ସମାଲୋଚକଙ୍କ ମୁହଁ ଚୁପ୍ କରିଦେଲେ Virat Kohli, ଏକାସାଙ୍ଗେ “କ୍ରିକେଟ ଗଡ୍” Sachin Tendulkar ଙ୍କ ଦୁଇ ଦୁଇଟି ରେକର୍ଡ ଭାଙ୍ଗିଲେ

ଗୋଟିଏ ଦଳ ବିପକ୍ଷରେ କେବଳ 9ଟି ଶତକ ମାରି ରେକର୍ଡ କରିଥିଲେ କ୍ରିକେଟ ର ଗଡ୍ ସଚିକ ତେନ୍ଦୁଲକର । ତେନ୍ଦୁଲକରଙ୍କ ଏହି ରେକର୍ଡ ପୂର୍ବରୁ କେହି ଭାଙ୍ଗି ନଥିବା ବେଳେ ଗତକାଲି ବିରାଟ କୋହଲି ଏହା କରି ଦେଖାଇଛନ୍ତି । ଏହାସହ ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ କୋହଲି 9ଟି ଶତକ ହାସଲ କରିଛନ୍ତି । ସେହିପରି ସଚିନ ତେନ୍ଦୁଲକର ଘରୋଇ ମାଟିରେ ସର୍ବାଧିକ 20ଟି ଶତକ କରି ରେକର୍ଡ କରିଥିବା ବେଳେ କୋହଲି 21ଟି ଶତକ କରି ଆଉ ସଚିନଙ୍କ ଆଉ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି ।

ସଚିନ ତେନ୍ଦୁଲକରଙ୍କ ଏହି ଦୁଇ ରେକର୍ଡକୁ ପଛରେ ପକାଇ ନୂଆ ରେକର୍ଡ ସ୍ଥାପନ କରିଛନ୍ତି କୋହଲି । ଦୀର୍ଘ ସମୟ ଧରି ଫର୍ମ ପାଇଁ ସଂଘର୍ଷ କରୁ ଆସୁଥିବା ବିରାଟ କୋହଲି ଏବେ ମାଷ୍ଟର ବ୍ଳାଷ୍ଟର ସଚିନଙ୍କର ଦୁଇ ଦୁଇଟି ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ଏବେ କୋହଲିଙ୍କ ବ୍ୟାଟରୁ ଖାଲି ଶତକ ପରେ ଶତକ ବାହାରି ଚାଲିଛି । ଯେଉଁଥି ପାଇଁ ସେ ସଚିନଙ୍କର ଦୁଇଟି ରେକର୍ଡକୁ ପଛରେ ପକାଇବାରେ ସମର୍ଥ ହୋଇ ପାରିଛନ୍ତି ।

ଆଉ ଥରେ କହି ଦେଉଛୁ କି ଏହି ଦୁଇଟି ରେକର୍ଡ ହେଉଛି କୌଣସି ଏକ ଦଳ ବିପକ୍ଷରେ ସର୍ବାଧିକ ଦିନିକିଆ ଶତକ ଏବଂ ଅନ୍ୟଟି ହେଉଛି ଘରୋଇ ମାଟିରେ ସର୍ବାଧିକ ଦିନିକିଆ ଶତକ ରେକର୍ଡ । ରବିବାର ଦିନ ଶ୍ରୀଲଙ୍କା ବିପକ୍ଷରେ କୋହଲି ଦଶମ ଶତକ ହାସଲ କରି ଏହି ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି । ବିରାଟ କୋହଲିଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ଏହି ରେକର୍ଡ ର ଅଧିକାରୀ ଥିଲେ ।

ହେଲେ ଗତକାଲି କୋହଲି ଶ୍ରୀଲଙ୍କା ବିପକ୍ଷରେ 10 ନମ୍ବର ଶତକ ହାସଲ କରି ଏହି ରେକର୍ଡ ହାସଲ କରିଛନ୍ତି । କୋହଲିଙ୍କ ଫ୍ୟାନ୍ସମାନେ ଦୀର୍ଘ ଦିନ ଧରି କୋହଲିଙ୍କ ଏହି ରେକର୍ଡକୁ ଅପେକ୍ଷ କରି ରହିଥିବା ବେଳେ କୋହଲି ତାହା କରି ଦେଖାଇଛନ୍ତି । 166 ରନ୍ ର ଶାନଦାର ପାରି ଖେଳି ଗତକାଲି ବିରାଟ କୋହଲି ସମସ୍ତଙ୍କ ମନ ପୁଣି ଥରେ ଜିଣି ନେଇଥିଲେ । ଏକାସାଥିରେ ସଚିନ ତେନ୍ଦୁଲକରଙ୍କ ଏହି ଦୁଇଟି କୀର୍ତ୍ତିକୁ ନିଜ ନାଁରେ କରି ନେଇଛନ୍ତି କୋହଲି ।

ଗତବର୍ଷ ସେପ୍ଟେମ୍ବରରେ ଟି20 ଫର୍ମାଟରେ ଲମ୍ବା ସମୟ ପରେ ଶତକ ମାରିବା ପରେ ଦିନିକିଆ ମ୍ଯାଚରେ ଶତକ ପାଇଁ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ ବିରାଟ କୋହଲି । ଆଉ ଶେଷରେ ସେ ଏହା କରି ଦେଖାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।