କଳିଯୁଗକୁ ନେଇ ଶ୍ରୀକୃଷ୍ଣ ପାଣ୍ଡବଙ୍କୁ କହିଥିଲେ ଏହି ୫ଟି ସତକଥା

ଭଗବାନ ଶ୍ରୀକୃଷ୍ଣ ମହାଭାରତ ସମୟରେ ହିଁ କଳିଯୁଗ ବିଷୟରେ ବିସ୍ତାର ପୂର୍ବକ ବର୍ଣ୍ଣନା କରି ଦେଇଥିଲେ । କଳିଯୁଗରେ ଲୋକ କେଉଁ ପ୍ରକାରର ହେବେ, ସେମାନେ ନିଜର ଜୀବନକୁ କେଉଁଭଳି ଭାବରେ ବ୍ୟତୀତ କରିବେ, ଲୋକମାନଙ୍କ ବ୍ୟବହାର ପରସ୍ପର ପ୍ରତି କେମିତି ରହିବ ଏହି ସବୁ କଥା ସେହି ସମୟରେ ହିଁ ଭଗବାନ କୃଷ୍ଣ କହି ସାରି ଥିଲେ । ଏମିତିରେ ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ୫ ଟି କଥା ଯାହାକି କଳିଯୁଗ ବିଷୟରେ ଅଟେ । ଏହି କଥା ଗୁଡିକ ଶତ ପ୍ରତିଶତ ବର୍ତ୍ତମାନ ସମୟରେ ସତ ବି ହେଉଛି ।

ମହାଭାରତ ସମୟରେ ପାଞ୍ଛ ପାଣ୍ଡବଙ୍କ ମନରେ କଳିଯୁଗ ବିଷୟରେ ଜାଣିବା ପାଇଁ ଜିଜ୍ଞାସା ରହିଥିଲା । ଏହା ପରେ ଦିନେ ପାଣ୍ଡୁ ପୁତ୍ରମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ କି କଳି ଯୁଗରେ ମନୁଷ୍ୟ ବ୍ୟବହାର କେଉଁଭଳି ହେବ ।

ଲୋକମାନଙ୍କ ବିଚାର ଧାରା ଓ ମୋକ୍ଷ୍ୟ ପ୍ରାପ୍ତି କେମିତି କରିବେ । ଏହି ପ୍ରଶ୍ନ ଶୁଣି ଭଗବାନ ଶ୍ରୀକୃଷ୍ଣ ପାଞ୍ଚ ପାଣ୍ଡବଙ୍କୁ ଜଙ୍ଗଲକୁ ଯିବା ପାଇଁ କହିଲେ ଓ ଏହା ବି କହିଲେ କି ଜଙ୍ଗଲରେ ତୁମେ ଯାହା ବି ଦେଖିବେ ଫେରି ସେହି ବିଷୟରେ ମୋତେ ବିସ୍ତାର ରୂପରେ କହିବ । ପାଞ୍ଚ ଜଣ ଜଙ୍ଗଲକୁ ଫେରି ଆସିଲେ । ଏହା ପରେ ସେମାନେ ଶ୍ରୀକୃଷ୍ଣଙ୍କୁ କଣ କହିଲେ ଆସନ୍ତୁ ଜାଣିବା ।

ଯୁଧିଷ୍ଠିର ମହାରାଜ ଜଙ୍ଗଲରେ ଗୋଟେ ଦୁଇ ଶୁଣ୍ଢ ବାଲା ହାତୀକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ଓ ସେ ଏହି ଦୃଶ୍ୟ ବିଷୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ । ଏହା ପରେ ଭଗବାନ ଶ୍ରୀକୃଷ୍ଣ ଉତ୍ତର ଦେଲେ କି କଳିଯୁଗରେ ଏହିଭଳି ଲୋକ ଶାସନ କରିବେ ଯେଉଁମାନେ କହିବେ ଗୋଟିଏ କଥା ଓ କରିବେ ଆଉ ଗୋଟିଏ କଥା । ଏମାନେ ଦୁଇ ଦିଗରୁ ଲୋକମାନଙ୍କ ଶୋଷଣ କରିବେ ।

