲା ହେଇ ଉଦାହରଣ

ଭାରତ କରୋନା ଭାଇରସକୁ ଯାଞ୍ଚ କରିବା ପାଇଁ ଚୀନ ଠାରୁ କିଟ ମଗାଇ ଥିଲା । କିନ୍ତୁ ଏଥିରେ ପ୍ରାୟତଃ କିଟ ନିମ୍ନ ମାନର ଓ ଖରାପ ବାହାରିଛି । ଯାହା ଦ୍ଵାରା ଭାରତକୁ ବହୁତ କ୍ଷତି ସହିବାକୁ ପଡିଛି । ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନକୁ ମୁହଁତୋଡ ଜବାବ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଭାରତ ବର୍ତ୍ତମାନ ଚୀନରୁ ଆସିଥିବା ଖରାପ କିଟର ଟଙ୍କା ଦେବ ନାହିଁ ।

ଭାରତ ଗୁଣବତ୍ତାକୁ ନେଇ କୌଣସି ବି ପ୍ରକାରର ବୁଝାମଣା କରିବ ନାହିଁ ବୋଲି ଚୀନକୁ ସନ୍ଦେଶ ଦେଇଛି । ଭାରତ ଚୀନକୁ ସଫା ସଫା କହି ଦେଇଛି କି ବର୍ତ୍ତମାନ ସେ ଏହିଭଳି କାମକୁ ସହିବ ନାହିଁ । ଅନ୍ୟ ପଟେ ଏହା ବି ଶୁଣିବାକୁ ମିଳୁଛି କି ଏହି ଖରାପ ଓ ନିମ୍ନ ମାନର କିଟ ଗୁଡିକୁ ପୁଣି ଥରେ ଚୀନକୁ ଫେରାଇ ଦିଆ ଯିବ ଓ ଏଥିପାଇଁ କୌଣସି ମୂଲ୍ୟ ବି ଦିଆଯିବ ନାହିଁ । ଦୁଇ ପକ୍ଷ ଏହି ମୁଦ୍ଦାକୁ ନେଇ ସମ୍ପର୍କ କରିବେ ।

କହିବାକୁ ଗଲେ ବର୍ତ୍ତମାନ ଭାରତ ସେହି ସମସ୍ତ କିଟକୁ ଫେରାଇ ଦେବ ଯାହା ଖରାପ ଓ ନିମ୍ନ ମାନର ଅଟେ । ଆପଣଙ୍କୁ କହିଦେଉଛୁ କି ଚୀନ ତରଫରୁ କୁହାଯାଉଛି କି ଚୀନରେ ଯେଉଁ ମେଡିକାଲ ଜିନିଷ ବିକ୍ରି ହେଉଛି, ସେଥିରେ ଗୁଣବତ୍ତାର ଧ୍ୟାନ ରଖା ଯାଉଛି । ସେ ଗୁଡିକୁ ଆଇସିଏମଆର ଦ୍ଵାରା ଅନୁମତି ପ୍ରାପ୍ତ ପୁନେର ଲ୍ୟାବକୁ ବି ଯାଞ୍ଚ ପାଇଁ ପଠା ଯାଇଥିଲା ଓ ଏହାକୁ ସଠିକ ବୋଲି ବି କୁହାଯାଇଥିଲା ।

କିନ୍ତୁ ବର୍ତ୍ତମାନ ଏହା ବି ଶୁଣିବାକୁ ମିଳୁଛି କି ଭାରତ ଚୀନ ଠାରୁ ବର୍ତ୍ତମାନ କୌଣସି ବି କିଟ କ୍ରୟ କରିବ ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଭାରତ ମେ ମାସ ମଧ୍ୟରେ ହିଁ ନିଜ ପାଇଁ କିଟ ତିଆରି କରି ନେବ । ଦେଶ ବିଦେଶର ସବୁ ଖବର ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।