କ୍ରିକେଟ ପ୍ରେମୀଙ୍କ ପାଇଁ ମହା ଖୁସି ଖବର, ବିଶ୍ଵ ରେକର୍ଡ କଲା ଟିମ୍ ଇଣ୍ଡିଆ, ଶ୍ରୀଲଙ୍କାକୁ ହରାଇ ନ୍ୟୁଜିଲାଣ୍ଡ ଠାରୁ ଛଡେଇ ଆଣିଲା ଏହି ରେକର୍ଡ

ବିଶ୍ଵ ରେକର୍ଡ କଲା ଟିମ୍ ଇଣ୍ଡିଆ । ସବୁଠୁ ଅଧିକ ବ୍ଯବଧାନ ତଥା 317 ରନ୍ ରେ ମ୍ଯାଚ ଜିତିଲା ଭାରତ । ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜକୁ 3-0 ରେ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । 390 ରନ୍ ର ଲକ୍ଷ୍ୟ ଆଗରେ ମାତ୍ର 73 ରନ୍ କରି କଦର୍ଯ୍ୟ ଭାବେ ପରାଜିତ ହୋଇଥିଲା ଶ୍ରୀଲଙ୍କା । ଯାହାଫଳରେ ରୋହିତଙ୍କ ଶର୍ମାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ସର୍ବାଧିକ 317 ରନ୍ ର ବିଜୟ ହାସଲ କରିପାରିଛି । ଗତ ରବିବାର ଦିନ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ଯାଚରେ ଭାରତ 3-0 ରେ ମୂଳପୋଛ କରିଛି ।

ଆଉ ଟିମ୍ ଇଣ୍ଡିଆ ଏଭଳି ଖେଳି ବିଶ୍ବ ରେକର୍ଡ ହାସଲ କରିଛି । ଭାରତର 390 ରନ୍ ର ଜବାବରେ ମାତ୍ର 73 ରନ୍ କରି ଆଣ୍ଠେଇ ପଡିଲା ଶ୍ରୀଲଙ୍କାନ ଦଳ । ଆଉ ଭାରତ ପାଇଁ ଏହି ବିଜୟର ବ୍ଯବଧାନ 317 ରନ୍ ଥିଲା, ଯାହାକି ବିଶ୍ବରେ ଅନ୍ୟ କୌଣସି ଦଳ କରିନାହାନ୍ତି । ଦମଦାର ମ୍ଯାଚ ଖେଳି ଗତକାଲି ଏଭଳି ଏକ ବିଶ୍ଵ ରେକର୍ଡ ସୃଷ୍ଟି କରିପାରିଛି ଟିମ୍ ଇଣ୍ଡିଆ । କହିରଖୁଛୁ ଯେ, ପୂର୍ବରୁ 300ରୁ ଅଧିକ ରନ୍ ଅନ୍ତରରେ କୌଣସି ଦଳ ମଧ୍ୟ ଏଭଳି ଦିନିକିଆ ଆନ୍ତର୍ଜାତୀୟ ମ୍ଯାଚ ଜିତି ନଥିଲା ।

ରବିବାର ପର୍ଯ୍ୟନ୍ତ ଏହି ସର୍ବାଧିକ ରନ୍ ବ୍ଯବଧାନରେ ଜିତିବା ରେକର୍ଡ କେବଳ ନ୍ୟୁଜିଲାଣ୍ଡ ନାଁରେ ଥିଲା । କାରଣ ପୂର୍ବରୁ ନ୍ୟୁଜିଲାଣ୍ଡ 290 ରନ୍ ବ୍ଯବଧାନରେ ଆନ୍ତର୍ଜାତୀୟ ଦିନିକିଆ ମ୍ଯାଚ ଜିତିବାର ରେକର୍ଡ ହାସଲ କରିଥିଲା । ଆଉ ଏବେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ଏହି ରେକର୍ଡ ଛଡାଇ ଆଣିଛି । ସ

ର୍ବାଧିକ 317 ରନ୍ ରେ ମ୍ଯାଚ ଜିତି ବିଶ୍ଵ ରେକର୍ଡ ସ୍ଥାପନ କରିଛି । ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ଵକୋ ଖେଳାଯିବାକୁ ଥିବାବେଳେ ବିରାଟ କୋହଲି ଗତ ଚାରିପାଳିରୁ ତିନି ଶତକ ହାସଲ କରି ଜବରଦସ୍ତ ଫର୍ମରେ ରହିଛନ୍ତି । ଏହା କୋହଲିଙ୍କ କ୍ରିକେଟ କ୍ଯାରିୟରର 46ତମ ଦିନିକିଆ ଶତକ । ଏହି ଅବସରରେ ସେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କ ଦୁଇ ଦୁଇ ରେକର୍ଡ ମଧ୍ୟ ହାସଲ କରିଛନ୍ତି ।

ଘରୋଇ ମାଟିରେ ସର୍ବାଧିକ ଦିନିକିଆ ଶତକ ସାଙ୍ଗକୁ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ ସର୍ବାଧିକ ଶତକ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି କୋହଲି । ଟିମ୍ ଇଣ୍ଡିଆ ଓ ବିରାଟ କୋହଲିଙ୍କ ଏହି ରେକର୍ଡ ସବୁ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଖୁବ୍ ଖୁସି ଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।