ଭୀମ ଜଙ୍ଗଲରେ ଗୋଟିଏ ଗାଈକୁ ଦେଖିଲେ, ଯିଏକି ନିଜର ବାଛୁରିକୁ ଏତେ ଚାଟୁଥିଲା କି ବାଛୁରୀର ଶରୀରରୁ ରକ୍ତ ବାହାରି ଆସୁଥିଲା । ଭୀମ ଶ୍ରୀକୃଷ୍ଣଙ୍କୁ ଏହାର ଅର୍ଥ ପଚାରିଲେ । ଶ୍ରୀ କୃଷ୍ଣ କହିଲେ କି କଳିଯୁଗରେ ମନୁଷ୍ୟ ନିଜର ସନ୍ତାନକୁ ଏତେ ଭଲ ପାଇବ କି ଶେଷରେ ପିଲାମାନଙ୍କ ବିକାସ ହୋଇପାରିବ ନାହିଁ । ଯଦି କାହାର ପୁତ୍ର ସନ୍ୟାସୀ ହୋଇଗଲା ତେବେ ସମସ୍ତେ ତାଙ୍କର ଦର୍ଶନ କରିବେ । କିନ୍ତୁ ଯଦି ନିଜ ପୁଅ ସନ୍ୟାସୀ ହୋଇଯିବ ତେବେ ଦୁଖୀ ହୋଇଯିବେ ।

କହିବେ କି  ମୋ ପୁତ୍ର କେଉଁ ରାସ୍ତାରେ ଯାଉଛି । ଏହାର କଣ ଭବିଷ୍ୟତ ହବ । କଳିଯୁଗରେ ଲୋକମାନେ ନିଜ  ସନ୍ତାନମାନଙ୍କୁ ମୋହ ମାୟା ଓ ପରିବାରରେ ବାନ୍ଧି ରଖିବେ ଓ ତାହାର ତା ଜୀବନ ସେହି ସ୍ଥାନରେ ହିଁ ନଷ୍ଟ ହୋଇଯିବ । ଏହା ଅପରେ ଭଗବାନ ଶ୍ରୀକୃଷ୍ଣ ବାସ୍ତବିକତାର ବିଷୟରେ କହିଲେ କି, ତୁମର ପୁତ୍ର ତୁମର ନୁହେଁ । ତାଙ୍କ ସ୍ତ୍ରୀଙ୍କ ଅମାନତ ଅଟେ । ଝିଅମାନେ ତାଙ୍କ ସ୍ଵାମୀଙ୍କ ଅମାନତ ଅଟନ୍ତି । ଏହି ଶରୀର ମୃତ୍ୟୁର ଅମାନତ ଅଟେ ଓ ଆତ୍ମା ପରାତ୍ମାମ ଅମନାତ ଅଟେ ।

