ଦୀପା ସାହୁଙ୍କ ଜୀବନୀ ଓ ପରିବାରରେ କିଏ କିଏ ଅଛନ୍ତି ଦେଖନ୍ତୁ

ଓଲିଉଡ ଇଣ୍ଡଷ୍ଟ୍ରିର ଆଲବମ ଅଭିନେତ୍ରୀ ଦୀପା ସାହୁଙ୍କ ଗତ କାଲି ନିଧନ ହୋଇଛି । ଆପଣଙ୍କୁ କହିଦେଉଛୁ କି ସେ ପାଖାପାଖି ୧ ବର୍ଷ ହେବ କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । କିନ୍ତୁ କ୍ୟାନ୍ସର କାରଣରୁ ମାତ୍ର ୩୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ଓଡିଶୀ ନୃତ୍ୟରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଦୀପା ସାହୁଙ୍କ ଜନ୍ମ ୨୫ ଅକ୍ଟୋବର ୧୯୮୫ ମସିହାରେ ହୋଇଥିଲା ଓ ଦୀପା ସାହୁ ଢେଙ୍କାନାଳ ଜିଲ୍ଲାରେ ଜନ୍ମ ହୋଇଥିଲେ ।

ଦୀପାଙ୍କ ସ୍ଵାମୀଙ୍କ ନାମ ମହେନ୍ଦ୍ର ନାଥ ଦତ୍ତ ଅଟେ । ତାଙ୍କର ଏକ ଝିଅ ବି ଅଛି । କହିବାକୁ ଗଲେ ଦୀପା ସାହୁ ଢେଙ୍କନାଳ ଜିଲ୍ଲାର ଏକ କଲେଜରେ ନିଜର ଶିକ୍ଷା ପୁରା କରିଥିଲେ ।

ଏହା ପରେ ୨୦୦୨ ମସିହାରେ ସେ ଓଲିଉଡ ଜଗତରେ ପାଦ ଦେଇଥିଲେ ଓ ଆଲବମ ଜଗତରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ଆଲବମ ସହ କେତେକ ଟିଭି ସିରିୟଲ ଓ ଫିଲ୍ମରେ ବି କାମ କରିସାରିଛନ୍ତି । ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହେଉଛି ‘ନାରୀ ଆଖିରେ ନିଆଁ’ । ଏଥିରେ ସେ ମୁଖ୍ୟ ଅଭିନେତ୍ରୀ ରୂପରେ କାମ କରିଥିଲେ । ଏହା ଛଡା ଦୀପା ବହୁତ ଓଡିଆ ହିଟ ଆଲବମରେ ମଧ୍ୟ କାମ କରିଛନ୍ତି ।

ଦୀପା ସାହୁଙ୍କ ଅଭିନୟ ପାଇଁ ଦର୍ଶକମାନେ ତାଙ୍କୁ ବହୁତ ପସନ୍ଦ କରୁଥିଲେ । ଖାସକରି ଆଲବମ ଗୀତା ଗୁଡିକରେ ଦର୍ଶକମାନେ ତାଙ୍କୁ ଦେଖିବା ପାଇଁ ବହୁତ ଉତ୍ସାହିତ ରହୁଥିଲେ । କହିବାକୁ ଗଲେ ଦୀପା ସାହୁଙ୍କ ପାଖରେ ଏକ ଘର ଅଛି । ଏହା ସହିତ ତାଙ୍କ ପାଖରେ ଏକ କାର ମଧ୍ୟ ଅଛି ।

କିନ୍ତୁ ସେ କେତେ ଟଙ୍କାର ମାଲିକ ଅଟନ୍ତି ଏହା ବିଷୟରେ କୌଣସି ସଠିକ ସୂଚନା ନାହିଁ । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଗତ କିଛି ମାସ ତଳେ ସେ ନିଜର ଚିକିତ୍ସା ନିମନ୍ତେ କେତେକ ଅଭିନେତା ଓ ରାଜନେତାମାନଙ୍କ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏମିତିରେ ଜଣା ପଡୁଛି କି ତାଙ୍କ ପାଖରେ ଅଧିକ ଟଙ୍କା ନ ଥିବ । କିନ୍ତୁ ଶେଷରେ ଆମେ କେବଳ ଏତିକି କହିବୁ କି ଦୀପା ସାହୁଙ୍କ ଆତ୍ମାକୁ ଶାନ୍ତି ମିଳୁ ।

ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।