ବାଛନ୍ତୁ ଗୋଟିଏ ବକ୍ସ ଓ ଜାଣନ୍ତୁ ନିଜ ପ୍ରେମର ଭବିଷ୍ୟତ

ଗୋଟିଏ ବ୍ୟକ୍ତିର ପସନ୍ଦ ଓ ନା ପସନ୍ଦ ତାହାର ବ୍ୟକ୍ତିତ୍ବ ଓ ସ୍ଵଭାବର ଆଇନା ହୋଇଥାଏ । ଏହା ସହିତ ତାହାର ଜୀବନର କେତେକ ରହସ୍ୟ ବିଷୟରେ କହିଥାଏ । ବ୍ୟକ୍ତିର ପସନ୍ଦକୁ ଆଧାର କରି ଆପଣ ସେହି ବ୍ୟକ୍ତିର ଭବିଷ୍ୟତ ବିଷୟରେ ଅନୁମାନ ଲାଗାଇ ପାରିବେ । ଆଜି ଆମେ ଆପଣଙ୍କୁ କିଛି ବକ୍ସର ଚିତ୍ର ଦେଖାଇବୁ । ଯେଉଁଥିରୁ ଆପଣ ନିଜ ପାଇଁ କିମ୍ବା ନିଜର ପାର୍ଟନର ପସନ୍ଦର କୌଣସି ଗୋଟିଏ ବକ୍ସ ବାଛିବାର ଅଛି । ଏହା ଦ୍ଵାରା ଆମେ ଆପଣଙ୍କ ପସନ୍ଦ କରିଥିବା ଚିତ୍ରକୁ ଆଧାର କରି ଆପଣଙ୍କ ଲଭ ଲାଇଫ ସହ ଜଡିତ କିଛି ଗୁପ୍ତ କଥା ବିଷୟରେ କହିଦେବୁ । ବର୍ତ୍ତମାନ ଗୋଟିଏ ବକ୍ସ ପସନ୍ଦ କରନ୍ତୁ  ।

ପ୍ରଥମ ବକ୍ସ

ଯଦି ଆପଣ ପ୍ରଥମ ବକ୍ସ ଚୟନ କରିଛନ୍ତି ତେବେ, ଆପଣ ଜଣେ ପ୍ରେମ ଭାବନା ରଖୁଥିବା ବ୍ୟକ୍ତି ଅଟନ୍ତି । ଆପଣ ନିଜର ଲଭ ଲାଇଫକୁ ନେଇ ଓ ପାର୍ଟନରକୁ ନେଇ ଚିନ୍ତାରେ ଥାନ୍ତି । ଆପଣ ଆପଣଙ୍କ ପାର୍ଟନରଙ୍କ ସହ ରୋମାଣ୍ଟିକ ଓ ହସ ଖୁସିର ଜୀବନ ବିତେଇବାର ସ୍ଵପ୍ନ ଦେଖନ୍ତି । ଯେତେବେଳେ ଆପଣଙ୍କୁ ଆପଣଙ୍କ ଜୀବନର ପ୍ରକୃତ ଭଲ ପାଇବା ମିଳିଯାଏ ସେତେବେଳେ ଆପଣଙ୍କ ସ୍ଵପ୍ନ ସାକାର ହୋଇଯାଏ ।

ଦ୍ଵିତୀୟ ବକ୍ସ

ଦ୍ଵିତୀୟ ବକ୍ସ ବାଛିଥିବା ଲୋକମାନଙ୍କ ବିଷୟରେ କହିଲେ, ଆପଣ ବହୁତ ସାମାଜିକ ବ୍ୟକ୍ତିତ୍ବ ଅଟନ୍ତି । ଆପଣ ଲୋକମାନଙ୍କ ସହ ମିଳାମିଶା କରିବା ଓ ନୂଆ ନୂଆ ସାଙ୍ଗ ସାଥି କରିବା ପସନ୍ଦ କରନ୍ତି । ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ତାହର ଧ୍ୟାନ ରଖିବା ନିଜର ଦାୟିତ୍ଵ ଭାବି ନିଅନ୍ତି । ଆପଣ ବହୁତ ଖୁସି ମିଜାଜ ଓ ରୋମାଣ୍ଟିକ ଭାବନାର ବ୍ୟକ୍ତି ଅଟନ୍ତି । ଆପଣ କେବେ ନିଜର ସମ୍ପର୍କକୁ ଦେଖେଇ ହୁଅନ୍ତି ନାହିଁ ସେଥିପାଇଁ ଆପଣଙ୍କ ପାର୍ଟନର ଆପଣଙ୍କ ଉପରେ ଖୁସି ରହିଥାନ୍ତି ।