ଅର୍ଜୁନ ଗୋଟିଏ ଚଢେଇକୁ ଦେଖିଲେ ଯାହାର ଡେଣାରେ ବେଦ ଲେଖା ହୋଇଥିଲା । କିନ୍ତୁ ସେ ଏକ ମନୁଷ୍ୟର ମାଂସ ଖାଉଥିଲା । ଏହା ଦେଖି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଗଲେ । ଭଗବାନ ଶ୍ରୀକୃଷ୍ଣ ଏହି ବିଷୟରେ କହିଲେ କି କଳି ଯୁଗରେ ଏମିତି ଲୋକ ଥିବେ ଯେଉଁମାନଙ୍କୁ ବିଦ୍ଵାନ କୁହାଯିବ । କିନ୍ତୁ ତାଙ୍କ ମନରେ ଏହା ଚାଲୁଥିବ କି କାହାର ଶୀଘ୍ର ମୃତ୍ୟୁ ହେବ ଓ ସେ ତାହାର ସମ୍ପତିକୁ ନିଜର କରି ନେବେ । ଗୋଟିଏ ବ୍ୟକ୍ତି ପାଖରେ ଯେତେବେ ସମ୍ପତ୍ତି ଥିଲେ ମଧ୍ୟ ସେ ଅନ୍ୟର ସମ୍ପତି ଉପରେ ଲୋଲୁପା ଦ୍ରୁଷ୍ଟି ପକାଇଥିବ । ଅନ୍ୟର ସମ୍ପତିକୁ ଛଡାଇବାକୁ ଚେଷ୍ଟା ବି କରିବ । ବାସ୍ତବିକ ସନ୍ଥ ଜଣେ ଜଣେ ହେବେ ।

ଏହା ପରେ ନକୁଳ ଦେଖିଲେ ଗୋଟିଏ ବଡ ପଥର ପାହାଡ଼ରୁ ଖସି ପଡିଲା ଏବଂ ବଡରୁ ବଡ ଗଛ ବି ତାକୁ ଅଟକାଇ ପାରିଲେ ନାହିଁ । କିନ୍ତୁ ଗୋଟିଏ ଛୋଟ ଗଛରେ  ଧକା ଖାଇ ସେହି ପଥରଟି ସେଠି ରହିଗଲା । ଭଗବାନ ଶ୍ରୀ କୃଷ୍ଣ ଏହା ବିଷୟରେ କହିଲେ କି କଳି ଯୁଗରେ ମଣିଷର ବୁଦ୍ଧିର ପତନ ଘଟିବ ଓ ଏହି ପତନକୁ ଧନ ଏବଂ ସତ୍ତା ରୂପୀ ଗାହକ ବି ଅଟକାଇ ପାରିବ ନାହିଁ । କିନ୍ତୁ ହରି ନାମକ ରୂପୀ ଏକ ଛୋଟ ଗଛ କାରଣରୁ ସେ ପତନ ହେବାରୁ ବଞ୍ଚି ଯିବ ।

ସହଦେବ ଜଙ୍ଗଲରେ ବହୁତ କୁଅ ଦେଖିଲେ ସେଥି ମଧ୍ୟରୁ ଗୋଟିଏ କୂଅ ଖାଲିଥିଲା । ଯାହାକି ବହୁତ ଗଭୀର ଥିଲା । ଭଗବାନ ଶ୍ରୀକୃଷ୍ଣ ଏହାର ଉତ୍ତର ଦେଲେ କି କଳିଯୁଗରେ ଧନୀ ଲୋକ ନିଜର ଇଚ୍ଛା ପୂରଣ କରିବା ପାଇଁ, ଝିଅର ବିବାହ ଓ ଉତ୍ସବରେ ବହୁତ ଧନ ଖର୍ଚ କରିବେ । କିନ୍ତୁ ଗୋଟିଏ ଗରିବ ଲୋଙ୍କୁ ଦେଖିଲେ କିଛି ବି ସାହାର୍ଯ୍ୟ କରିବେ ନାହିଁ । ବହୁତ ବିଳାସ ବ୍ୟାସନରେ ଧନ ଖର୍ଚ କରିବେ । ଯେଉଁମାନେ ଏହି ଅଭ୍ୟାସରେ ଦୂରରରେ ରହିବେ ତାଙ୍କ ଉପରେ କଳିଯୁଗର ନୁହଁ ପରମାତ୍ମାଙ୍କର ପ୍ରଭାବ ଥିବ । ଏହା ଥିଲା ୫ଟି କଳିଯୁଗର ସତ୍ୟ କଥା । ଯାହାକି ବର୍ତ୍ତମାନ ସମୟରେ ସତ ବି ହେଉଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।