1986 ରେ ବୁଲେଟ୍ ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ, ଆଜିର ଯୁବପିଢିଙ୍କ ମଧ୍ୟରେ ବୁଲେଟ୍ ର ଚାହିଦା କାହିଁକି…!

ଗାଁ ହେଉ କି ସହର, ବୁଲେଟ୍ ଯାଉଥିବା ଦେଖିଲେ ଲୋକେ ଅନେଇ ରହିଯାନ୍ତି । ରାଜ ଦରବାର ରାଜା ଗାଡି ହେଉଛି ବୁଲେଟ୍ । ତା’ ଶବ୍ଦ ଶୁଣିଲେ ହିଁ ଦେଖିବାକୁ ଦୌଡି ଆସନ୍ତି ପିଲାଠୁ ବୁଢା । ବୁଲେଟ ଚଲେଇବାକୁ ଅନେକଙ୍କର ଇଚ୍ଛା ଥାଏ ସିନା ହେଲେ ଏଥିପାଇଁ ପାଖରେ ଟଙ୍କା ନଥାଏ । ଏହି ଗାଡିର ଓଜନ ଯୋଗୁଁ ମଧ୍ୟ ଅନେକ ଏହାକୁ ବ୍ୟବହାର କରିବାକୁ ଡରନ୍ତି । ବୁଲେଟର କିକ୍ ମାରିବା ମଧ୍ୟ ଖୁବ କଷ୍ଟସାଧ୍ୟ ଥିଲା । ଆଗକାଳରେ କେବଳ ରାଜା ମହାରାଜାଙ୍କ ଘରେ ବୁଲେଟ ଦେଖିବାକୁ ମିଳୁଥିଲା ।

ତେଣୁ ବୁଲେଟକୁ ଦେଖିବାକୁ ଲୋକେ ଘରୁ ବାହାରକୁ ଦୌଡି ଆସୁଥିଲେ । ସେତେବେଳେ ବୁଲେଟର ଚାହିଦା ବେଶୀ ନଥିବା ବେଳେ ଆଜିକାଲିର ଯୁବପିଢି ବୁଲେଟ ପ୍ରତି ଅତ୍ୟଧିକ ଆକୃଷ୍ଟ ହେଉଛନ୍ତି । ମଜା କଥା ହେଉଛି ବୁଲେଟ ଧରିଥିବା ପିଲା ନିଜକୁ ହିରୋ ଠାରୁ କମ୍ ଭାବନ୍ତି ନାହିଁ । ତେବେ ବର୍ତ୍ତମାନ ସମୟରେ ବୁଲେଟ ମହଙ୍ଗା ଥିଲେ ସୁଦ୍ଧା ମାର୍କେଟରେ ଏହାର ଚାହିଦା ବଢିଗଲାଣି । ବର୍ତ୍ତମାନ ଅନେକ ମାତ୍ରାରେ ବୁଲେଟ କିଣୁଛନ୍ତି ଲୋକେ ।

ପୂର୍ବେ ଖୁବ୍ କମ୍ ବୁଲେଟ ଦେଖିବାକୁ ମିଳୁଥିଲା ଓ ଲୋକଙ୍କ ପାଖରେ ଏହାକୁ କିଣିବାକୁ ସେତେ ଟଙ୍କା ମଧ୍ୟ ନଥିଲା । ହେଲେ ବୁଲେଟର ମୂଲ୍ୟ 1986 ମସିହାରେ ଯେତିକି ଟଙ୍କା ଥିଲା ଏବେ ଯଦି ସେତିକି ଟଙ୍କା ହୋଇଥାନ୍ତା ତେବେ ବୋଧହୁଏ ଲୋକେ ଘରେ ଘରେ ବୁଲେଟ ଚଢିଥାନ୍ତେ । ବର୍ତ୍ତମାନ ସୋସିଆଲ ମିଡିଆରେ 1986 ମସିହାର ଏକ ବୁଲେଟ ବିଲ୍ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ବିଲ୍ ଟି ଝାଡଖଣ୍ଡର କଠୋରି ମାର୍କେଟ ସ୍ଥିତ ଅଧିକୃତ ଜଣେ ଡିଲରଙ୍କର ବୋଲି ଜଣାପଡିଛି । ବୁଲେଟ ଟି 350 ସିସି ର ହୋଇଥିବା ମଧ୍ୟ ଏହି ବୁଲେଟରେ ଲେଖାହୋଇଛି । ବର୍ତ୍ତମାନ 350 ସିସି ବୁଲେଟ ର ମୂଲ୍ୟ ଦେଢ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏହାଠାରୁ ଅଧିକ ସିସି ର ବୁଲେଟ ହେଲେ ଦେଢରୁ ଦୁଇ ଲକ୍ଷ ଟଙ୍କା ଦେବାକୁ ପଡୁଛି । ରୋଡ୍ ଟାକ୍ସ ସହ ଏହି ବୁଲେଟର ଦାମ୍ ଆହୁରି ଅଧିକ ହୋଇଯାଉଛି ।

ହେଲେ 1986 ମସିହାରେ 350 ସିସି ର ବୁଲେଟ ମାତ୍ର 19 ହଜାର ଟଙ୍କାରେ ଉପଲବ୍ଧ ଥିଲା । ଭାଇରାଲ ହେଉଥିବା ବିଲ୍ ରେ ଏହି ବୁଲେଟ ର ମୂଲ୍ୟ 18,700 ଟଙ୍କା ରହିଛି । ସେତେବେଳେ ବୁଲେଟ ମୂଲ୍ୟ ଏତେ କମ୍ ଥିବାବେଳେ ଲୋକଙ୍କ ପାଖେ ଟଙ୍କା ନଥିଲା । ଆଉ ଏବେ ବୁଲେଟ ଦାମ୍ ଆକାଶଛୁଆଁ ହେଇଥିଲେ ବି ଏହାର ଚାହିଦା ଖୁବ୍ ବେଶୀ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।