ବଦଳିଲା ପୋଷ୍ଟ ଅଫିସ୍ ର ଏହି ସ୍କିମ୍, ପୋଷ୍ଟ ଅଫିସରେ ପଇସା ରଖିଥିଲେ କିମ୍ବା ରଖିବାକୁ ଚାହୁଁଥିଲେ ତୁରନ୍ତ ଦେଖନ୍ତୁ, ଆସିଲା ନୂଆ ନିୟମ

ନମସ୍କାର ବନ୍ଧୁଗଣ, ନିଜ ଟଙ୍କାକୁ ସୁରକ୍ଷିତ ତଥା ଦୁଇଗୁଣ କରିବା ପାଇଁ ଆମେ ଆମ ପଇସାକୁ ପୋଷ୍ଟାଲ କିମ୍ବା ବ୍ୟାଙ୍କରେ ରହିଥାଉ । କିନ୍ତୁ ବ୍ୟାଙ୍କ ଭଳି ସୁବିଧା ଆମକୁ ପୋଷ୍ଟାଲରେ ମିଳୁନଥିଲା । ତେଣୁ ଏହାକୁ ନଜରରେ ରଖି ସରକାର ଏକ ବଡ ଘୋଷଣା କରିଛନ୍ତି । ସରକାର ପୋଷ୍ଟାଲର ସ୍କିମର ନିୟମରେ କିଛି ପରିବର୍ତ୍ତନ ଆଣିଛନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ସେହି ନିୟମ ଗୁଡିକ ସମ୍ପର୍କରେ । ତେବେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ଏହି ଖବର ଉପରେ ।

ଚଳିତ ବର୍ଷ ଜାନୁୟାରୀ ଏକ ତାରିଖରୁ ପୋଷ୍ଟ ଅଫିସରେ ନୂଆ ନିୟମ ଲାଗୁ କରାଯାଇଛି । ଯେଉଁ ମାନେ ନିଜର ଅର୍ଥକୁ କମ ସମୟ ମଧ୍ୟରେ ଦୁଇଗୁଣ କରିବାର ଆଶା ରଖିଛନ୍ତି ସେମାନଙ୍କ ପାଇଁ ପୋଷ୍ଟ ଅଫିସ ଏକ ଭଲ ସୁଯୋଗ ନେଇ ଆସିଅଛି । ଏହି କ୍ଷେତରେ କିଶାନ ବିକାଶ ଯୋଜନା  ଆପଣଙ୍କ ପାଇଁ ସବୁଠାରୁ ଉପଯୋଗୀ ରହିବା ପାଇଁ ଯାଉଛି ।

କେନ୍ଦ୍ର ସରକାର ଜାନୁୟାରୀ ମାସରୁ ମାର୍ଚ୍ଚ ତିନି ମାସ ପର୍ଯ୍ୟନ୍ତ କିଛି ଛୋଟ ସ୍କିମର ସୁଧହାର ବୃଦ୍ଧି ଘୋଷଣା କରିଛନ୍ତି । ସେହି ଯୋଜନାରେ ପ୍ରମୁଖ ଭାବରେ କିଶାନ ବିକାଶ ପତ୍ର ଯୋଜନା ସାମିଲ ରହିଛି । ବର୍ତ୍ତମାନ ଏହାର ସୁଧହାର ବୃଦ୍ଧି କରାଯାଇ ୭.୨୦% କରାଯାଇଛି । ଜାନୁୟାରୀ ମାସ 1 ତାରିଖରୁ କିଶାନ ବିକାଶ ପତ୍ର ନିବେଶକଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି ।

ପୂର୍ବରୁ ଗ୍ରାହକ ପୋଷ୍ଟାଲରେ ଜମା କରୁଥିବା ଅର୍ଥ ୧୨୩ ମାସ ପରେ ଯାଇ ଦୁଇଗୁଣ ହେଇଥିଲା । କିନ୍ତୁ ପରିବର୍ତ୍ତନ କରାଯାଇଥିବେ ଏହି ନିୟମ ଅନୁଯାୟୀ ଏବେ ୧୨୦ ମାସରେ ଆପଣ ଜମା ରଖିଥିବା ଟଙ୍କା ଦୁଇ ଗୁଣ ହୋଇଯିବ । ପୂର୍ବରୁ ଏହି ଯୋଜନା ଅନୁଯାୟୀ ପୋଷ୍ଟାଲରେ ପଇସା ଜମା ରଖିଥିବା ଗ୍ରାହକଙ୍କୁ ୭ % ସୁଧ ମିଳୁଥିଲା । କିନ୍ତୁ ପରିବର୍ତ୍ତିତ ଏହି ଯୋଜନା ଫଳରେ ପୋଷ୍ଟାଲରେ ଜମା ରଖୁଥିବା ଗ୍ରାହକ ମାନଙ୍କୁ ଏବେ ୭.୨୦% ସୁଧ ମିଳିବ ।

ପୋଷ୍ଟାଲରେ ହୋଇଥିବା ଏହି ପରିବର୍ତ୍ତନ ଫଳରେ ଆପଣଙ୍କ ମାଚୁରିଟି ଏବେ ଦଶ ବର୍ଷରେ ହୋଇଯିବ । ଆପଣ ମାତ୍ର ହଜାରେ ଟଙ୍କାରେ ଏହି ସ୍କିମ ଆରମ୍ଭ କରିପାରିବେ । ଏଥିରେ ନିବେଶକ ମାନଙ୍କୁ ନୋମିନୀର ସୁବିଧା ମଧ୍ୟ ଦିଆଯାଇଛି । ତେଣୁ ଆପଣ ମାନେ ନିଜର ପଇସାକୁ ପୋଷ୍ଟାଲରେ ରଖି ଦୁଇଗୁଣ ନିହାତି କରନ୍ତୁ ମାତ୍ର ଅଳ୍ପ ସମୟର ବ୍ୟବଧାନରେ ।

ସରକାରଙ୍କ ଅହି ନିୟମକୁ ଗ୍ରାହକ ମାନେ ଏବେ ବେସ ଆଗ୍ରହର ସହ ପସନ୍ଦ କରୁଛନ୍ତି । ଏବଂ ପୋଷ୍ଟାଲରେ ନିଜ ପଇସା ସଞ୍ଚୟ କରିବାର ମନ ବଳାଉଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ନିହାତି କାର୍ଯ୍ୟକାରୀ ହେବ ।