ପୋଲିସ ଠାରୁ ମିଳିଲା ନାହିଁ ପରମିସନ, ୧୦୦ କିଲୋମିଟର ସାଇକେଲ ଚଲେଇ ମନ୍ଦିରରେ ବିବାହ କଲେ ଯୁବକ

କରୋନା ଭାଇରସ କାରଣରୁ ଜାରି ଲକଡାଉନ ମଧ୍ୟରେ ବିବାହ ସ୍ଥିର ହୋଇ ସାରିଥିବା କେତେକ ମହିଳା ଓ ପୁରୁଷଙ୍କୁ ବି ଅସୁବିଧାର ସାମ୍ନା କରିବାକୁ ପଡୁଛି । କେତେକ ପରିବାର ବିବାହ ସ୍ଥିର ହୋଇ ଯିବା ସତ୍ବେ ବି ଲକଡାଉନ କାରଣରୁ ବିବାହ ତାରିଖକୁ ଆଗକୁ ବଢାଇ ସାରିଛନ୍ତି । କିନ୍ତୁ ଅନ୍ୟ କେତେକ ଲୋକମାନେ ସେହି ତାରିଖରେ ବିବାହ କରିବାକୁ ଚେଷ୍ଟା କରୁଛନ୍ତି । ହମୀରପୁରର ପୌଥିୟା ଗ୍ରାମରେ ରହୁଥିବା କଲକୁ ପ୍ରଜାପତି ବି ଏହିଭଳି ଲୋକମାନଙ୍କ ମଧ୍ୟରେ ସାମିଲ ଅଟେ ।

କହିବାକୁ ଗଲେ କଲକୁ ପ୍ରଜାପତିର ବିବାହ ମହୋବାର ପୁନିୟା ଗ୍ରାମରେ ରହୁଥିବା ଏକ ଯୁବତୀ ସହ ୨୭ ଏପ୍ରିଲକୁ ସ୍ଥିର ହୋଇଥିଲା । କାର୍ଡ ବିତରଣ ସହ ବିବାହ ସମ୍ବନ୍ଧିତ ସମସ୍ତ ପ୍ରସ୍ତୁତି ବି ପୁରା ହୋଇ ସାରିଥିଲା । କିନ୍ତୁ ଲକଡାଉନ କାରଣରୁ କଲକୁ ପ୍ରଜାପତି ବିବାହର ସ୍ଵପ୍ନ ଭାଙ୍ଗିଗଲା । କିନ୍ତୁ ଏହା ସତ୍ବେ ବି ସେ ହାର ମାନି ନ ଥିଲା । ଏହା ପରେ ଦିନେ ସେ ଏକ ସମ୍ବାଦ କାଗଜରେ ପଢିଲା କି ଅକ୍ଷୟ ତୃତୀୟା ଦିନ କାନପୁରରୁ ଏକ ବର ଆସି ହମୀରପୁରର ମନ୍ଦିରରେ ବିବାହ କରିଛି ।

ଏହି ଖବର ପଢି ସେ ବି ନିଷ୍ପତି ନେଲା କି ସେ ବି ବିବାହ କରିବ । ଏହା ପରେ କଲକୁ ପ୍ରଜାପତି ଥାନା ଯାଇ ମହୋବା ବାଇକରେ ଯିବା ପାଇଁ ପରମିସନ ମାଗିଲା, କିନ୍ତୁ ତାକୁ କୌଣସି ପ୍ରକାରର ପରମିସନ ମିଳିଲା ନାହିଁ । ଏହା ପରେ ସେ ସାଇକେଲରେ ଯିବା ପାଇଁ ଚିନ୍ତା କରିଲା । କଲକୁ ପ୍ରଜାପତି କହିଲା କି ଲକଡାଉନ କାରଣରୁ ପୁରା ରାସ୍ତା ସୁନସାନ ଥିଲା ଓ ସେ କେଉଁଠି ବି ଆରାମ କରି ନାହିଁ । ସେ ସାଇକେଲ ଚଳାଇ କୌଣସି ବି ସ୍ଥାନରେ ନ ରହି ସିଧା ଝିଅର ଘର ମହୋବା ପୁନିୟା ଗ୍ରାମରେ ପହଞ୍ଚିଲା ।

ଏହା ପରେ ଶଶୁରଘର ଲୋକମାନେ ତାହାର ସ୍ଵାଗତ କରିଲେ ଓ ଶାଶୁ ଶଶୁରଙ୍କ ଆଶୀର୍ବାଦ ନେଇ ସେ କନ୍ୟାକୁ ସାଇକେଲରେ ନିଜ ଗ୍ରାମକୁ ନେଇ ଆସିଲା । ଫେରିବା ପରେ ସେହି ଦିନ ହିଁ ସନ୍ଧ୍ୟା ୬ ଟା ସମୟରେ ଧ୍ୟାନୀଦାସ ଆଶ୍ରମରେ ବର ଓ କନ୍ୟା ପରସ୍ପରକୁ ବରମାଳା ପିନ୍ଧାଇ ବିବାହ କରିଲେ । ଏହା ପରେ କଲକୁ ପ୍ରଜାପତି କହିଲା କି ସେ କନ୍ୟାକୁ ଆଣିବା ପାଇଁ ନିଜ ଗ୍ରାମରୁ କନ୍ୟା ଗ୍ରାମ ପର୍ଯ୍ୟନ୍ତ ପାଖପାଖି ୧୦୦ କିଲୋମିଟର ସାଇକେଲ ଚଳାଇ ଯାଇଛି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।