ତୃତୀୟ ବକ୍ସ

ଯଦି ଆପଣ ଏହି ବକ୍ସକୁ ପସନ୍ଦ କରିଛନ୍ତି, ତେବେ ଆପଣ ପ୍ରେମ ଓ ବନ୍ଧୁତା ଉପରେ ଅଧିକ ବିଶ୍ଵାସ କରିବା ବାଲା ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ପ୍ରେମରେ ଛଳନା କରିବା ବିଲକୁଲ ବି ପସନ୍ଦ ନୁହେଁ । ଆପଣ ଏବଂ ଆପଣଙ୍କ ପାର୍ଟନର ବହୁତ ମଜାକିୟା ପ୍ରେମୀ ଓ ପ୍ରେମିକା ଅଟନ୍ତି । ଆପଣ ସବୁବେଳେ ଆପଣଙ୍କ ପାର୍ଟନରଙ୍କ ସହ ପ୍ରେମଭାରା କଥା ହୁଅନ୍ତି । ଏଥିପାଇଁ ଆପଣଙ୍କ ପ୍ରେମ ଜୀବନ ବହୁତ ଭଲ ହୋଇଥାଏ ।

ଚତୁର୍ଥ ବକ୍ସ

ଯଦି ଆପଣ ଚତୁର୍ଥ ବକ୍ସ ବାଛିଛନ୍ତି, ତେବେ ଆପଣ ବହୁତ ରହସ୍ୟମୟୀ, ଗମ୍ଭୀର, ଭାବୁକ ଇତ୍ୟାଦି ନିଜ ମଧ୍ୟରେ ବହୁତ ଗୁଣ ରଖିଛନ୍ତି । ଆପଣ ବହୁତ ସଂବେଦନଶୀଳ ହୋଇଥିବା କାରଣରୁ ନିଜର ପାର୍ଟନର କଥା ଦ୍ଵାରା ବେଳେ ବେଳେ ଦୁଖିତ ବି ହୋଇ ଯାଆନ୍ତି । କିନ୍ତୁ କିଛି ସମୟ ପରେ ପୁଣି ଠାରେ ନିଜର ପାର୍ଟନର ସହ କଥାବାର୍ତ୍ତା କରନ୍ତି । ଆପଣଙ୍କ ଲଭ ଲାଇଫ ବହୁତ ରୋମାଞ୍ଚକ ପୂର୍ଣ ଅଟେ ।

ପଞ୍ଚମ ବକ୍ସ

ଯଦି ଆପଣ ପଞ୍ଚମ ବକ୍ସକୁ ପସନ୍ଦ କରୁଛନ୍ତି, ତେବେ ଆପଣ ସବୁବେଳେ ଉପହାର ଦେଇ ଅନ୍ୟ ମାନଙ୍କୁ ଆଚମ୍ବିତ କରି ଦିଅନ୍ତି । ଭଲ ପାଇବାରେ ନିଜ ପାର୍ଟନରକୁ ଖୁସି କରିବା ପାଇଁ ଅଲଗା ପ୍ରକାରର କିଛି କରିବାକୁ ଚେଷ୍ଟା ମଧ୍ୟ କରିଥାନ୍ତି । ଆପଣ ସମସ୍ତଙ୍କୁ ଛୋଟ ବଡ ଉପହାର ଦେଇ ଖୁସି କରି ଦିଅନ୍ତି । ଆପଣ ନିଜର ପାର୍ଟନର ବିନା ନିଜ ଲାଇଫରେ ବଞ୍ଚିବା ପାଇଁ କଳ୍ପନା ବି କରିପାରିବେ ନାହିଁ ।

ଷଷ୍ଠ ବାକ୍ସ

ଯଦି ଆପଣ ଷଷ୍ଠ ବାକ୍ସକୁ ବାଛିଛନ୍ତି ତେବେ ଆପଣ ନିଜ ଲାଇଫ ପାର୍ଟନରକୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ପ୍ରେମକୁ ସବୁବେଳେ ନୂଆ ରୂପରେ ଦେଖିବା ପାଇଁ ଆପଣ ଏକ୍ସପେରିମେଣ୍ଟ କରିଥାନ୍ତି । ନିଜ ଲାଇଫରେ ପ୍ରେମର ଖୁସିକୁ କେଉଁଭଳି ଭାବରେ ପୁରା କରିବେ ଏହା ଆପଣଙ୍କୁ ଭଲ ଭାବରେ ଜଣା ଅଛି ।  ଆପଣଙ୍କ ନିଜର ପାର୍ଟନର ସହିତ ନିବିଡ ସମ୍ପର୍କ ଗଢି ଉଠି ଥାଏ । ଯାହାକୁ କେହି ବି ଚାହିଁଲେ ଭାଙ୍ଗି ପାରିବେ ନାହିଁ ।