ସଉଦା ଆଣିବାକୁ ଯାଇ ପୁଅ ନେଇ ଆସିଲା ବୋହୁ, ଏବେ ପୁଲିସ ଆଗରେ ମା ସହିତ ପୁଅର

ଲକଡାଉନ ମଧ୍ୟରେ ସମସ୍ତେ ଘରେ ଅଛନ୍ତି । ଏମିତିରେ ନିଜ ପରିବାର ପାଇଁ ଖାଦ୍ୟ ସାମଗ୍ରୀ ଓ ପନିପରିବା ଆଣିବା ପାଇଁ ଲୋକମାନେ ବଜାରକୁ ଯାଉଛନ୍ତି ତାହା ବି ପୁଣି କିଛି ସମୟ ପାଇଁ । କାରଣ ସରକାରଙ୍କ ନିର୍ଦେଶ ଅନୁସାରେ ସମସ୍ତ ଦୋକାନ ଏକ ନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଖୋଲା ରହିବ । କିନ୍ତୁ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ଗାଜିୟାବାଦରେ ଲକଡାଉନ ସମୟରେ ଗୋଟିଏ ପରିବାରର ଜଣେ ପୁଅ ପନିପରିବା ଓ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ଘରୁ ବାହାରକୁ ଯାଇଥିଲା ।

କିନ୍ତୁ ଯେତେବେଳେ ସେ ଘରକୁ ଫେରିଲା ତେବେ ନିଜ ସହିତ ସେ ନିଜର ସ୍ତ୍ରୀକୁ ନେଇ ଆସିଥିଲା । ଏହାକୁ ଦେଖି ପୁଅର ମା’ ର ହୋସ ଉଡିଗଲା । କହିବାକୁ ଗଲେ ଏହି ଯୁବକ ଜଣକ ନିଜର ଗର୍ଲଫ୍ରେନ୍ଡକୁ ନିଜର ପତ୍ନୀ କରି ନେଇ ଆସିଥିଲା । କିନ୍ତୁ ଯେତେବେଳେ ପୁଅ ଘରକୁ ଆସିଲା ତେବେ ମା ପୁଅକୁ ଘରକୁ ପ୍ରବେଶ କରିବା ପାଇଁ ମନା କରିଦେଲା । ଏହା ପରେ ମାମଲା ଗମ୍ଭୀର ରୂପ ନେଲା ଓ ଶେଷରେ ଏହି ମାମଲା ପୋଲିସ ଷ୍ଟେସନରେ ପହଞ୍ଚିଲା ।

ଏହା ପରେ କନ୍ୟା ଓ ବର ଦୁଇ ଜଣ ଥାନାରେ ଉପସ୍ଥିତ ଥିଲେ । ସେଠି ପୁଅର ମା ବି ଆସିଲା ଓ ସେ ସଫା ସଫା କହି ଦେଲା କି ତାଙ୍କ ପୁଅ ଲକଡାଉନ ନିୟମର ଉଲଂଘନ କରିଛି, ସେଥିପାଇଁ ସେ ନିଜ ପୁଅକୁ ଘରେ ପ୍ରବେଶ କରିବାକୁ ଦେବେ ନାହିଁ । ମା ଆଗକୁ କହିଲା କି ପୁଅ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ବଜାରକୁ ଯାଇଥିଲା କିନ୍ତୁ ସେ ବିବାହ କରି ବୋହୁ ନେଇ ଆସିଲା । ଏହା ପରେ ମା କହିଲେ କି ତାଙ୍କର ବିବାହ ହୋଇଛି କି ନାହିଁ ଏହି କଥାର ବି କୌଣସି ପ୍ରମାଣ ନାହିଁ ।

କିନ୍ତୁ ଯେତେବେଳେ ଏହି ମାମଲାରେ ପୁଅର ବୟାନ ନିଆଗଲା ତେବେ ପୁଅ କହିଲା କି ତାଙ୍କର ବିବାହ ମନ୍ଦିରରେ ହୋଇଛି । କହିବାକୁ ଗଲେ ଏହି ପୁରା ମାମଲା ବର୍ତ୍ତମାନ ଭଳି ସମୟରେ ପୋଲିସ ପାଇଁ ଏକ ମୁଣ୍ଡ ବ୍ୟଥାର କାରଣ ହୋଇ ଯାଇଛି । କିନ୍ତୁ ବର୍ତ୍ତମାନ ପୋଲିସ ପୁଅ ଓ ଝିଅକୁ ବୁଝାଇ ଦେଇଛନ୍ତି ଓ ପୁଅ ନିଜର ପତ୍ନୀକୁ ନେଇ ଏକ ଭଡା ଘରକୁ ଚାଲି ଯାଇଛି । ଏହା ସହିତ ମା ପୁଅକୁ ସଫା ସାଫା କହି ଦେଇଛି କି ଲକଡାଉନ ଶେଷ ହେବା ପୂର୍ବରୁ ଘରକୁ ଆସିବା ଜରୁରୀ ନୁହେଁ ।